The Topmost

“The eyes believe themselves, the ears believe other people.”

face moon of china

ବିଶ୍ୱର ଉଦ୍ଭଟ ଉଦ୍ଭାବନ

ଦୁନିଆରେ ଏପରି ଅନେକ ଆଚମ୍ବିତ କଥା ଅଛି । ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ତେବେ ସାଧାରଣ କଥା ଠାରୁ ଆରମ୍ଭ କରି ବୈଜ୍ଞାନିକ ଉଦ୍ଭାବନ ପର୍ଯ୍ୟନ୍ତ ଏପରି ଅନେକ ଜିନିଷ ଓ ତାର ଆବିଷ୍କାର ହେଉଛି ଯାହା ସାଧାରଣ ଲୋକଟିଏ ପାଇଁ ଅତି ଅସାଧାରଣ କଥା । ତେବେ ଆସନ୍ତୁ ଜାଣିବା କିଛି ଏପରି ଅସାଧାରଣ ଆବିଷ୍କାର ବିଷୟରେ ।
ନକଲି ସୂର୍ଯ୍ୟ
ଅବିଶ୍ୱସନୀୟ ଭାବେ ଚୀନ ଗତବର୍ଷ ପୃଥିବୀ ପୃଷ୍ଠରେ ନକଲି ସୂର୍ଯ୍ୟର ନିର୍ମାଣ କରିଛି । ନିର୍ମାଣ କରିବାର ପ୍ରାରମ୍ଭିକ ଉଦ୍ଦେଶ୍ୟ ହେଉଛି ଅସଲ ସୂର୍ଯ୍ୟ ତୁଳନାରେ ଏହା ୧୦ ଗୁଣ ଅଧିକ ଆଲୋକ ଏବଂ ଉତ୍ତାପ ପ୍ରଦାନ କରିବ । ହେଲେ ନିକଟରେ ଏହା ପାଞ୍ଚ ଗୁଣ ଅଧିକ ତାପମାନ ହାସଲ କରି ରେକର୍ଡ କରିଛି । ଏହି ପ୍ରକ୍ରିୟା ପ୍ରାୟ ୧୭ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା । ଏହି ନକଲି ସୂର୍ଯ୍ୟର ନାମ ଇଷ୍ଟ (ଏକ୍ସପେରିମେଣ୍ଟାଲ୍‌ ଆଡଭାନ୍ସଡ୍‌ ସୁପରକୋଡିଂ ଟୋକାମକ୍‌ ) ରଖାଯାଇଛି । ଚୀନ ମିଡିଆର ଖବର ଅନୁଯାୟୀ ନିକଟରେ ୧୦୫୬ ସେକେଣ୍ଡ ପର୍ଯ୍ୟନ୍ତ ୭ କୋଟି ଡିଗ୍ରୀ ସେଲସିୟସର ତାପମାତ୍ରା ବଜାୟ ରଖିଥିଲା । ଯଦି ଏହିପରି ଭାବେ ତାପମାତ୍ରାକୁ ବଜାୟ ରଖେ ତେବେ ଚୀନରେ ବିଜୁଳି ସମସ୍ୟାର ସମାଧାନ ହେବ ଏବଂ ଦେଶର ବଡ଼ ଅଂଶ ଆଲୋକିତ ହୋଇପାରିବ । ଏହାପୂର୍ବରୁ ମଧ୍ୟ ଗତବର୍ଷ ମେ ମାଲରେ ୧୦୧ ସେକେଣ୍ଡ ପାଇଁ ୧୨ କୋଟି ଡିଗ୍ରୀ ସେଲସିୟସର ତାପମାତ୍ରା ଦେଇଥିଲା । ତେବେ ଏହି ଶକ୍ତିକୁ ବ୍ୟବହାର କରି ପୁରା ଚୀନ ବିଭିନ୍ନ ସମସ୍ୟାର ସମାଧାନ ଆଶା ରଖିଛି । ସବୁଠୁ ବଡ଼ କଥା ହେଉଛି ଏହି ସୂର୍ଯ୍ୟ ଗ୍ରୀନହାଉସ୍‌ ଗ୍ୟାସ ଏବଂ ରେଡିଓଆକଫିଭ ବର୍ଜ୍ୟ ନିର୍ଗମନ ନକରି ଶକ୍ତି ପ୍ରଦାନ କରୁଛି । ତେବେ ଚୀନ ଏହି ପରୀକ୍ଷଣ ୨୦୦୬ରୁ ଆରମ୍ଭ କରିଥିଲା, ହେଲେ ଏବେ ସଫଳତା ମିଳିଛି । ଯଦି ଚୀନ ଏଥିରୁ ଲଗାତାର ସଫଳତା ପାଏ, ତାହେଲେ କମ୍‌ ମୂଲ୍ୟରେ ଅଧିକ ଗ୍ରୀନ୍‌ ଏନର୍ଜୀ ସୃଷ୍ଟି କରିବାର ବଡ଼ ରାସ୍ତା ଖୋଲିଯିବ । ଇଷ୍ଟ୍‌ ସୁପରହିଟିଂ ପ୍ଲାଜମା ଉପରେ କାମ କରିଥାଏ । ଅର୍ଥାତ୍‌ ଚାରି ପ୍ରକାରର ପଦାର୍ଥ ମଧ୍ୟରୁ ଗୋଟିଏର ପଜିଟିଭ୍‌ ଆୟନ ଏବଂ ଉଚ୍ଚଶକ୍ତି ସହ ସ୍ୱତନ୍ତ୍ର ଇଲେକଟ୍ରୋନ୍ସର ଡୋନଟ୍‌ ଆକାରର ରିଆକଫର ଚାମ୍ବରରେ ଭର୍ତ୍ତି କରାଯାଇ ଅଧିକ ବେଗରେ ଘୂର୍ଣ୍ଣନ କରାଯାଇଥାଏ, ଯାହା ଦ୍ୱାରା ଚୁମ୍ବକୀୟ ଶକ୍ତି ସୃଷ୍ଟି ହୋଇଥାଏ । ଚୀନର ପୂର୍ବ ଅନହୁଇ କ୍ଷେତ୍ରରେ ସ୍ଥିତ ଏହି ରିଆକଫରକୁ ଅତ୍ୟଧିକ ଉତ୍ତାପ ଏବଂ ଶକ୍ତି କାରଣରୁ କୃତ୍ରିମ ସୂର୍ଯ୍ୟ କୁହାଯାଏ ।

ନକଲି ଚନ୍ଦ୍ର
ବିଶ୍ୱକୁ ଶାସନ କରିବା ଉଦ୍ଦେଶ୍ୟ ରଖିଥିବା ଚୀନ ନିଜର ମହତ୍ତ୍ୱାକାଂକ୍ଷା ଉପରେ ଦ୍ରୁତ ଗତିରେ କାମ କରିଚାଲିଛି । ପ୍ରଥମେ ନକଲି ସୂର୍ଯ୍ୟ ଆଉ ଏବେ ନକଲି ଚନ୍ଦ୍ର ତିଆରି କରିଛି । ଚୀନ ମିଡିଆ କହିବା ଅନୁଯାୟୀ ଏହାଦ୍ୱାରା ବିଦୁ୍ୟତ ବ୍ୟୟ ହ୍ରାସ ପାଇବ । ଏଥିସହ ଅନେକ ବୈଜ୍ଞାନିକମାନଙ୍କ ଅନୁସନ୍ଧାନରେ ମଧ୍ୟ ଏହା ଲାଭଦାୟକ ହେବ । ଚୀନ କହିଛି, ତାର ଚନ୍ଦ୍ରରେ କୌଣସି ମାଧ୍ୟାକର୍ଷଣ ନାହିଁ । ଅର୍ଥାତ୍‌ ଚୀନର ଚନ୍ଦ୍ର ଶୂନ୍ୟ ମାଧ୍ୟାକର୍ଷଣ ବି ଜିରୋ ଗ୍ରାଭିଟିର । ଚୀନର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ତାଙ୍କର ଏହି ନକଲି ଜହ୍ନ ଷ୍ଟ୍ରିଟ୍‌ ଲାଇଟ୍‌ ମୂଲ୍ୟଠାରୁ ଶସ୍ତା ହେବ । ୫୦ ବର୍ଗ କିଲୋମିଟରର ଅଞ୍ଚଳରେ ନକଲି ଚନ୍ଦ୍ରରୁ ପ୍ରକାଶିତ ଆଲୋକ ବିଦୁ୍ୟତରୁ ହେଉଥିବା ଖର୍ଚ୍ଚରେ ପ୍ରତି ବର୍ଷ ୧୭.୩ କୋଟି ଡଲାର ସଞ୍ଚୟ କରିବ । ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ ଚୀନ ବୈଜ୍ଞାନିକମାନେ ଏହାକୁ ଛୋଟ ପରୀକ୍ଷଣ ବୋଲି କହିଛନ୍ତି । କୁହାଯାଇଛି ଯେ ଚୀନର ଏହି କୃତ୍ରିମ ଚନ୍ଦ୍ରରେ ଚୁମ୍ବକୀୟ ଶକ୍ତିର ପରୀକ୍ଷା କରିଛନ୍ତି । ଆହୁରି ମଧ୍ୟ ଏହାକୁ ନିର୍ମାଣ କରିବା ଉଦ୍ଦେଶ୍ୟ ହେଉଛି, ଭବିଷ୍ୟତରେ ଚୁମ୍ବକୀୟ ଚାଳିତ ଯାନ ପ୍ରସ୍ତୁତ କରିବା ।

ଭ୍ୟାକୁମ୍‌ ଚାମ୍ବର
ଚୀନ ୟୁନିର୍ଭସଟି ଅଫ୍‌ ମାଇନିଂ ଆଣ୍ଡ୍‌ ଟେକ୍ନଲୋଜି କହିଛି, ଏହାପରେ ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଶକ୍ତିଶାଳୀ ଚୁମ୍ବକୀୟ ଶକ୍ତିଯୁକ୍ତ ଭ୍ୟାକୁମ ଚାମ୍ବର ନିର୍ମାଣ କରିବ, ଯାହାର ବ୍ୟାସ ୨ ଫୁଟ ହେବ । ଏହି ଭ୍ୟାକୁମ ଚାମ୍ବରଟି ଚନ୍ଦ୍ର ପୃଷ୍ଠ ପରି ପଥର ଏବଂ ଧୂଳିରେ ପରିପୂର୍ଣ୍ଣ ହେବ । ପ୍ରଥମ ଥର ପାଇଁ ପୃଥିବୀରେ ଚନ୍ଦ୍ରର ଏପରି ପୃଷ୍ଠଭୂମି ତିଆରି ହେବ । ଚୀନର ବୈଜ୍ଞାନିକ ଲି ରୁଈଲିନ ଏହାକୁ ନେଇ କହିଛନ୍ତି ଯେ ଚୀନ ଏହାର ଛୋଟ ସଫଳ ପ୍ରୟୋଗ ପୂର୍ବରୁ ହିଁ କରିସାରିଛି । ଏବେ ଦୀର୍ଘସ୍ଥାୟୀ ପରୀକ୍ଷଣ କରାଯିବ । ଏହାପରେ ଏହାକୁ ଚନ୍ଦ୍ର ପୃଷ୍ଠକୁ ପଠାଯିବ । ଚନ୍ଦ୍ରରେ ଜନବସତି ସ୍ଥାପନ କରିବାର ନୂଆ ଉପାୟ ଖୋଜିବା ପାଇଁ ଚୀନ ଏପରି ପରୀକ୍ଷଣ ଆରମ୍ଭ କରିଛି । ତେବେ ନକଲି ଚନ୍ଦ୍ର ତିଆରି କରିବାକୁ ଚେଷ୍ଟା କରୁଥିବା ଚୀନ ବିଶ୍ୱର ପ୍ରଥମ ଦେଶ ନୁହେଁ । ଏହାପୂର୍ବରୁ ମଧ୍ୟ ରାତିକୁ ଆଲୋକିତ କରିବା ପାଇଁ ଏଭଳି ନକଲି ଚନ୍ଦ୍ର ତିଆରି ପାଇଁ ଋଷ ଯୋଜନା ପ୍ରସ୍ତୁତ କରାଯାଇଛି । ୧୯୯୩ ମସିହାରେ ଋଷର ବୈଜ୍ଞାନିକମାନେ ୨୦ ମିଟର ଚଉଡ଼ାର ଏକ ପ୍ରତିଫଳକ ଦର୍ପଣ ସ୍ପେସ୍‌ ଷ୍ଟେସନକୁ ପଠାଇଥିଲା ।

କିସ୍‌ଞ୍ଜେର୍‌ ଗ୍ୟାଜେଟ୍‌
ଦୀର୍ଘ ଦୂରତା ସମ୍ପର୍କ କଷ୍ଟସାଧ୍ୟ । ମାନସିକ ସହ ଶାରୀରିକ ଦୂରତା ଆପଣଙ୍କୁ ଦୁଃଖ ଦେଇଥାଏ । ଚୀନର ସିଟି ୟୁନିଭର୍ସଟି ଲଣ୍ଡନ କିସଞ୍ଜେର୍‌ ଗ୍ୟାଜେଟ୍‌ର ଉଦ୍‌ଭାବନ କରି ଏହି ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ଏହି ଉପକରଣ ସେନ୍ସର ଏବଂ ଆକଫìଏଟର ବ୍ୟବହାର କରି ଏକ ପ୍ରକୃତ ଚୁମ୍ବନକୁ ଅନୁକରଣ କରିଥାଏ । ଗାଲ କିମ୍ବା ଓଠକୁ ବ୍ୟବହାର କରି ଚୁମ୍ବନକୁ ଅନୁଭବ କରାଯାଇପାରେ । କିସଞ୍ଜେର୍‌ ଏକ ମେସେଜିଂ ଆପ୍‌ ସହିତ ଯୋଡ଼ି ହୁଏ, ଯାହା ଜଣେ ଉପଭୋକ୍ତାଙ୍କୁ ଏକ ଚୁମ୍ବନ ପଠାଇବାକୁ ଦେଇଥାଏ । ଏହାପରେ ପ୍ରାପ୍ତକର୍ତ୍ତା କିସଞ୍ଜେର ଉପରେ ସଠିକ ଚୁମ୍ବନକୁ ନକଲ କରିବାକୁ ଚେଷ୍ଟା କରିଥାଏ । ତେବେ ଏହି ଉପକରଣର ଓଠ ଅଂଶଟା ସିଲିକନରେ ତିଆରି ହୋଇଛି । ତେଣୁ ଏହା ଏକ ପ୍ରକୃତ ଚୁମ୍ବନ ପରି ଅନୁଭବ କରାଇଥାଏ ।

ରୋଲିଂ ଆଲାରାମ୍‌
ସମୟାନୁବର୍ତ୍ତିତା ପାଇଁ ଚୀନ ସର୍ବଦା ଆଗରେ । ତେଣୁ ସକାଳୁ ଠିକ୍‌ ସମୟରେ ଉଠିବା ପାଇଁ ଚୀନ ଏକ ଅଜବପ୍ରକାରର ଆଲାରମ୍‌ କ୍ଲକ୍‌ ଉଦ୍‌ଭାବନ କରିଛି । ଏହାକୁ ରୋଲିଂ ଆଲାରାମ୍‌ କ୍ଲକ୍‌ କୁହାଯାଏ । ନାଁ ଅନୁସାରେ ଏହାର କାର୍ଯ୍ୟ ବି ସେପରି । କାରଣ ଆପଣ ସେଟ୍‌ କରିଥିବା ସମୟ ଅନୁସାରେ ଆଲାରାମ୍‌ ବାଜିଥାଏ, କିନ୍ତୁ ଗୋଟିଏ ସ୍ଥାନରେ ସ୍ଥିର ନରହି, ଅର୍ଥାତ୍‌ ଆଲାରାମ ବାଜିବାମାତ୍ରେ ଏହି ଘଣ୍ଟା ଗଡ଼ିବାକୁ ଲାଗେ । ଯେପର୍ଯ୍ୟନ୍ତ ଆପଣ ନିଜ ବେଡ୍‌ରୁ ନଉଠି ଘଣ୍ଟା ନଧରିଛନ୍ତି, ତାହା ସେପର୍ଯ୍ୟନ୍ତ ଗଡ଼ି ଗଡ଼ି ଚାଲିଥିବ ଏବଂ ଆଲାରାମ୍‌ ବି ବାଜୁଥିବ । ଗ୍ରାହକଙ୍କ କହିବା ଅନୁଯାୟୀ ଏହା ବିରକ୍ତିକର ଉପକରଣ ହୋଇଥିଲେ ମଧ୍ୟ ଏହା ଉପଯୋଗୀ ।

@thetopmost-01

https://thetopmost.in/?p=2070

https://thetopmost.in/?p=1742

https://thetopmost.in/?p=1747

https://thetopmost.in/?p=2102