The Topmost

“The eyes believe themselves, the ears believe other people.”

India's First "Steel Road"

ଷ୍ଟିଲ୍‌ ବର୍ଯ୍ୟ ପ୍ରଡକଟରେ ନିର୍ମାଣ ହେବ ରାସ୍ତା

ଷ୍ଟିଲ୍‌ ବର୍ଯ୍ୟ ପ୍ରଡକଟରେ ନିର୍ମାଣ ହେବ ରାସ୍ତା । କୁହାଯାଉଛି ଯେ ଏହି ବର୍ଯ୍ୟ ରାସ୍ତା ନିର୍ମାଣରେ ବ୍ୟବହାର କଲେ ଏଣେତେଣେ ଫୋପଡା ହେଉଥିବା ଓ ପରିବେଶକୁ ନଷ୍ଟକରୁଥିବା ଆବର୍ଜନା କମିବା ସହିତ ରାସ୍ତାର ସମୟ ଓ ବୟସ ମଧ୍ୟ ବଢିବ । ତେବେ ଏପରି ନିର୍ମିତ ରାସ୍ତା ମଧ୍ୟରେ ସର୍ବ ପ୍ରଥମ ହେବ ଗୁଜୁରାଟର ସୁରଟ ହାଜିଆ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ହେବା ନେଇ ସୂଚନା ରହିଛି । କୁହାଯାଉଛି ଯେ କାଉନ୍ସିଲ ଅଫ୍‌ ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ ଓ ସେଣ୍ଟ୍ରାଲ ରୋଡ୍‌ ରିସର୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହାର ବ୍ୟୟବରାଦ କରାଯିବ । ଭାରତ ସରକାରାଙ୍କର େୱଷ୍ଟ ଟୁ େୱଲଥ୍‌ ଓ କ୍ଲିନ୍‌ ଇଣ୍ଡିଆ କ୍ୟାମ୍ପେନର ସହଯୋଗରେ ଏହା କରାଯିବାର ସୂଚନା ଦିଆଯାଇଛି । ଏହି ପ୍ରୋଜେକଫଟି ପରୀକ୍ଷାଭିତ୍ତିକ ଭାବରେ ୬ ଲେନ୍‌ ବିଶିଷ୍ଠ ଏକ କିମି ପର୍ଯ୍ୟନ୍ତ କରାଯିବ । ଏହି ରାସ୍ତାର ମୋଟେଇ ମଧ୍ୟ ୩୦ ପ୍ରତିଶତକୁ କମାଇଯିବ । କାରଣ କୁହାଯାଉଛି କି କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ରାସ୍ତାର କୌଣସି କ୍ଷତି ହେବନାହିଁ । ଖବର ରହିଛି ଯେ ପ୍ରତିବର୍ଷ ଭାରତରେ ଶିଳ୍ପ କ୍ଷେତ୍ରରେ ଅତି କମରେ ୧୯ ମିଲିଅନ୍‌ ଟୋନର ବର୍ଯ୍ୟ ବାହାରିଥାଏ । https://twitter.com/CSIRCRRI/status/1506202352507785218

India's First "Steel Road"
India’s First “Steel Road” @thetopmost-01

http://thetopmost.in/?page_id=555

http://thetopmost.in/?p=908

India's First "Steel Road"
India’s First “Steel Road” @thetopmost-01

http://thetopmost.in/?p=905

http://thetopmost.in/?p=844

ଏବଂ ଏହା ୨୦୩୦ ସୁଦ୍ଧା ୫୦ ମିଲିଅନ୍‌ ଟୋନରେ ପହଞ୍ଚିବ । ଏହିପରି ଭାବରେ ବର୍ଯ୍ୟ କାରଣରୁ ପରିବେଶ ଉପରେ ଏହାର ଖରାପ ପ୍ରଭାବ ପଡୁଥିବାରୁ ଏପରି ସମସ୍ୟାର ସମାଧାନ ପାଇଁ ଏହି ପଦକ୍ଷେପକୁ ଗ୍ରହଣ କରାଯିବା ନେଇ ନୀତି ଆୟୋଗ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିଲା । ତେବେ ସସସ୍ତ ରିସର୍ଚ ଓ ପରୀକ୍ଷା ପରେ ଏହି ପଦକ୍ଷେପ ନେବା ନେଇ ଘୋଷଣା କରାଯାଇଛି ।