The Topmost

“The eyes believe themselves, the ears believe other people.”

akshay-tritya

A subh muhurat in this Akhaya Trutiya.

ଦୀର୍ଘ ୫୦ ବର୍ଷ ପରେ ଆସୁଛି ଅକ୍ଷୟ ତୃତୀୟାର ଅମୃତ ମୁହୂର୍ତ୍ତ
୨୦୨୨ ବର୍ଷର ଅକ୍ଷୟ ତୃତୀୟା ମଇ ୩ରେ ପଡୁଛି । ଏବଂ ଶାସ୍ତ୍ର ଅନୁଯାଇ ଚଳିତ ଥରର ଅକ୍ଷୟ ତୃତୀଆରେ ଦୀର୍ଘ ୫ ଦଶନ୍ଧୀ ପରେ ଆସୁଛି ଏକ ନିଆରା ଯୋଗ । ଏହି ଦିନଟିକୁ ହିନ୍ଦୁ ମାନ୍ୟତା ଅନୁସାରେ ଏକ ଭଲ ଦିନ ଭାବରେ ଗ୍ରହଣ କରାଯାଏ । ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବରେ ପାଳନ କରାଯାଏ । ଏହାକୁ ଅଖାତିଜ୍‌ ହିସାବରେ କେଉଁ କେଉଁ ପ୍ରାନ୍ତରେ ମଧ୍ୟ ପାଳନ କରାଯାଏ । ଏହି ଦିନରେ ଦେବୀ ଲକ୍ଷ୍ମୀଙ୍କ ପୂଜା ପାଇଁ ମଧ୍ୟ ଶୁଭ ମାନନ୍ତି । ଏହି ଦିନ ଆସୁଥିବା ଦିନକୁ ଅମୃତ ମୂହୁର୍ତ୍ତ ହିସାବରେ ଶାସ୍ତ୍ରରେ ମାନ୍ୟତା ରହିଛି ।

ତେବେ ଏହି ଶୁଭ ଦିନରେ ଯଦି ଆପଣ ଘର କିମ୍ବା ଆଭୁଷଣ କିଣନ୍ତି ତେବେ ସେ ସବୁ ଆପଣଙ୍କ ଘରକୁ ସୁଖ, ସମୃଦ୍ଧି ଆଣି ଦେବ । ଏହି ଦିନ ଦାନ, ପୂର୍ଣ୍ୟ ଓ ତପ ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ତେବେ ପୂର୍ବରୁ ମଧ୍ୟ କୁହାଯାଇଛି ଯେ ଚଳିତ ଥରର ଅକ୍ଷୟ ତୃତୀଆ ଦିନଟି ୫୦ ବର୍ଷ ପରେ ଆସୁଛି । ଏହି ଦିନ ବିଭିନ୍ନ ଗ୍ରହ ନକ୍ଷତ୍ରମାନଙ୍କର ଏକ ସରଳରେଖୀୟ କ୍ଷେତ୍ରରେ ଏକ ଅଲୌକିକ ଆଲୋକ ବା ଶୁଭ ରଶ୍ମୀ ପୃଥିବୀରେ ପଡିଥାଏ । ଏବଂ ଏ ସମସ୍ତ ଗ୍ରହ ସେଦିନ ମା ଲକ୍ଷ୍ମୀ ଓ ଧନପତି କୁବେରଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି ।

ଓ ସେମାନଙ୍କର ପୂର୍ଣ ଆଶୀର୍ବାଦ ଏହି ଦିନ ଏ ସମସ୍ତ ଗ୍ରହମାନଙ୍କ ଉପରେ ପଡିଥାଏ । ତେବେ ଏହି ପରି ଅମୃତ ବେଳାରେ ଯଦି ଆପଣ ସେହି ଧନର ଦେବତା କୁବେର ଓ ମା ଲକ୍ଷ୍ମୀଙ୍କର ପୁରା ଆସ୍ଥା ଓ ମନ ସହକାରେ ପୂଜା କରନ୍ତି ତେବେ ଆପଣଙ୍କ ଉପରେ ଏହି ଦେବା ଦେବୀଙ୍କ କୃପା ସିଧା ସଳଖ ପଡିଥାଏ । ଆହୁରି ମଧ୍ୟ ଏହି ଦିନ ରୋହିଣୀ ନକ୍ଷତ୍ରରେ ମଙ୍ଗଳବାର ମଧ୍ୟ ପଡୁଛି । ଅର୍ଥାତ୍‌ ଏହି ଦିନ ଆପଣ ଚନ୍ଦ୍ର ଦେବତା ଓ ତାଙ୍କ ପତ୍ନୀଙ୍କ ଆଶୀର୍ବାଦ ମଧ୍ୟ ଲାଭ କରିବେ । ଏହି ଦିନକୁ ଆପଣ ସୁଦ୍ଧ ମନରେ ପୂଜା କଲେ ଆପଣଙ୍କ ପ୍ରେମ ସମ୍ପର୍କ ଓ ଦାମ୍ପତ୍ୟ ଜୀବନ ମଧ୍ୟ ମଧୁମୟ ହେଇଯିବ ।

https://thetopmost.in/?p=1588

https://thetopmost.in/?p=1557

https://thetopmost.in/?p=1434

https://thetopmost.in/?p=1583