The Topmost

“The eyes believe themselves, the ears believe other people.”

3-D print of a human body organ made by scientists.

3-D print of a human body organ made by scientists.

ମଣିଷ ଅଙ୍ଗର ଥ୍ରି ଡି ପ୍ରିଣ୍ଟ
ସାଧାରଣତ ଥ୍ରୀଡି ପେଣ୍ଟି କୌଣସି ବି ଜିନିଷର ଜୀବନ୍ତ ଚିତ୍ର ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇଥାଏ। ହେଲେ ବୈଜ୍ଞାନିକମାନେ ଏହାକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି। ବର୍ତ୍ତମାନ ଶରୀର ଅଙ୍ଗ ପ୍ରତ୍ୟେଙ୍ଗଙ୍କର ମଧ୍ୟ ଥ୍ରିଡି ପ୍ରିଣ୍ଟ କରିହେବ। ବୁଫୋଲ ବିଶ୍ୱବିଦ୍ୟାାଳୟର ଅଧ୍ୟୟନ ଅନୁସାରେ ଭବିଷ୍ୟତରେ ମଣିଷ ଶରୀରର ଅଙ୍ଗର ଥ୍ରି ଡି ପ୍ରିଣ୍ଟ ପ୍ରସ୍ତୁତ ହୋଇପାରିବ। ବୁଫୋଲ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ରୁଓଗାଙ୍ଗ ଝାଓଙ୍କ ମତରେ ତାଙ୍କ ଟିମ ଦ୍ୱାରା ବିକଶିତ ଟେକ୍ନୋଲୋଜି ପୂର୍ବ ଥ୍ରୀ ଡି ପ୍ରିଣ୍ଟଙ୍କ ଟେକ୍ନୋଲୋଜି ଠାରୁ ୧୦-୧୫ ଗୁଣ ଅଧିକ କ୍ଷୀପ୍ର। ଏହି ନୂତନ ଥ୍ରୀ ଡି ପ୍ରିଣ୍ଟଙ୍ଗ ମେସିନ ଅଧିକ କ୍ଷମତା ସମ୍ପନ୍ନ। ଯେଉଁ କାର୍ଯ୍ୟ ପାରମ୍ପରିକ ଥ୍ରୀ ଡି ପ୍ରିଣ୍ଟ ପାଇଁ ଅସମ୍ଭବ, ତାହା ଏହି ନୂତନ ପାଇଁ ସମ୍ଭବ। ଗବେଷକଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ଏହି ନୂତନ ଜ୍ଞାନ କୌଶଳ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଭିଡିଓରେ ହାଇଡ୍ରୋଜେଲ୍ ମେଟେରିଆଲ ବ୍ୟବହାର କରି ଏକ ସମ୍ପୂର୍ଣ୍ଣ ହାତକୁ ପ୍ରିଣ୍ଟ କରାଯାଇଛି। ହେଲେ ଏହି ପ୍ରୋସେସଟି ପାରମ୍ପରିକ ଥ୍ରି ଡି ପ୍ରିଣ୍ଟରେ କରାଯାଇଥିଲେ ୬ଘଣ୍ଟାରୁ ଅଧିକ ସମୟ ନେଇଥାନ୍ତା। ହେଲେ ନୂତନ ପ୍ରକ୍ରିୟାରେ ଏହା ମାତ୍ର ୧୬ ମିନିଟ୍ରେ ସମ୍ଭବ ହୋଇପାରିଛି। ଏହି ନୂତନ ପ୍ରକ୍ରିୟା ମାନବ ଟିସୁ ଓ ରକ୍ତ କୋଷିକାକୁ ପ୍ରିଣ୍ଟ କରିବାରେ ସହାୟକ ହେବ ବୋଲି ଗବେଷକମାନେ ମତ ଦେଇଛନ୍ତି। ତେଣୁ ଆଗକୁ ଏହି ପ୍ରକ୍ରିୟା ଦ୍ୱାରା ମଣିଷମାନଙ୍କ ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ସହ କୋଷର ମଧ୍ୟ ଥ୍ରିଡି ପ୍ରିଣ୍ଟ କରାଯାଇପାରିବ।

3-D print of a human body organ made by scientists. @thetopmost-01

https://thetopmost.in/?p=1738

https://thetopmost.in/?p=1735

https://thetopmost.in/?p=1747