The Topmost

“The eyes believe themselves, the ears believe other people.”

A warm and positive meeting can change your health

A warm and positive meeting can change your health .

ହସପିଟାଲ ବେଡ୍‌ରେ ସାକ୍ଷାତକାର
ଦୃଢ ଇଚ୍ଛାଶକ୍ତି ମଣିଷକୁ କିଛି ବି କରାଇବାରେ ସଫଳ ହୋଇଥାଏ । ମଣିଷ ଯଦି ଅନ୍ୟର ସାହାଯ୍ୟ କିମ୍ବା ସହାନୁଭୂତି ନନେଇ କିଛି କରିବ ବୋଲି ଠିକ୍‌ କରିନିଏ ତେବେ ତାକୁ ଅଟକାଇବା ସମ୍ଭବ ହୋଇନଥାଏ । କିଛି କରିବାର ଇଚ୍ଛା ଆଗରେ ସବୁ ବାଧା ସେତେବେଳେ ଛୋଟ ଲାଗିଥାଏ । ସେହିଭଳି ଏକ ଉଦାହରଣ ସାଜିଛନ୍ତି ଝାରଖଣ୍ଡର ଅର୍ସ ନନ୍ଦନ ପ୍ରସାଦ । ତାଙ୍କର ଏକ ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଫଟୋଟିରେ ଜଣେ ବ୍ୟକ୍ତି ହସପିଟାଲ ବେଡ୍‌ରେ ବସି ଲାପଟପ୍‌ରେ କାମ କରୁଛନ୍ତି । ସୂଚନା ଅନୁସାରେ ଅର୍ସ କ୍ୟାନସର ପାଇଁ ଟ୍ରିଟମେଣ୍ଟ ହେଉଛନ୍ତି । ତାଙ୍କର କେମୋ ସେସନ୍‌ ଚାଲଛି । ତେବେ ଏହି ଭିତରେ ତାଙ୍କୁ ଏକ କମ୍ପାନୀରେ ସାକ୍ଷାତକାର ଦେବାର ଥିଲା, ଯାହା ସେ ହସପିଟାଲ ବେଡ୍‌ରୁ ଦେଇଥିଲେ । ନିଜର ଏହି ଫଟୋଟି ସେୟାର କରି ସେ ସାକ୍ଷାତକାର ନେଇଥିବା କମ୍ପାନୀକୁ ସମାଲୋଚନା କରିଛନ୍ତି । ସାକ୍ଷାତକାର ନେବା ସମୟରେ କମ୍ପାନୀର ଅଧିକାରୀମାନେ ତାଙ୍କ ପ୍ରତି ସହାନୁଭୂତି ଦେଖେଇଥିଲେ, ଯାହା ତାଙ୍କୁ ପସନ୍ଦ ଆସିନଥିଲା । ତେବେ ସେହିଭଳି ନିଜର ବେଷ୍ଟ ଦେଇ ମଧ୍ୟ ତାଙ୍କୁ କ୍ୟାନସର ହୋଇଥିବାରୁ ତାଙ୍କୁ ଚୟନ କରାଯାଇନଥିବା ସେ ପ୍ରକାଶ କରିଛନ୍ତି । ଯାହା ତାଙ୍କୁ ବ୍ୟଥିତ କରିଥିବା ସେ ନିଜ ପୋଷ୍ଟରେ ଲେଖିଛନ୍ତି । ପୋଷ୍ଟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହି ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ରୋଗ ନୁହେଁ ବରଂ କାର୍ଯ୍ୟକ୍ଷମତା ପାଇଁ ତାଙ୍କୁ ଚାକିରି ମଧ୍ୟ ମିଳିଛି । ସେହିଭଳି ଅନେକ ଇଣ୍ଟରନେଟ୍‌ ୟୁଜର ତାଙ୍କୁ ପ୍ରଂଶସା କରିବା ସହିତ ସେ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବୋଲି ମତ ଦେଇଛନ୍ତି ।

https://thetopmost.in/?p=1576

https://thetopmost.in/?p=1547

https://thetopmost.in/?p=1629