ପ୍ରକୃତିର ଅବଦାନ ବେଲ
ଭାରତରେ ଅନେକ ପ୍ରକାର ଔଷଧୀୟ ବୃକ୍ଷରାଜି ଅଛନ୍ତି । ତା ମଧ୍ୟରୁ ‘ବେଲ‘ ଅନ୍ୟତମ । ଏହାର ବୃକ୍ଷଟି କଣ୍ଟକଯୁକ୍ତ । ଭୁପୃଷ୍ଠରୁ ପ୍ରାୟ ତିରିଶ ଫୁଟ’ ଉଚ୍ଚତା ବିଶିଷ୍ଟ ପ୍ରତି ପତ୍ର ତିନି ଶାଖାଯୁକ୍ତ । ସ୍ଥଳ ବିଶେଷରେ ଏହା ୫ ଶାଖା ମଧ୍ୟ ଅଛି। ଏବଂ ଫଳଟି ପ୍ରାୟ ଗୋଲାକାର। ଏଥିରୁ ବହୁତ ପ୍ରକାର ଔଷଧ ତିଆରି ହୁଏ । କିନ୍ତୁ ମୁଖ୍ୟତଃ ଏହା ପେଟରୋଗ ପାଇଁ ବହୁତ ଉପକାରୀ ଅଟେ। ଗ୍ରୀଷ୍ମ ସମୟରେ ଏହା ଅମଳ ହୋଇଥାଏ । ଭାରତୀୟ ପୂଜା ପାର୍ବଣରେ ମଧ୍ୟ ବେଲର ଚାହିଦା କିଛି କମ୍ ନୁହେଁ । ପଣା ସଂକ୍ରାନ୍ତି(ମହାବିଷୁବ) ଦିନ ବେଲ, ଗୁଡ଼, କଦଳୀ, ନଡ଼ିଆ ପ୍ରଭୃତି ପଣା କରାଯାଇ ଠାକୁରଙ୍କୁ ଅର୍ପଣ କରାଯାଏ। ଖରାଦିନେ ପଣା ଓଡ଼ିଆ ମାନଙ୍କର ଅତିପ୍ରିୟ।


କୁହାଯାଏ ୩ ଶାଖା ବେଲପତ୍ରରେ ଜଳ ଲାଗିକରି ମହାଦେବଙ୍କୁ ଅର୍ପଣ କଲେ ମହାଦେବ ପ୍ରସନ୍ନ ହୁଅନ୍ତି। ଘରର ପ୍ରବେଶ ଦ୍ଵାର ନିକଟରେ ବେଲ ଓ ତୁଳସୀ ବୃକ୍ଷ ଥିଲେ ଗୃହକର୍ତ୍ତାଙ୍କୁ ଅନେକ ଶୁଭଫଳ ମିଳିଥାଏ। ଓଡ଼ିଶାର ଦଣ୍ଡ ଯାତ୍ରାରେ ମାନସିକଧାରୀମାନେ ଦିନ ତମାମ ଉପବାସରେ ରହି ସଂଧ୍ୟାରେ ବେଲ, ନଡ଼ିଆ କଦଳୀରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଅର୍ପଣ କରିବା ପରେ ନିଜେ ଗ୍ରହଣ କରନ୍ତି । ଏ ପରମ୍ପରା ଆଗରୁ ଥିଲା ଏବେ ମଧ୍ୟ ଚାଲିଛି। ଆଜିକାଲିର ଯୁବପିଢି ଏ ପରମ୍ପରାକୁ କିଛିକାଂଶରେ ମାନନ୍ତି । ମାତ୍ର ଅନେକ ଠାକୁରଙ୍କୁ ଲାଗି ପ୍ରାସାଦରେ ଭାଙ୍ଗ ଦ୍ରବ୍ୟ ମିଶାଇ ଖାଇବା ସହିତ ଅନ୍ୟମାନଙ୍କୁ ବାଣ୍ଟିବା ଦ୍ଵାରା ସମାଜରେ ଏହାର ଖରାପ୍ ପ୍ରଭାବ ପଡୁଛି। ଭାଙ୍ଗ ନିଶାରେ ଚୁର ହୋଇ ବିଭିନ୍ନ ପ୍ରକାରର ଅସାମାଜିକ କାର୍ଯ୍ୟ କରୁଛନ୍ତି। ଯୁବପିଢି ନିଜର ଚିନ୍ତାଧାରା ନବଦଳାଇଲେ ଭବିଷ୍ୟତରେ ଆମ ପରମ୍ପରା ବଦନାମ ହେବାର ଆଶଙ୍କା ରହିଛି।
https://www.instagram.com/asiapsiholog_family/
Admiring the dedication you put into your site and detailed information you provide. It’s great to come across a blog every once in a while that isn’t the same outdated rehashed material. Great read! I’ve bookmarked your site and I’m adding your RSS feeds to my Google account.
Dismemberment
штора для ванной Выбор штор – это ответственный шаг, который требует внимательного подхода. Важно учитывать стиль интерьера, размеры помещения и личные предпочтения. Шторы блэкаут