The Topmost

“The eyes believe themselves, the ears believe other people.”

fan celebrate ranvir alia marrage in different style

Fan celebrate ranvir alia marrige in different style

ରାଲିୟା ଇଫେକଫ
ଗୁରୁବାର ସରିଛି ବି ଟାଉନ୍‌ର ପରିଚିତ ଯୋଡି ଆଲିୟା ଓ ରଣବୀରଙ୍କର ବିବାହ । ତେବେ ଏହି ବାହାଘରରେ ସବୁଠାରୁ ଖୁସି ଥିଲା ଦୁଇଜଣଙ୍କର ଫ୍ୟାନଙ୍କ ମନରେ । ଏହି ବିବାହ ବେଶ୍‌ ବ୍ୟକ୍ତିଗତ ଭାବେ ହୋଇଥିଲା ବେଳେ ଏଥିରେ ବିଶେଷ କେହି ଯୋଗ ଦେଇନଥିଲେ । ତେବେ ରାଲିୟାଙ୍କର ବିବାହ ସରିଛି କିନ୍ତୁ ଫ୍ୟାନମାନେ ଏବେ ମଧ୍ୟ ଏହି ଯୋଡିଙ୍କ ବିବାହର ଖୁସି ମନାଉଛନ୍ତି । ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ରଣବୀର ଓ ଆଲିୟାଙ୍କର ବଙ୍ଗାଳୀ ରୀତିନୀତିରେ ବିବାହ କରାଯାଇଛି । ଏହି ବିବାହ ଦୁଇଜଣଙ୍କର କେତେଜଣ ଫ୍ୟାନ୍‌ କରାଇଛନ୍ତି । ବିବାହରେ ଆଲିୟା ଓ ରଣବୀରଙ୍କର ବଡବଡ କେ„ଇର ବ୍ୟବହାର କରାଯାଇଛି । ଏହି କେ„ଇ ଗୁଡିକଙ୍କ ମୁହଁରେ ଆଲିୟା ଓ ରଣବୀରଙ୍କର ଛବି ରହିଛି । ସେହିଭଳି ପାଖରେ ୨ ଯୁବତୀଙ୍କୁ କରିନା ଓ କରିସ୍ମାଙ୍କ ରୂପରେ ମଧ୍ୟ ଦେଖିବାକୁ ମିଳିଛି । ବିବାହ ମଣ୍ଡପକୁ ଉଭୟ ବର କନ୍ୟାଙ୍କୁ ହାଥରେ ଟଣାଯାଉଥିବା ରିକ୍ସାରେ ଅଣାଯାଇଥିଲା । ଏହି ବିବାହରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ । ନାଚ,ଗୀତ ଓ ଖାଇବା ସହିତ ବେଶ୍‌ ଧୁମ୍‌ଧାମ୍‌ରେ ଏହି ବିବାହକୁ କରାଯାଇଛି ।

fan celebrate ranvir alia marrage in different style
fan celebrate ranvir alia marrage in different style @thetopmost-01


ସେହିଭଳି ଅନ୍ୟ ଏକ ସ୍ଥାନରେ ମଧ୍ୟ ରାଲିୟା ଇଫେକଫ ଦେଖିବାକୁ ମିଳିଛ । ଉଭୟ ଯୋଡିଙ୍କୁ ବିବାହରେ ଅନେକ ଉପହାର ମିଳିଛି । ବିଭିନ୍ନ ଉପହାର ମଧ୍ୟରେ ଗୋଟିଏ ଉପହାର ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । ଆନିମଲ୍‌ ରାହତ୍‌ ନାମକ ଏକ ଏନ୍‌ଜିଓ ଏହି ଯୋଡିଙ୍କୁ ଦୁଇଟି ଘୋଡା ଉପହାର ଭାବେ ପ୍ରଦାନ କରିଛି । ଘୋଡା ଦୁଇଟିଙ୍କୁ ପୂର୍ବରୁ ମୂମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ସେମାନେ ସୁସ୍ଥ ଅଛନ୍ତି । ତେବେ ଏହି ଉପହାର ପଛରେ ରହିଛି ଏକ ରୋଚକ କାରଣ । ରଣବୀର ଓ ଆଲିୟା ନିଜ ବିବାହକୁ ବେଶ୍‌ ସାଧାରଣ ସହ ବିନା ଘୋଡାରେ କରିଥିବାରୁ ଆନିମଲ୍‌ ରାହତ ଏହି ଉପହାର ସେମାନଙ୍କୁ ଦେଇଛି ।

https://thetopmost.in/?p=1374

https://thetopmost.in/?p=1337

https://thetopmost.in/?p=1272

https://thetopmost.in/?p=1382