The Topmost

“The eyes believe themselves, the ears believe other people.”

sef

ଅତିବାଇଗଣୀ ରଶ୍ମିରୁ ବଞ୍ଚାଇବ ତେଲ

ଲାପଟପ୍‌ କିମ୍ବା ମୋବାଇଲ ଫୋନ ପରି ବୈଦୁ୍ୟତିକ ଉପକରଣରୁ ନିର୍ଗତ ହେଉଥିବା ଅତିବାଇଗଣୀ ରଶ୍ମୀ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଖାସ୍‌ କରି ଏହା ଦ୍ୱାରା ତ୍ୱଚା ଉପରେ କୁପ୍ରଭାବ ପଡ଼ିଥାଏ । ଏଥିରୁ ବର୍ତ୍ତିବାକୁ ଚାହୁଁଥିଲେ ତେଲ ଲଗାଇ ତ୍ୱଚାର ଯତ୍ନ ନେଇପାରିବେ । ଯଦି ଆପଣ ସବୁବେଳେ ଲାପଟପ୍‌ ଓ ଫୋନ ବ୍ୟବହାର କରୁଛନ୍ତି, ତାହେଲେ ପ୍ରତିଦିନ ମୁହଁରେ ନଡ଼ିଆ ତେଲ ଲଗାନ୍ତୁ । ଦେଖିବେ ନଡ଼ିଆ ତେଲ ଲଗାଇବା ପରେ ଆପଣଙ୍କ ମୁହଁରେ ଥିବା ସମସ୍ୟା ଧୀରେଧୀରେ ଦୂର ହୋଇଯିବ । ସେହିପରି ବାଦାମ ତେଲକୁ ମାଲିସ କରିବା ଦ୍ୱାରା ତ୍ୱଚାର ବର୍ଣ୍ଣରେ ସୁଧାର ଆସିଥାଏ । ସୂର୍ଯ୍ୟ ଏବଂ ୟୁଭି କିରଣରୁ ଭିଟାମିନ୍‌ ଇ ଯୁକ୍ତ ଏହି ତେଲ ଆପଣଙ୍କୁ ବଞ୍ଚାଇବ । ଅଲିଭ୍‌ ତେଲ୍‌ ଉଭୟ ସ୍କିନ ଏବଂ ଶରୀର ପାଇଁ ଲାଭକାରୀ । ଏହି ତେଲ ତ୍ୱଚାକୁ ଦାଗମୁକ୍ତ କରିବାରେ ସାହାଯ୍ୟ କରେ । ଶୋଇବା ପୂର୍ବରୁ ମୁହଁ ଏବଂ ହାତରେ ଅଲିଭ୍‌ ତେଲ ଲଗାଇବାକୁ ଭୁଲିବେ ନାହିଁ ।

Unprotected skin without sunscreen lotion, UVB and UVA rays penetrates into the skin @thetopmost-01

https://thetopmost.in/?p=1779

https://thetopmost.in/?p=1687

https://thetopmost.in/?p=1661

https://thetopmost.in/?p=1786