ବି ଟାଉନରେ ବେଶ୍ ଚର୍ଚ୍ଚାରେ ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ପ୍ରେମ । ସେମାନେ ବହୁ ସମୟରୁ ପ୍ରେମ ସମ୍ପର୍କରେ ରହିଛନ୍ତି । ଉଭୟଙ୍କ ପ୍ରେମ ପାଇଁ ସେମାନେ ସର୍ବଦା ଲାଇମ ଲାଇଟରେ ରହିଆସିଛନ୍ତି । ପ୍ରେମ ହେବା ଦିନ ଠାରୁ ଉଭୟଙ୍କ ରୋମାଣ୍ଟିକ ଫଟୋ ଭାଇରାଲ ହେବାରେ ଲାଗିଛି । ତେବେ ବର୍ତ୍ତମାନ ଖବର ଆସିଛି ଯେ ମଲାଇକା ଅରୋରା ଓ ଅର୍ଜୁନ କପୁର ସେମାନଙ୍କ ସମ୍ପର୍କକୁ ଏକ ବିଶେଷ ନାମ ଦେବାକୁ ଯାଉଛନ୍ତି । ଖବର ଅନୁଯାଇ ଉଭୟ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତଥାପି, ଏପର୍ଯ୍ୟନ୍ତ ଏହା ଉପରେ କାହାର କୌଣସି ଅଫିସିଆଲ୍ ଆନାଉନ୍ସମେଣ୍ଟ କରାଯାଇନାହିଁ । ଉଭୟ ୱିଣ୍ଟର୍ ଲଭର ଭାବେ ଜଣାଶୁଣା ହୋଇଥିବା ବେଳେ ସେମାନେ ନଭେମ୍ବର କିମ୍ବା ଡିସେମ୍ବର ମାସରେ ବିବାହ କରିବାର ଖବର ସାମ୍ନାକୁ ଆସୁଛି । ଏହା ମଧ୍ୟ ଖବର ଆସୁଛି ଯେ ବିବାହ ଭୋଜିକୁ ସେମାନେ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିବେ ନାହିଁ । ମଲାଇକା ଓ ଅର୍ଜୁନଙ୍କ ଅନୁଯାୟୀ, ଉଭୟଙ୍କ ବିବାହରେ କେବଳ ପରିବାର ଓ ବିଶେଷ ବନ୍ଧୁମାନେ ଜଡିତ ହେବେ । ତେବେ ମଲାଇକା ଅର୍ଜୁନଙ୍କ ପ୍ରଶଂସକ ମନ୍ତବ୍ୟ ଦେଇ ସେମାନଙ୍କୁ ଶୁଭ କାମନା ଜଣାଇଛନ୍ତି ।
“The eyes believe themselves, the ears believe other people.”
More Stories
ନଡିଆ ଦିଏ ଏହି ସବୁ ସମସ୍ୟାରୁ ମୁକ୍ତି
ଖାଇବା ପୂର୍ବରୁ ଏହା ପିଇଲେ, ପତଳା ହେବାକୁ ଦରକାର ପଡିବନି ଏକ୍ସରସାଇଜ
ପ୍ରତ୍ୟେହ ପିଅନ୍ତୁ ଚେରି ଜୁସ୍, ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ