The Topmost

“The eyes believe themselves, the ears believe other people.”

super facial chemical

Different beauty treatment .

ସୌନ୍ଦର୍ଯ୍ୟର ନୂଆ ଉପଚାର
ଚିକଣ ଏବଂ ଗ୍ଲୋଇଂ ତ୍ୱଚା ପାଇଁ ଆଜିକାଲିର ଯୁବତୀମାନେ କିଛି ବି କରିବାକୁ ପ୍ରସ୍ତୁତ । ହେଲେ ଘରୁ ବାହାରିବା ମାତ୍ରେ ତ୍ୱଚା ଖରା ଏବଂ ପ୍ରଦୂଷଣର ସାମ୍ନା କରୁଛି । ଖାସ୍‌ କରି ଅତିବାଇଗଣୀ ରଶ୍ମି ଚେହେରା ଉପରେ ଖରାପ ପ୍ରଭାବ ପକାଉଛି । ତେଣୁ ତ୍ୱଚାକୁ ନୂଆପଣ ଏବଂ ପିଲାଙ୍କ ତ୍ୱଚା ପରି କୋମଳତା ପାଇବା ପାଇଁ ଏବେ ନୂଆ ନୂଆ ବିୟୁଟି ଟ୍ରିଟ୍‌ମେଣ୍ଟ୍‌ ବାହାରିଛି ।

super facial chemical
super facial chemical  @thetopmost-01

ସୁପର ଫେସିଆଲ କେମିକାଲ୍‌ ପିଲ୍ସ: ସାଧାରଣତଃ ବାୟୋଲୋଜିକାଲ କଲର୍‌କୁ କେବେ ବି ପରିବର୍ତ୍ତନ କରାଯାଇପାରିବ ନାହିଁ, କିନ୍ତୁ କିଛିମାତ୍ରାରେ ଏଥିରେ ସୁଧାର ଅଣାଯାଇପାରିବ । କେମିକାଲ୍‌ ପିଲ୍ସ ଏପରି ଏକ ଟ୍ରିଟମେଣ୍ଟ, ଯାହା ତ୍ୱଚାରେ ବୟସ ଜନିତ ହରମୋନଲ ପ୍ରଭାବରୁ ଆସିିଥିବା ଫରକକୁ ସୁଧାରିଥାଏ । ଏହି ଟ୍ରିଟମେଣ୍ଟରେ ଅଲକା ହାଇଡ୍ରୋକ୍ସି ଏସିଡସ୍‌ ଦ୍ୱାରା ତ୍ୱଚାର ଉପରିସ୍ତରକୁ ବାହାର କରାଯାଇଥାଏ, ଯାହାଦ୍ୱାରା ନୂଆ ତ୍ୱଚା ସୃଷ୍ଟି ହୋଇଥାଏ ଏବଂ ଦେହର ରଙ୍ଗରେ ପରିବର୍ତ୍ତନ ଅର୍ଥାତ୍‌ ଭଲ ମିଳିଥାଏ ।

laser photo facial
laser photo facial  @thetopmost-01

ଲେଜର୍‌ ଫଟୋ ଫେସିଆଲ୍‌: ଏହି ଥେରାପି ଫେସିଆଲର ଏକ ନୂଆ ସ୍ୱରୂପ । ଏହି ଟ୍ରିଟମେଣ୍ଟ୍‌ରେ ଲେଜର୍‌ ଲାଇଟ୍‌ ଦ୍ୱାରା ମୁହଁରେ ହୋଇଥିବା ଦାଗ, ବ୍ରଣ ଦ୍ୱାରା ହୋଇଯାଇଥିବା ବଡ଼ ବଡ଼ କଣା, ବୟସ ଚିହ୍ନକୁ ଚିକିତ୍ସା କରାଯାଇଥାଏ । ଖାସ୍‌ କରି ଅଧିକାଂଶ ଯୁବତୀ ତାଙ୍କ ପିଗମେଣ୍ଟେସନ୍‌ ସେଲ୍ସକୁ ନଷ୍ଟ କରିବା ଏବଂ ଦାଗକୁ ଦୂର କରିବା ପାଇଁ ଏହି ଥେରାପିର ପ୍ରଯୋଗ କରିଥାନ୍ତି । ମନେ ରଖନ୍ତୁ, ଲେଜର୍‌ ଫଟୋ ଫେସିଆଲ ପରେ ମୁହଁରେ ବରଫ ଲଗାଇବା ଉଚିତ୍‌ ଏବଂ ସନସ୍କ୍ରିନ ଲଗାଇବା ପରେ ହିଁ ଘରୁ ବାହାରନ୍ତୁ ।

ମାଇକ୍ରୋଡର୍ମାବ୍ରେସନ୍‌: ମୁହଁରୁ ମୃତ କୋଷିକାକୁ ବାହାର କରିବା ପାଇଁ ସବୁଠୁ ସୁରକ୍ଷିତ ଟ୍ରିଟମେଣ୍ଟ୍‌ ହେଉଛି ମାଇକ୍ରୋଡର୍ମାବ୍ରେସନ । ଏହି ଟ୍ରିଟମେଣ୍ଟ୍‌ ପରେ ତ୍ୱଚାର ରଙ୍ଗ ଏବଂ ଗଢଣ ଉଭୟରେ ସୁଧାର ଆସିଥାଏ । ଏପରିକି କିଛି ମାତ୍ରାରେ କଳାପଣ ମଧ୍ୟ ଦୂର ହୋଇଥାଏ । ଏହି ଥେରାପିକୁ କରିବା ପାଇଁ ୨୦ରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ ।

ବୋଟୋକ୍ସ: କେତେକ ମହିଳାଙ୍କର ହସିବା ସମୟରେ ନାକର ଦୁଇପଟୁ ଓଠ ପର୍ଯ୍ୟନ୍ତ ଭାଙ୍ଗ ପଡ଼ିଯାଏ, ଯାହାକୁ ଲାଫିଂ ଲାଇନ୍ସ କୁହାଯାଏ । ସେହିପରି ଆଖିର କ୍ରୋ ଲାଇନ୍ସ, ମଥାର ଏକ୍ସପ୍ରେସନ ଲାଇନ୍ସ ତ୍ୱଚାର ସୁନ୍ଦରତାକୁ ବିଗାଡ଼ିଥାଏ । ଏହାକୁ ବୋଟୋକ୍ସ ଟ୍ରିଟମେଣ୍ଟ୍‌ ଦ୍ୱାରା ଦୂର କରାଯାଇପାରିବ । ଏହି ଟ୍ରିଟମେଣ୍ଟର ପ୍ରଭାବ ୪ରୁ ୬ମାସ ପର୍ଯ୍ୟନ୍ତ ରହିଥାଏ ।

ଫିଲର: ଆଜିକାଲି ସମସ୍ତଙ୍କୁ ପାଉଟ୍‌ ଲି« ଦରକାର । ସେଲିବ୍ରେଟିଙ୍କୁ ଦେଖି ଏହା ଏକପ୍ରକାର ଟ୍ରେଣ୍ଡ୍‌ରେ ପରିଣତ ହେଲାଣି । ପତଳା ଓଠ ଥିବା ଯୁବତୀଙ୍କ ପାଇଁ ଏହି ଟ୍ରିଟମେଣ୍ଟ୍‌ କୌଣସି ବରଦାନଠୁ କମ୍‌ ନୁହେଁ । ଏହି ଫିଲର ଥେରାପି କରି ଆପଣ ଓଠକୁ ଯେକୌଣସି ଆକାର ଦେଇପାରିବେ । ଏକ୍ସପର୍ଟଙ୍କ ଅନୁସାରେ ଫିଲର୍‌ ଟ୍ରିଟମେଣ୍ଟ୍‌ ବିୟୁଟି ଇଣ୍ଡଷ୍ଟ୍ରୀରେ ସାଧାରଣ ହୋଇଗଲାଣି ।

ଆର୍ଟିଫିସିଆଲ ଡିମ୍ପଲ୍‌ ସର୍ଜରୀ: ଆହୁରି ସୁନ୍ଦର ଦେଖାଯିବା ପାଇଁ ଯୁବତୀ ଏବଂ କିଶୋରୀମାନଙ୍କ ମଧ୍ୟରେ ଡିମ୍ପଲ୍‌ ସର୍ଜରୀର କ୍ରେଜ୍‌ ବଢ଼ିଛି । ଏଥିପାଇଁ ଗାଲର କିଛି ମାଂସପେଶୀକୁ କାଟି ଯୋଡ଼ାଯାଇଥାଏ । ଏହା ଶୁଖିବା ପାଇଁ ପ୍ରାୟ ୩ ମାସ ସମୟ ଲାଗିଥାଏ । ତେଣୁ ଏହାକୁ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌ ।

ହେୟାର ରିମୁଭଲ୍‌ ଥେରାପି: ବେଳେବେଳେ ମୁହଁରେ ଅଧିକ ଲୋମ ଉଠି ଖରାପ ଦେଖାଯାଏ । ଏପରି କ୍ଷେତ୍ରରେ ଯୁବତୀମାନେ ଥ୍ରେଡ୍‌ କରିଥାନ୍ତି, କିନ୍ତୁ ଏହା ସ୍ଥାୟୀ ପ୍ରତିକାର ନୁହେଁ । ତେଣୁ ଆଜିକାଲି ମୁହଁର କେଶକୁ ହଟାଇବା ପାଇଁ ହେୟାର ରିମୁଭଲ୍‌ ଲେଜର ଥେରାପିର ସହଯୋଗ ନେଉଛନ୍ତି । ଏଥିରେ ପ୍ରାୟ ୨ ହଜାରରୁ ୨୫ ଶହ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ ।

https://thetopmost.in/?p=1501

https://thetopmost.in/?p=1413

https://thetopmost.in/?p=1416

https://thetopmost.in/?p=1557