The Topmost

“The eyes believe themselves, the ears believe other people.”

villege of twins

ଯାଆଁଳ ଶିଶୁର ଗାଁ

ଦକ୍ଷିଣ ଭାରତୀୟ ରାଜ୍ୟ କେରଳର ମାଲାପୁରମ୍‌ ଜିଲ୍ଲାରେ ରହିଛି ଏହି ବିଚିତ୍ର ଗାଁ କୋଡିନୀ । ଏହି ଗାଁରେ ସମୁଦାୟ ୨ ହଜାର ପରିବାର ବାସ କରନ୍ତି । ଏହି ଗାଁର ବିଶେଷତ୍ୱ ହେଉଛି ଏଠାରେ ଅଧିକାଂଶ ପିଲା ଯାଆଁଳା । ଏକ ରିପୋର୍ଟ ଅନୁଯାୟୀ ଏହି ଗାଁରେ ୨୨୦ରୁ ଅଧିକ ଯୁଗଳ ଯାଆଁଳା ଅଛନ୍ତି । ଏହି ଗାଁରେ ଯାଆଁଳା ଶିଶୁଙ୍କ ଜନ୍ମ ଭାରତରେ ଜନ୍ମ ହୋଇଥିବା ଯାଆଁଳା ଶିଶୁଙ୍କ ତୁଳନାରେ ବହୁତ ଅଧିକ । ସୂଚନା ଅନୁଯାୟୀ ୧୯୪୯ ମସିହାରେ ଏହି ଗାଁରେ ପ୍ରଥମ ଯାଆଁଳା ଶିଶୁ ଜନ୍ମ ହୋଇଥିଲେ । ଏହା ପରେ ଧୀରେ ଧୀରେ ଯାଆଁଳଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାକୁ ଲାଗିଲା । ଏବେ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଥିବା ଯାଆଁଳ ଯୋଡ଼ି ପ୍ରାୟ ୭୯ରୁ ଅଧିକ ଅଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଡାକ୍ତରଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ ମଧ୍ୟ ଏହାର କାରଣ ଖୋଜି ବାହାର କରିପାରିନାହାନ୍ତି । ତେବେ ଏହି ରହସ୍ୟର ସମାଧାନ ପାଇଁ ଜର୍ମାନୀ ଏବଂ ବ୍ରିଟେନର ମିଳିତ ବିଶେଷଜ୍ଞ କମିଟି ଏହି ଗାଁକୁ ଆସିଥିଲେ । ଗବେଷଣା ପାଇଁ ଲୋକଙ୍କ ଡିଏନ୍‌ଏ ସଂଗ୍ରହ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ପ୍ରକୃତ କାରଣ କେହି ବୁଝିପାରି ନାହାଁନ୍ତି । ରିପୋର୍ଟ ଅନୁସାରେ ଏହି ଗାଁରେ ପ୍ରତି ୧୦୦୦ ପିଲାଙ୍କ ମଧ୍ୟରୁ ୪୨ଟି ଯାଆଁଳା ଶିଶୁ ଜନ୍ମ ହୋଇଥାନ୍ତି ।

https://thetopmost.in/?p=1652

https://thetopmost.in/?p=1800

https://thetopmost.in/?p=2077

https://thetopmost.in/?p=1797