ପ୍ଲାଷ୍ଟିକ୍ ଆବର୍ଜନା ଦୂରେଇବ ସ୍ପଞ୍ଜ
ପ୍ଲାଷ୍ଟିକ ଆର୍ବଜନା ପୂରା ବିଶ୍ୱପାଇଁ ସମସ୍ୟା ପାଲଟିଛି । ତେବେ ଏହାଠାରୁ ମୁକ୍ତି ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଯାଉଛି । ସେହିକ୍ରମରେ ବୈଜ୍ଞାନିକମାନେ ଏକ ସ୍ପଞ୍ଜ ବାହାର କରିଛନ୍ତି ଯିଏ ପ୍ଲାଷ୍ଟିକ୍ର ପୂରା ଛୋଟଛୋଟ କଣିକାକୁ ବି ଏକାଠି କରିବାରେ ସାହାଯ୍ୟ କରିବ । ବିଭିନ୍ନ ଗବେଷଣା ଅନୁସାରେ ପ୍ଲାଷ୍ଟିକର ଏହି ଛୋଟଛୋଟ କଣିକା ମଣିଷର ଫୁସ୍ଫୁସ୍ ଠାରୁ ଆରମ୍ଭ କରି ଆର୍କିଟିକ୍ ବରଫ ପର୍ଯ୍ୟନ୍ତ ସବୁଠାରେ ମିଳୁଛି । ଏପରିି କି ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ସାମଗ୍ରୀରେ ମଧ୍ୟ ପ୍ଲାଷ୍ଟିକ୍ ଗୁଣ୍ଡ ରହୁଛି । ଏହି ସ୍ପଞ୍ଜରେ ଏକ କୋଟିଂ ରହିଛି ଯାହା ଗ୍ଲì ଭଳି କାମ କରିଥାଏ, ଯାହା ପାର୍ଟିକିଲ୍ ଗୁଡିକୁ ଆଟ୍ରାକଫ କରିଥାଏ । ଏହି ସ୍ପଞ୍ଜର ନାନୋ ଟେକ୍ନୋଲୋଜି ତେଲକୁ ଆକର୍ଷିତ କରୁଥିବା ବେଳେ ପାଣିକୁ ବିକର୍ଷଣ କରିଥାଏ । ଏହାସହିତ ଏହି ସ୍ପଞ୍ଜକୁ ବାରମ୍ବାର ବ୍ୟବହାର ମଧ୍ୟ କରିହେବ । ସ୍ପଞ୍ଜଟିକୁ ବିଭିନ୍ନ ସ୍ଥାନରେ ବ୍ୟବହାର କରିହେବ । ସେହିଭଳି ଏହି ସ୍ପଞ୍ଜକୁ ଲଣ୍ଡ୍ରି ମେସିନ୍ରେ ବ୍ୟବହାର କରିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି କାରଣ ଲଣ୍ଡ୍ରି ମେସିନ୍ରେ ସବୁଠାରୁ ଅଧିକା ପ୍ଲାଷ୍ଟିକ୍ କଣିକା ମିଳିଥାଏ । ସେହିଭଳି ଏହାକୁ ଡ୍ରେନ୍, ନଦୀ, ନାଳ, ଏପରିିକି ସମୁଦ୍ରରେ ମଧ୍ୟ ବ୍ୟବହାର କରିହେବ । ଏହା ପ୍ଲାଷ୍ଟିକର ଛୋଟଛୋଟ କଣିକା ବାହାର କରିବାରେ ବେଶ୍ ସାହାଯ୍ୟ କରିବ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ସେହିଭଳି ଆଗକୁ ଆହୁରି ଉନ୍ନତମାନର କୋଟିଂ ବାହାର କରିବାକୁ ଗବେଷଣା ଚାଲିଥିବା ସୂଚନା ମିଳିଛି । ଏହି ସ୍ପଞ୍ଜକୁ ଜାଲ ସାହାଯ୍ୟରେ ସମୁଦ୍ର କିମ୍ବା ନଦୀକୁ ଫୋପଡାଯାଇ ପ୍ଲାଷ୍ଟିକ୍ କଣିକାକୁ ଏକାଠି କରାଯାଇପାରିବ । ଏହାର ବ୍ୟବହାର କରି ପ୍ଲାଷ୍ଟିକ୍ ଆବର୍ଜନାକୁ କମ କରାଯାଇପାରିବ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି ।
“The eyes believe themselves, the ears believe other people.”
3 thoughts on “A sponge can clean up the plastic garbage .”