The Topmost

“The eyes believe themselves, the ears believe other people.”

trfh

ୱାର୍କଫ୍ରମ ହୋମରେ ସ୍ୱାସ୍ଥ୍ୟର ଯତ୍ନ

ପ୍ରଥମରୁ ୱାର୍କଫ୍ରମ ହୋମ ସମସ୍ତଙ୍କୁ ବେଶ ସୁବିଧା ଦେଇଥିଲା । ହେଲେ ବର୍ତ୍ତମାନ ଏହା ଲୋକଙ୍କର ଲାଇଫ୍‌ଷଫାଇଲ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି । ଏହି ପ୍ରକ୍ରିୟାର କେତେକ ଭଲ ପ୍ରଭାବ ଥିବା ବେଳେ ଅନେକ ଖରାପ ମଧ୍ୟ ରହୁଛି । ତେବେ ୱାର୍କଫ୍ରମ ହୋମ ସମୟରେ କେତେକ କଥାକୁ ଅନୁକରଣ କଲେ ନିଜକୁ ସହଜରେ ଫିଟ୍‌ ରଖିହେବ ।
ଷ୍ଟେଚ୍‌ରୁ କରନ୍ତୁ ଆରମ୍ଭ- ଘରେ ଚେୟାରରେ ବସି ଅଫିସ୍‌ ଆରମ୍ଭ କରିବା ପୂର୍ବରୁ କିଛି ଷ୍ଟ୍ରେଚ୍‌ ବ୍ୟାୟାମ କରିନିଅନ୍ତୁ । ଏହା ଅଧିକ ସମୟ ଧରି ଚେୟାରରେ ବସିରହିବା ଫଳରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବ ।
ସାମଗ୍ରୀ ରଖନ୍ତୁ ପାଖରେ- ବର୍ତ୍ତମାନ ୱାର୍କଫ୍ରମ ହୋମରେ ଅଫିସର କୌଣସି ନିର୍ଦ୍ଧିଷ୍ଟ ସମୟ ରହୁନାହିଁ । ଏହା କେତେବେଳେ ବି ଆରମ୍ଭ ହୋଇ କେତେବେଳେ ସରୁଛି । ତେଣୁ ନିଜ ପାଖରେ ବ୍ୟାୟାମ ସାମଗ୍ରୀ ରଖିପାରିବେ, ଯେତେବେଳେ ସମୟ ମିଳିବ ସେହି ସମୟରେ ହାଲୁକା ଫୁଲକା ବ୍ୟାୟାମ କରିପାରିବେ ।
ରୁଟିନ୍‌ ପ୍ରସ୍ତୁତ କରନ୍ତୁ – ତେବେ ସବୁଠାରୁ ବଡ କଥା ହେଲା ନିଜ ଲାଇଫ୍‌କୁ ରୁଟିନ୍‌ ହିସାବରେ ବଞ୍ଚିବା । ୱାର୍କ ଫ୍ରମ ହୋମ ସମୟରେ ସର୍ବଦା ରୁଟିନ୍‌ ଲାଇଫ୍‌ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଫଳରେ ଅଫିସ୍‌ କାମ ସହିତ ନିଜ ସ୍ୱାସ୍ଥ୍ୟର ମଧ୍ୟ ସଠିକ ଯତ୍ନନେଇପାରିବେ ।

https://thetopmost.in/?p=1776

https://thetopmost.in/?tag=female-lead-in-kgf-read-more-at-https-www-deccanherald-com-metrolife-engineer-srinidhi-shetty-709104-html

https://thetopmost.in/?p=912