ସାଧାରଣତଃ ମହୁମାଛିକୁ ସମସ୍ତେ ଡରନ୍ତି। ଏହା କାମୁଡାରେ ଶରୀରରେ ଜ୍ୱଳା, ବିନ୍ଧା ହୋଇଥାଏ। ଯାହା ଅତ୍ୟନ୍ତ କଷ୍ଟଦାୟକ। ତେଣୁ ହାତରେ ଗୋଟିଏ ମହୁମାଛିକୁ ସମ୍ଭାଳିବା କଷ୍ଟ। ହେଲେ ଜଣେ ଯୁବକ ହାତରେ ମହୁଫେଣା ଧରି ବୁଲୁଛନ୍ତି। ଯାହା ଶୁଣିଲେ କେହି ବି ବିଶ୍ୱାସ କରିବେ ନାହିଁ। ମହୁ ମାଛିକୁ ସମସ୍ତେ ଗଛରେ ଖୁବ୍ ଉପରେ ନିଜର ଫେଣା ତିଆରି କରିଥିବାର ଦେଖିଥିବେ। ହେଲେ ମଣିଷ ହାତରେ ମହୁଫେଣା ! ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବକଙ୍କ ହାତରେ ଏକ ବଡ ମହୁଫେଣା ରହିଛି ଓ ସେ ଚାଲିଚାଲି ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଉଛନ୍ତି। ତେବେ ଭିଡିଓଟି କେଉଁଠାର ଓ ଯୁବକଙ୍କ ଏଭଳି କରିବା ପଛର କାରଣ କଣ ଜଣାପଡିନାହିଁ। କିନ୍ତୁ ଲୋକମାନେ ସୋସିଆଲ ମିଡିଆରେ ଭିଡିଓଟିର ଖୁବ୍ ମଜା ନେଉଛନ୍ତି। ୧୫ ଲକ୍ଷରୁ ଅଧିକ ଲୋକ ଲୋକ ଭିଡିଓଟିକୁ ଦେଖିସାରିଲେଣି।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା