The Topmost

“The eyes believe themselves, the ears believe other people.”

bhuban-badyakar- ‘କଚ୍ଚା ବାଦାମ’

ହୋଲି ମଣ୍ଡପରେ ଭୁବନଙ୍କ ମୂର୍ତ୍ତି ‘କଚ୍ଚା ବାଦାମ’

‘କଚ୍ଚା ବାଦାମ’ ଗୀତ ସୋସିଆଲ ମିଡିଆରେ ଧମାଲ କରିବାରେ ଲାଗିଛି । ଏହାକୁ ପଶ୍ଚିମବଙ୍ଗର ବାଦାମ ବିକ୍ରି କରୁଥିବା ଭୁବନ ବାଦାୟକର ଗାଇଛନ୍ତି ଏବଂ ଏଥିପାଇଁ ସେ ବର୍ତ୍ତମାନ ସୋସିଆଲ ମିଡିଆ ଷ୍ଟାର । ସେହି ଗୀତ ଜରିଆରେ ତାଙ୍କ ଲୋକପ୍ରିୟତା ଏତେମାତ୍ରାରେ ବୃଦ୍ଧି ପାଇଛି ଯେ ନିକଟରେ ହୋଲି ଅବସରରେ ହୋଇଥିବା ଏକ ପୂଜା ମଣ୍ଡପରେ ଭୁବନଙ୍କ ମୂର୍ତ୍ତି ସ୍ଥାପନ କରାଯାଉଛି, ଯାହା ସ୍ଥାନୀୟ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଗୋପାଳ ପୂଜା ପାଇଁ ଉତ୍ତର କୋଲକାତାର କୁମାରତୁଲୀର ଜଣେ କଳାକାର ଭୁବନଙ୍କ ୫.୫ ଫୁଟର ମୂର୍ତ୍ତି ତିଆରି କରିଛନ୍ତି ।

bhuban-badyakar
bhuban-badyakar @thetopmost-01

http://thetopmost.in/?p=721

http://thetopmost.in/?p=716

http://thetopmost.in/?p=712

http://thetopmost.in/?p=708

https://twitter.com/fpjindia/status/1505849401893302272

ଏହି ମୂର୍ତ୍ତିକୁ ତିଆରି କରିଥିବା କଳାକାର ପରିମଲ ପଲ୍‌ଙ୍କ କହିବା ଅନୁଯାୟୀ, ‘ଚଳିତ ବର୍ଷ ଭୁବନ ବଦୟାକରଙ୍କୁ ସେଲିବ୍ରେଟ୍‌ କରାଯାଉଛି । ତେଣୁ ସେ ତାଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାକୁ ତିଆରି କରିବା ପାଇଁ ୪ ଦିନ ସମୟ ଲାଗିଛି ।’ ତେବେ ସାଇକେଲ୍‌ରେ ବାଲ୍ୟ ଶ୍ରୀକୃଷ୍ଣ ବସିଥିବା ବେଳେ ପାଖରେ ଠିଆ ହୋଇଥିବା ଭୁବନଙ୍କ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ପୂଜା ସମାପ୍ତ ପରେ ଭୁବନଙ୍କ ଏହି ମୂର୍ତ୍ତିକୁ କୁମାରତୁଲୀରେ ଥିବା ଷ୍ଟୁଡିଓରେ ରଖାଯିବ ବୋଲି କଳାକାର ପରିମଲ କହିଛନ୍ତି । ଗୋପାଳ ପୂଜା ପଶ୍ଚିମବଙ୍ଗ ଦୋଳଯାତ୍ରାର ଏକ ଅଂଶ । ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।