ସମସ୍ୟା ଓ ସମାଲୋଚନାକୁ ଭ୍ରୁକ୍ଷେପ ନକରି ମନୋରଞ୍ଜନ ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କେତେକ କିନ୍ନର । ଖାସ୍ କରି ଏଣ୍ଟରଟେନମେଣ୍ଟ ଦୁନିଆର ଚାକଚକ୍ୟ କହିଲେ କେବଳ ନାରୀଙ୍କ ସୁନ୍ଦରତାକୁ ବୁଝାଯାଇଥାଏ । କିନ୍ତୁ ଏବେ ସେହି ସ୍ଥାନରେ ସମାଜର ଆଢୁଆଳରେ ନିଜକୁ ସୁରକ୍ଷିତ ମଣୁଥିîବା କିନ୍ନର ଆଗକୁ ଆସି ବିଶ୍ୱସ୍ତରରେ ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି ।
ବବି ଡାର୍ଲିଂ- ବଲିଉଡ୍ର ଜଣାଶୁଣା ଚେହେରା ଭାବେ ଟ୍ରାନ୍ସଜେଣ୍ଡର୍ ବବି ଡାର୍ଲିଂ ବେଶ୍ ପ୍ରସିଦ୍ଧ । ତାଙ୍କର ପ୍ରକୃତ ନାମ ପଙ୍କଜ ଶର୍ମା । ବବି ଅନେକ ସମାଲୋଚନାର ସମ୍ମୁଖୀନ ହେବା ସତ୍ତେ୍ୱ ଏଣ୍ଟରଟେନମେଣ୍ଟ୍ ଇଣ୍ଡଷ୍ଟ୍ରୀରେ ସ୍ୱତନ୍ତ୍ର ପରିଚୟ କରିପାରିଛନ୍ତି । ବବି ଅନେକ ଲୋକପ୍ରିୟ ହିନ୍ଦୀ ସିନେମାରେ ଅଭିନୟ କରଛନ୍ତି । ତାଙ୍କର ଅଭିନୟ ଦ୍ୱାରା ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।
ଅଞ୍ଜଳୀ ଅମେର୍- ମାଲାୟଲାମ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଲିଡ୍ ହିରୋଇନରେ ଅଭିନୟ କରି ଅଞ୍ଜଳୀ ଅମେର୍ ହଇଚଇ ସୃଷ୍ଟି କରିଛନ୍ତି । ତାମିଲ ଫିଲ୍ମ ପେରାନବୁରେ ସାଉଥ୍ ସୁପରଷ୍ଟାର ମାମୁଟ୍ଟିଙ୍କ ବିପକ୍ଷରେ ଅଗ୍ରଣୀ ଲେଡି ଭୂମିକାରେ ଅବତୀର୍ଣ୍ଣ ହୋଇ ସମସ୍ତ କିନ୍ନରଙ୍କ ପାଇଁ ପ୍ରେରଣା ସାଜିଥିଲେ । ଏହାସହ ଜଣେ ମଡେଲ ଏବଂ ଅଭିନେତ୍ରୀ ଭାବରେ ତାଙ୍କର ଅଭିଳାଷକୁ ଅନୁସରଣ କରିବା ସହ ଲୋକଙ୍କ ମଧ୍ୟରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟଙ୍କ ପାଇଁ ଏକ ଖୋଲା ବିଚାର ସୃଷ୍ଟି କରିଥିଲେ ।
ଗୌରୀ ଅରୋରା- ଚର୍ଚ୍ଚିତ ରିୟାଲିଟି ଶୋ ସ୍ପିଲଟ୍ସଭିଲାର ସିଜନ୍ ୮ରେ ନଜର ଆସିଥିବା ସମଲିଙ୍ଗୀ ପ୍ରତିଯୋଗୀ ଗୌରବ ଅରୋରା ଏବେ ଗୌରୀ ହୋଇ ରହୁଛନ୍ତି । ଟ୍ରାନ୍ସଫର୍ମେସନ ଜରିଆରେ ସେ ପୁରୁଷରୁ ନାରୀ ପାଲଟିଛନ୍ତି । କେବଳ ସେତିକି ନୁହେଁ ୨୦୧୪ରେ ଦେଶର ପ୍ରତିଷ୍ଠିତ ତଥା ଅଗ୍ରଣୀ ମେନ୍ସ ଫିଟନେସ୍ ମାଗାଜିନର କଭର ପୃଷ୍ଠାରେ ପ୍ରକାଶିତ ତାଙ୍କର ଫଟୋ ସମସ୍ତଙ୍କୁ ଚକିତ କରିଥିଲା ।
ନିMି ଚାୱଲା- ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ମଡେଲ ନିMି ଚାୱଲା ପଞ୍ଜାବରେ ଜନ୍ମ ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନିଜର ଲିଙ୍ଗ ସମ୍ପର୍କରେ ଅବଗତ ହେବା ପରେ ନିଜକୁ ନାରୀ ରୂପେ ପରିବର୍ତ୍ତିତ କରିଥିଲେ । ୨୦୦୯ରେ ଅପରେସନ୍ କରିବା ପରେ ମଡେଲିଂ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ସେ ଅନେକ ଇଣ୍ଟରନ୍ୟାସନାଲ ର୍ୟାମ୍ପ ଶୋ ଏବଂ ରିୟାଲିଟି ଶୋରେ ଅଂଶଗ୍ରହଣ କରିସାରିଛନ୍ତି । ସେ ଇମୋଶନାଲ ଅତ୍ୟାଚାରରେ ମଧ୍ୟ କାମ କରିସାରିଛନ୍ତି ।
ସାୟଶା ସିନ୍ଧେ- ଜୁନ ମାସରେ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ସ୍ୱପ୍ନିଲ୍ ସିନ୍ଧେ ଲିଙ୍ଗ ପରିବର୍ତ୍ତନ କରି ସାୟଶା ସିନ୍ଧେର ପରିଣତ ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କ କହିବା ଅନୁଯାୟୀ ଗତ ୬ ବର୍ଷ ପୂର୍ବେ ହିଁ ତାଙ୍କୁ ଅନୁଭବ ହେଲା ଯେ ସେ ଟ୍ରାନ୍ସଜେଣ୍ଡର ମହିଳା । ଏହାପରେ ସେ ଦୁନିଆ ସାମ୍ନାରେ ନିଜର ଅସଲ ରୂପକୁ ପରିଚିତ କରାଇଥିଲେ । ସାୟଶା ବଲିଉଡ୍ର ବଡ଼ ବଡ଼ ଅଭିନେତ୍ରୀଙ୍କ ପାଇଁ ଡ୍ରେସ ଡିଜାଇନ କରିଛନ୍ତି ।
ରୋବେର୍ତା କ୍ଲୋଜ୍- ପ୍ରଥମ ଟ୍ରାନ୍ସଜେଣ୍ଡର ମଡେଲ ଭାବେ ବିଶ୍ୱର ପପୁଲାର ମାଗାଜିନ ପ୍ଲେବଏ କଭର ପାଇଁ ରୋବେର୍ତା କ୍ଲୋଜ ପୋଜ୍ ଦେଇଛନ୍ତି । ତାଙ୍କୁ ଦୁନିଆର ସବୁଠୁ ଆକର୍ଷଣୀୟ ଟ୍ରାନ୍ସଜେଣ୍ଡର ମହିଳା ଭାବେ ବିବେଚନା କରାଯାଏ, ଯାହାଙ୍କର ନାମ ମଡେଲିଂ ଦୁନିଆରେ ବେଶ୍ ଲୋକପ୍ରିୟତା ହାସଲ କରିଛି । ଲିଙ୍ଗ ପରିବର୍ତ୍ତନ କରୁଥିବା ଲୋକଙ୍କ ପାଇଁ ସେ ଜଣେ ରୋଲ୍ ମଡେଲ୍ ।
ଲାଭେର୍ନ କକ୍ସ- ରିୟାଲିଟି ଟିଭି ଷ୍ଟାର ତଥା ଅଭିନେତ୍ରୀ ଲାଭେର୍ନ କକ୍ସ ୨୦୧୩ରେ ପ୍ରଥମ ଥର ସ୍ପଟ୍ଲାଇଟ୍କୁ ଆସିଥିଲେ । ଅରେଞ୍ଜ୍ ଇଜ୍ ଦ ନୁ୍ୟ ବ୍ଲାକ୍ ଡ୍ରାମା ସିରିଜ୍ରେ ଅଭିନୟ କରି ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଏମି ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ । ଲାଭେର୍ନ ଅନସ୍କ୍ରିନ୍ରେ ଯେତିକି ସଫଳ, ସେହିପରି ଅଫ୍ସ୍କ୍ରିନରେ ସମାଜସେବା, ସମଲିଙ୍ଗୀ ଅଧିକାର ପାଇଁ ଲଢି ଚର୍ଚ୍ଚାକୁ ଆସିଛନ୍ତି ।
ଚମିଲା ଅସଙ୍କା- ଶ୍ରୀଲଙ୍କା ମଡେଲ ଭାବେ ଚମିଲା ଅସଙ୍କା କେବଳ ଦେଶରେ ନୁହେଁ ସମଗ୍ର ଦୁନିଆରେ ପରିଚିତ ଲାଭ କରିଛନ୍ତି । ତାଙ୍କର ଲିଙ୍ଗ ପରିବର୍ତ୍ତନ ଖବର ସେତେବେଳେ ଶ୍ରୀଲଙ୍କା ସହ ଏସିଆର ପ୍ରତି ଖବରକାଗଜ ପୃଷ୍ଠାର ଶିରୋନାମା ପାଲଟିଥିଲା । ସେ ବହୁ ମଡେଲିଂ ଶୋ ଏବଂ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ନିଜର ଜଲୱା ଦେଖାଇଛନ୍ତି ।
ରିମଲ ଅଲୀ- ପାକିସ୍ତାନର ମନୋରଞ୍ଜନ ଦୁନିଆର ଚର୍ଚ୍ଚିତ ଚେହେରା ହେଉଛନ୍ତି ରିମଲ ଅଲୀ । ସେ ଜଣେ ମଡେଲ ହେବା ସହ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ । ୨୦୧୮ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ରିମଲ୍ ଏବେ ଟ୍ରାନ୍ସଜେଣ୍ଡର ଇନଫ୍ଲìଏସର ଭାବେ ପ୍ରତିଷ୍ଠିତ ଲାଭ କରିଛନ୍ତି ।
ସିକୁ୍ୟରିଟି ଗାର୍ଡ ହେଲେ ୫ ଟ୍ରାନ୍ସଜେଣ୍ଡର
ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ୫ ଜଣ ଟ୍ରାନ୍ସଜେଣ୍ଡର ସିକୁ୍ୟରିଟି ଗାର୍ଡକୁ ନିଯୁକ୍ତି ଦିଆଯାଇଛି, ଯାହା ଥିଲା ଜିଲ୍ଲାର ପ୍ରଥମ ଅଭିନବ ପଦକ୍ଷେପ । ଦୁର୍ଗା, ସୋନାଲୀ. ତୁଷାର, କୈଳାଶ ଏବଂ ହାୟଲଙ୍କୁ ମହିଳା, ଗାୟନୋକୋଲଜି ଏବଂ ଶିଶୁ ବିଭାଗରେ ମୁତୟନ କରାଯାଇଛି । ମାସକୁ ଦରମା ସହ ଅନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ଏହି ସମଲିଙ୍ଗୀଙ୍କୁ ନିର୍ମଳ ସ୍କିମ୍ ଯୋଜନା ଅଧୀନରେ ନିଯୁକ୍ତ କରାଯାଇଛି । ତେବେ ଚାକିରୀରେ ରଖିବା ପୂର୍ବରୁ ମାଲକାନଗିରି ଜିଲ୍ଲା ପୋଲିସ ସେମାନଙ୍କୁ ତାଲିମ ଦେଇଛି ।
ପ୍ରଥମ ଡେରି ଫାର୍ମ
୫ ବର୍ଷ ରାସ୍ତାରେ ଭିକ ମାଗିବା ପରେ ଭୂମିକା ନାମକ ଜଣେ ଟ୍ରାନ୍ସଜେଣ୍ଡର ଶେଷରେ ସମଲିଙ୍ଗୀ ଦ୍ୱାରା ପରିଚାଳିତ ଭାରତର ପ୍ରଥମ ଦୁU ଚାଷର ମୁଖ୍ୟ ଭାବରେ ଏକ ସୁରକ୍ଷିତ ଭବିଷ୍ୟତ ପାଇଛନ୍ତି । ରାଜ୍ୟ ସମର୍ଥିତ ଟ୍ରାନ୍ସଜେଣ୍ଡର ଦୁU ଉତ୍ପାଦକ ସମବାୟ ସମିତି ଦକ୍ଷିଣ ତାମିଲନାଡୁରେ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ ହୋଇଛି । ଏହାର ଅଂଶୀଦାର ଉଦ୍ୟୋଗରେ ୩୦ ଜଣ ଟ୍ରାନ୍ସ ମହିଳାଙ୍କୁ ବ୍ୟକ୍ତିଗତ ବାସସ୍ଥାନ ସହ ଗାଈ ଯୋଗାଇଦିଆଯାଇଛି ।
ଟ୍ରାନ୍ସଜେଣ୍ଡରଙ୍କ ସ୍ୱତନ୍ତ୍ର ରେଷ୍ଟୁରାଣ୍ଟ
ତାମିଲନାଡୁର କୋଏମ୍ବଟୁରରେ କୋଭାଇ ଟ୍ରାନ୍ସ କିଚେନ୍ ନାମକ ଏକ ରେଷ୍ଟୁରାଣ୍ଟକୁ ଟ୍ରାନ୍ସଜେଣ୍ଡର ପରିଚାଳିତ କରୁଛନ୍ତି । ଖାଦ୍ୟ ପ୍ରସ୍ତୁତଠାରୁ ଆରମ୍ଭ କରି ଖାଦ୍ୟ ପରଷିବା, ହିସାବ ରଖିବା ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଟ୍ରାନ୍ସଜେଣ୍ଡର । ତେବେ ୧୦ ଜଣିଆ ଟିମ୍ରେ ଅନ୍ୟ ୫୦ ଲୋକ ସାମିଲ ଅଛନ୍ତି, ଯେଉଁମାନେ ହୋଟେଲ ମ୍ୟାନଜମେଣ୍ଟ୍ ପ୍ରୋଗାମ ଅଧିନରେ ୨୦ଦିନ ଧରି ଟ୍ରେନିଂ ନେଇଛନ୍ତି । ଏହି ଟ୍ରାନ୍ସ ରେଷ୍ଟୁରାଣ୍ଟ ଉକ୍ତ ଅଞ୍ଚଳରେ ବେଶ ଲୋକପ୍ରିୟ ହେବାରେ ଲାଗିଛି ।

More Stories
ନଡିଆ ଦିଏ ଏହି ସବୁ ସମସ୍ୟାରୁ ମୁକ୍ତି
ଖାଇବା ପୂର୍ବରୁ ଏହା ପିଇଲେ, ପତଳା ହେବାକୁ ଦରକାର ପଡିବନି ଏକ୍ସରସାଇଜ
ପ୍ରତ୍ୟେହ ପିଅନ୍ତୁ ଚେରି ଜୁସ୍, ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ