The Topmost

“The eyes believe themselves, the ears believe other people.”

depression @thetopmost-01

ସିଜିନାଲ ଡିପ୍ରେସନ

ଋତୁ ବଦଳିବା ସହ ଡିପ୍ରେସନର ଶିକାର ହେଲେ, ତାହାକୁ ସିଜିନାଲ ଡିପ୍ରେସନ କୁହାଯାଉଛି । ସାଧାରଣତଃ ଏହାର ଲକ୍ଷଣ ଶୀତଦିନେ ଦେଖାଯାଏ ଏବଂ ଗରମ ଦିନ ଆରମ୍ଭ ହେବା ମାତ୍ରେ ଗାଏବ ହୋଇଯାଏ, ହେଲେ କେତେକ ମାମଲାରେ ଏହାର ଓଲଟା ମଧ୍ୟ ହୋଇପାରେ ।

ଶୀତଦିନିଆ ଲକ୍ଷଣ: ଅଧିକ ନିଦ ଲାଗିବା, ଭୋକ ଅଭ୍ୟାସରେ ପରିବର୍ତ୍ତନ, ଓଜନ ବଢ଼ିବା, ଥMାପଣ, ଶକ୍ତି କମିବା, ହାଇକାର୍ବ୍ରୋହାଇଡ୍ରେଟ୍‌ ଖାଦ୍ୟ ଖାଇବାକୁ ଇଚ୍ଛା ହେବା ।

ଖରାଦିନିଆ ଲକ୍ଷଣ: ନିଦ ନ ଲାଗିବା, ଭୋକ କମ୍‌ ହେବା, ଓଜନ କମିବା, ଚିଡିଚିଡାପଣ, ବିଚଳିତ ଅନୁଭବ କରିବା ।

କାରଣ: ଶୀତଦିନେ ସୂର୍ଯ୍ୟକିରଣ କମ୍‌ ମିଳିବା କାରଣରୁ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଏ । ଏହାଯୋଗୁଁ ଡିପ୍ରେସନର ଲକ୍ଷଣ ଆସିବାକୁ ଲାଗିଥାଏ । ମସ୍ତିଷ୍କରେ ସେରାଟୋନିନ କେମିକାଲ ମାତ୍ରାର ଅଭାବ ପରିଲିକ୍ଷିତ ହୁଏ । ଏହାର ଖରାପ ପ୍ରଭାବ ବ୍ୟକ୍ତିର ମୁଡ୍‌ ଉପରେ ପଡ଼ିଥାଏ । ସୂର୍ଯ୍ୟକିରଣର ଅଭାବ ହେତୁ ଏହା ମଧ୍ୟ ଘଟେ । ଋତୁ ପରିବର୍ତ୍ତନ ସହ ମେଲାଟୋନିନ ହରମୋନର ମାତ୍ରା ବୃଦ୍ଧି ପାଇଥାଏ । ଏହି ହରମୋନ ଅଧିକ ନିଦ୍ରା ପାଇଁ ଦାୟୀ । ଏହାର ପ୍ରଭାବ ଯୋଗୁଁ ଶୋଇବା ଚକ୍ରରେ ପରିବର୍ତ୍ତନ ହୁଏ । ଅଧିକ ଶୋଇବା ଦ୍ୱାରା ଡିପ୍ରେସନ ଅନୁଭବ ହୋଇଥାଏ । ସେହିପରି କିଛି ଲୋକ ଗରମ ସହି ପାରନ୍ତି ନାହିଁ । ତେଣୁ ମାତ୍ରାଧିକ ସୂର୍ଯ୍ୟକିରଣ ସେମାନଙ୍କ ମନରେ ନିରାଶା ଭାବନା ସୃଷ୍ଟି କରେ । ଏଥିସହ ଏହି ସୂର୍ଯ୍ୟକିରଣ ଯୋଗୁଁ ଶୋଇବା ଚକ୍ର ବିଗିଡ଼ିଯାଏ । ଶୀତିଦିନର ଓଲଟା, ମସ୍ତିଷ୍କରେ ସେରାଟୋନିନ କେମିକାଲର ମାତ୍ରା ବୃଦ୍ଧି ପାଏ । ଏହି କାରଣରୁ ସୋସିଆଲ ଏନଜାଇଟି ଡିସଅର୍ଡର ଦେଖାଯାଏ ।
ଉପଶମ ଉପାୟ: ସର୍ବଦା ନିଦ ପୁରା କରନ୍ତୁ । ପ୍ରତିଦିନ ଗୋଟିଏ ସମୟରେ ଶୁଅନ୍ତୁ ଏବଂ ଉଠିବା ଅଭ୍ୟାସ କରନ୍ତୁ । ଚିଡ଼ିଚିଡ଼ାପଣ ଏବଂ ରାଗକୁ କଣ୍ଟ୍ରୋଲ କରିବା ପାଇଁ ମସ୍ତିଷ୍କକୁ ଶାନ୍ତ ରଖନ୍ତୁ । ଏଥିପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ । ବାୟୁ ଚଳପ୍ରଚଳ ସ୍ଥାନରେ ରୁହନ୍ତୁ ଏବଂ ଆରାମଦାୟକ ପୋଷାକ ପିନ୍ଧନ୍ତୁ । ପ୍ରତିଦିନ ବ୍ୟାୟାମ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଚାପ, ଉଦାସୀନତା ଏବଂ ଚିନ୍ତା ଦୂର କରିବାରେ ସାହାଯ୍ୟ ମିଳିବ । ମେଡିଟେସନ କରିକି ମଧ୍ୟ ମସ୍ତିଷ୍କର ଖରାପ ଚିନ୍ତାଧାରାକୁ ଦୂର କରିପାରିବେ । ଏହାସହ ନିଜର ମନପସନ୍ଦର କାର୍ଯ୍ୟକଳାପ କରନ୍ତୁ । ସୁସ୍ଥ ଖାଦ୍ୟ ଖାଆନ୍ତୁ । ଜଙ୍କଫୁଡ୍‌ ଏବଂ ମସାଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ । ଏଥିସହ ପରିବାର ଏବଂ ସାଙ୍ଗ ସହ ନିଜ ମନର କଥାକୁ ସେୟାର କରନ୍ତୁ । ଯଦି ଏହାପରେ ବି ଆପଣ ଡିପ୍ରେସନ କମ୍‌ ନ ହୁଏ, ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବିବାହ ପରବର୍ତ୍ତୀ ଡିପ୍ରେସନ୍‌
ଭାରତରେ ପୋଷ୍ଟ ମ୍ୟାରେଜ ଡିପ୍ରେସନ ଏପରି ଏକ ରୋଗ, ଯାହା ବିଷୟରେ ଆଜି ବି ଲୋକମାନେ ଅଧିକ କିଛି ଜାଣିନାହାନ୍ତି । ଏହାକୁ ନୂଆ ବୋହୂର ମୁଡ୍‌ ସୁଇଙ୍ଗ୍ସ ଭାବି ଅଣଦେଖା କରିଦିଅନ୍ତି । ସେହିପରି ବିବାହ ପରେ ଅଧିକାଂଶ ପୁରୁଷ ନିଜ ଉଦାସୀନତାକୁ ଚାପି ରଖିବାକୁ ପ୍ରୟାସ କରିଥାନ୍ତି ।
ପୋଷ୍ଟ ମ୍ୟାରେଜ ଡିପ୍ରେସନରେ ନବଦମ୍ପତି ଉଦାସ ଏବଂ ନିରାଶ ଅନୁଭବ କରିବାକୁ ଲାଗିଥାନ୍ତି । ଏହି ଭାବନା ହିଁ ସେମାନଙ୍କ ନିତିଦିନିଆ ଜୀବନରେ ବାଧା ସୃଷ୍ଟି କରିବାକୁ ଲାଗେ । କ୍ଲିନିକାଲ ଡିପ୍ରେସନ ତୁଳନାରେ ପୋଷ୍ଟ ମ୍ୟାରେଜ ଡିପ୍ରେସନ ଖୁବ ଅଲଗା । ଏହା କେବଳ ବିବାହ ସମ୍ବନ୍ଧୀୟ କଥା କାରଣରୁ ହୋଇଥାଏ । କିଛି ମାମଲାରେ ନିର୍ବନ୍ଧ ପରେ ମଧ୍ୟ ଲୋକଙ୍କଠାରେ ଡିପ୍ରେସନର ଲକ୍ଷଣ ଆସିଥାଏ ।

ଲକ୍ଷଣ: ବିବ୍ରତ, ଉଦାସ, ନିଦରେ ସମସ୍ୟା, ଭୋକ ନଲାଗିବା, ପାର୍ଟନର ଏବଂ ଶାଶୁ ଘର ଲୋକଙ୍କ ପ୍ରତି ନିରାଶା ଭାବନା ରହିବା, ନିଜ ପ୍ରତି ନୂଆ ପରିବାରଙ୍କ ବ୍ୟବହାର ଉପରେ ସନ୍ଦେହ କରିବା, ଜୀବନରେ ଆଉ କିଛି ନ ଘଟିବା ବୋଲି ଭାବିବା, ପ୍ରେରଣାର ଅଭାବ, ଡେଟିଂ ଲାଇଫ୍‌କୁ ମନେ ପକାଇବା, ଅସନ୍ତୋଷ ଭାବ, ନିଜକୁ ଦୋଷୀ ଭାବିବା ।

କାରଣ: ଭାରତରେ ପୋଷ୍ଟ ମ୍ୟାରେଜ ଡିପ୍ରେସନ ହେବା ବହୁତ ସାଧାରଣ । ବିବାହ ପରେ ଜଣେ ମହିଳା ଖୁବଶୀଘ୍ର ନୂଆ ପରିବାର ସହିତ ଆଡଜଷ୍ଟ କରିବା କଷ୍ଟକର ହୋଇଥାଏ । ଏହାଦ୍ୱାରା ତାଙ୍କର ଆବେଗ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଅବିବାହିତ ମହିଳାରୁ ବୋହୂ ହେବା ସହିତ ଅନେକ ଦାୟିତ୍ୱ କାନ୍ଧ ଉପରକୁ ଆସିଯାଏ । ତେଣୁ ମହିଳାମାନେ ହଠାତ୍‌ ବଦଳୁଥିବା ଜୀବନରେ ଆଡଜଷ୍ଟ କରିବାକୁ ସକ୍ଷମ ନୁହନ୍ତି । ଅନେକ କ୍ଷେତ୍ରରେ ସ୍ୱାମୀ ଏବଂ ଶାଶୁମାନେ ମହିଳାଙ୍କ ସ୍ୱାଧୀନତାକୁ ଛଡ଼ାଇ ନେଇଥାନ୍ତି । ସେ ତାଙ୍କ ଜୀବନର ସମସ୍ତ ନିଷ୍ପତ୍ତି ନେବା ଆରମ୍ଭ କରନ୍ତି । ଏହି ଜିନିଷଗୁଡ଼ିକ ଧୀରେଧୀରେ ମହିଳାଙ୍କ ଉଦାସୀନତା ଆଡ଼କୁ ଠେଲିପାରେ । ସେପଟେ ପୁରୁଷଙ୍କ କ୍ଷେତ୍ରରେ, ଯେତେବେଳେ ସେମାନେ ବିବାହ କରନ୍ତି, ସେମାନେ କାର୍ଯ୍ୟ ଏବଂ ପାରିବାରିକ ଜୀବନ ମଧ୍ୟରେ ଅଟକି ଯାଇଥିବା ନିଜକୁ ଦେଖନ୍ତି । ଯେହେତୁ ପୁରୁଷମାନେ ଘରର ମୁଖ୍ୟ ଭାବରେ ବିବେଚିତ ହେଉଛନ୍ତି, ଏହି ଦାୟିତ୍ୱ ପୂରଣ କରିବା ପାଇଁ ସେମାନଙ୍କ ଉପରେ ଅନେକ ଚାପ ପଡ଼ିଥାଏ । ଏହି ଚାପ ସାମାଜିକ ତଥା ଅର୍ଥନେତିକ ହୋଇପାରେ । ଏହାର ମୁକାବିଲା ପାଇଁ ଅନେକ ଲୋକ ମଦ୍ୟପାନ ପରି ଖରାପ ଅଭ୍ୟାସ କରନ୍ତି ।
c
ମୁକ୍ତିର ଉପାୟ: ନିଜ ଉପରେ ନୂତନ ଜୀବନର ଚାପ ପକାନ୍ତୁ ନାହିଁ । ନିଜକୁ କିଛି ସମୟ ଦିଅନ୍ତୁ । ଆପଣଙ୍କ ସାଥୀ ଏବଂ ତାଙ୍କ ପରିବାରକୁ ନିଜ ସମସ୍ୟା ସମ୍ପର୍କରେ ଅବଗତ କରାନ୍ତୁ । ବିବାହିତ ସାଙ୍ଗଙ୍କ ସହ ନିଜ ମନର କଥା ସେୟାର କରନ୍ତୁ । ମାନସିକ ଚାପକୁ ଏଡ଼ାଇବା ପାଇଁ ଆପଣଙ୍କ ପରିବାର ସହିତ ସମ୍ପର୍କରେ ରୁହନ୍ତୁ । ନିଜ ସାଥୀ ସହ କ୍ୱାଲିଟି ସମୟ ଅତିବାହିତ କରନ୍ତୁ । ଏକତ୍ର ସମସ୍ୟାର ସମାଧାନ ଖୋଜିବାକୁ ଚେଷ୍ଟା କରନ୍ତୁ ।

ମେରୁଦଣ୍ଡ ଆଣିପାରେ ମାନସିକ ସମସ୍ୟା
ଚିନ୍ତା ବ୍ୟତୀତ ମାନସିକ ସ୍ଥିତି ଅବନତି ପଛରେ ଅନେକ କାରଣ ଥାଇପାରେ । ନିକଟରେ ମିଚିଗାନ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକମାନେ ଏକ ଅନୁସନ୍ଧାନରେ କହିଛନ୍ତି ଯେ ମେରୁଦଣ୍ଡ ସମସ୍ୟା ଥିବା ୮୦% ଲୋକଙ୍କର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ମେରୁଦଣ୍ଡ ସମସ୍ୟାରେ ପୀଡ଼ିତ ଲୋକମାନଙ୍କକ ଚିନ୍ତାବ୍ୟାଧୀଠାରୁ ଆରମ୍ଭ କରି ନିଦ୍ରାହୀନତା ଏବଂ ବ୍ରେନ୍‌ ଫାଙ୍ଗ ପର୍ଯ୍ୟନ୍ତ ଅସୁବିଧା ହୋଇଥାଏ । ମେରୁଦଣ୍ଡରେ ଦୀର୍ଘସ୍ଥାୟୀ ଯନ୍ତ୍ରଣା ମାନସିକ ରୋଗ ସୃଷ୍ଟି କରିପାରେ । ତେଣୁ ବ୍ୟାକବୋନ ସମସ୍ୟାକୁ ଛୋଟ ବୋଲି ନଭାବି ତାହାର ଉପଯୁକ୍ତ ଚିକିତ୍ସା କରାଇ ନେବା ଜରୁରୀ ।

ନର୍ଭସ ତଥା ମେଣ୍ଟାଲ ବ୍ରେକ୍‌ଡାଉନ୍‌
ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖରାପ ଖାଦ୍ୟଭ୍ୟାସ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି କାରଣରୁ ଅଧିକାଂଶ ଲୋକ ସର୍ବଦା ଅନେକ ପ୍ରକାରର ସମସ୍ୟା ଦ୍ୱାରା ଘେରି ରହିଥାନ୍ତି, କିନ୍ତୁ ସେମାନେ ଏହା ଅନୁଭବ କରିପାରନ୍ତି ନାହିଁ । ଏହି ଅସୁବିଧାଗୁଡ଼ିକ ସେମାନଙ୍କ ଆଚରଣରେ ଦିନକୁ ଦିନ ପରିବର୍ତ୍ତନ ଆଣିଥାଏ, ଯାହା ସେମାନଙ୍କର ଦୈନନ୍ଦିନ ଜୀବନକୁ କଷ୍ଟକର କରିଥାଏ । ଏହି ଅବସ୍ଥାତୁ ନର୍ଭସ କିମ୍ବା ମେଣ୍ଟାଲ ବ୍ରେକଡାଉନ କୁହାଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ ମେଣ୍ଟାଲ ବ୍ରେକଡାଉନ କୌଣସି ଚିକିତ୍ସା ଶବ୍ଦ ନୁହେଁ । ଏହା ବିଭିନ୍ନ ପ୍ରକାରର ମାନସିକ ସମସ୍ୟାକୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଏ । ଏଥିରେ ଡିପ୍ରେସନ, ଆଙ୍ଗଜାଇଟି, ଏକୁ୍ୟଟ ଷ୍ଟ୍ରେସ୍‌ ଡିସଅର୍ଡର ଆଦି ସାମିଲ ରହିଛି । ଏହାର ଅର୍ଥ ଯେତେବଳେ କୌଣସି ବ୍ୟକ୍ତି କୌଣସି କାରଣରୁ ଅଧିକ ଚିନ୍ତା କିମ୍ବା ଅବସାଦ ସ୍ଥିତିରେ ରହିଛି, କିନ୍ତୁ ଏହାକୁ ସ୍ୱୀକାର କରିପାରୁନାହିଁ ସେତେବଳେ ସେ ନର୍ଭସ ବ୍ରେକଡାଉନର ଶିକାର ହୋଇଥାଏ । ମେଣ୍ଟାଲ ବ୍ରେକଡାଉନର ସ୍ଥିତି କେବେ ବି ଆସିପାରେ । ଉଦାହରଣ: ଚାକିରିରୁ ବହିଷ୍କାର, ପରୀକ୍ଷାରେ ଫେଲ୍‌ ହେବା, ଗମ୍ଭୀର ରୋଗରେ ପୀଡ଼ିତ ହେବା, ସାଥୀଠାରୁ ଦୂରେଇ ଯିବା, ସମ୍ପର୍କୀୟଙ୍କ ମୃତୁ୍ୟ, ଭେଦଭାବର ଶିକାର । ଏଥିରେ ମଧ୍ୟ ସାଧାରଣ ମାନସିକ ରୋଗୀଙ୍କ ପରି ଲକ୍ଷଣ ଦେଖାଯାଏ । ଶାରୀରିକ, ମାନସିକ ଏବଂ ବ୍ୟବହାରିକ ରୂପେ ଏହାର ଲକ୍ଷଣ ପ୍ରକାଶ ପାଇଥାଏ ।

ହୋମ୍‌ ଆଇସୋଲେସନ ଟି«
ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ କରୋନା ସମଗ୍ର ବିଶ୍ୱରେ ପ୍ରକୋପ ଜାରି ରଖିଛି । ନୂଆ ନୂଆ ଭାରିଆଣ୍ଟ ଯୋଗୁଁ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ସର୍ବୋପରି କ୍ୱାରେଣ୍ଟାଇନ କିମ୍ବା ହୋମ୍‌ ଆଇସୋଲେସନରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହି ହୋମ୍‌ ଆଇସୋଲେସ୍‌ ଭାଇରସଠାରୁ ବଞ୍ଚାଉଛି, କିନ୍ତୁ ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ତେଣୁ ଆଇସୋଲେସନର ୫ରୁ ୧୦ଦିନ ମଧ୍ୟରେ ମସ୍ତିଷ୍କକୁ ସୁସ୍ଥ ରଖିବା ଆବଶ୍ୟକ । ଏହି ସମୟରେ ଆପଣ ନିଜ ଡେଲି ରୁଟିନକୁ ଫଲୋ କରିବାକୁ ଭୁଲନ୍ତୁ ନାହିଁ । ଏହାସହ ନିଜ ଉପରେ କାମର ଚାପ ପକାନ୍ତୁ ନାହିଁ । ପ୍ରତିଦିନ ବ୍ୟାୟମ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ମସ୍ତିଷ୍କ ଏବଂ ଶରୀର ଉଭୟ ସୁସ୍ଥ ରହିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜକୁ ଏତେ ଅଲଗା କରନ୍ତୁ ନାହିଁ ଯେ ଆପଣ ଲୋକଙ୍କ ସହ କଥା ହେବା ହିଁ ବନ୍ଦ କରିଦେବେ । ମଝିରେ ମଝିରେ ପରିବାର ଏବଂ ସାଙ୍ଗସାଥୀ ସହ ସମ୍ପର୍କ ରଖନ୍ତୁ । ଶାରୀରିକ ନହେଲେ ବି ଫୋନ୍‌ କଲ୍‌, ସୋସିଆଲ ମିଡିଆ କିମ୍ବା ଭିଡିଓ କନଫରେନ୍ସିଂ ଜରିଆରେ କଥାବାର୍ତ୍ତା ହୁଅନ୍ତୁ । ବେଳେବେଳେ ସୁମଧୁର ଗୀତ ଶୁଣନ୍ତୁ ।

ଆଜିକାଲି ସାଧାରଣତଃ ସବୁ ଆୟୁ ବର୍ଗର ବ୍ୟକ୍ତି ମାନସିକ ଚାପରେ ଶିକାର ହେଉଛନ୍ତି । ଆମ ଦୈନନ୍ଦିନ ଜୀବନରେ ଘଟୁଥିବା ପ୍ରତିଟି ଘଟଣାବଳୀରୁ ମଧ୍ୟ ଜଣେ ବ୍ୟକ୍ତି ଚାପର ଶିକାର ହୋଇପାରେ । ଉଦାହରଣ mସ୍ୱରୁପ ଯଦି ଜଣେ ବାହାରକୁ ବୁଲିବାକୁ ଯାଉଛି କିମ୍ବା କୌଣସି ସକାରତ୍ମକ କାର୍ଯ୍ୟ କରୁଛି, ସେଥିରୁ ମଧ୍ୟ ଆପଣ ଡିପ୍ରେସନ୍‌ ଅନୁଭବ କରିପାରିବେ । ଏପରିକି ଜଣେ ଛୋଟ ପିଲା ଯେତିକି ଚାପରେ ରହୁଛନ୍ତି, ସେହି ମାତ୍ରାରେ ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ବିବ୍ରତ, ବିରକ୍ତି ଭାବ କିମ୍ବା ଡିପ୍ରେସନରେ ରହୁଛି । ତେଣୁ ପିଲାଙ୍କ ପାଇଁ ସ୍କୁଲସ୍ତରରୁ ହିଁ ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ କଳାତ୍ମକ, ସୃଜନଶୀଳ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରାଯାଉଛି । ସବୁଠୁ ବଡ଼ କଥା ପ୍ରାରମ୍ଭିକ ଶିକ୍ଷା ଗ୍ରହଣ ପର୍ଯ୍ୟାୟରେ ନିଜ ଦକ୍ଷତାର ବିକାଶ ପାଇଁ ବିଭିନ୍ନ ପ୍ରଶିକ୍ଷିଣ ଦିଆଯିବା ଦରକାର । ଏଥିସହ ସମୟର ସଦୁପଯୋଗ, ପ୍ରତିଟି ଚାପକୁ ସାମ୍ନା କରି କିପରି ନିଜକୁ ସମ୍ଭାଳିବ, ଯୋଗଭ୍ୟାସ ପାଇଁ ଟ୍ରେନିଂ ଦିଆଯିବା ଜରୁରୀ । ସେହିପରି ବ୍ୟୟସ୍କମାନଙ୍କ କ୍ଷେତ୍ରରେ ଏହା ମଧ୍ୟ ଲାଗୁ ହେଉଛି । ପାରିବାରିକ କଥା କହିଲେ ସର୍ବଦା ସ୍ୱାମୀସ୍ତ୍ରୀ ପରସ୍ପରର କାମକୁ ନିଜ ଭିତରେ ବାଣ୍ଟି ଦେଲେ, ଚାପ କମିଯାଏ । ଦେଖିବାକୁ ଗଲେ ଏହା ବହୁମାତ୍ରାରେ ଉଭୟକୁ ରିଲାକ୍ସ ଦେବା ସହ ପରସ୍ପର ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବାରେ ସାହାଯ୍ୟ କରେ । ସେହିପରି ଜଣେ କର୍ମଜୀବୀ ମହିଳା ହେଉକି ପୁରୁଷ ଉଭୟ ନିଜ କର୍ମଜୀବନକୁ ବ୍ୟକ୍ତିଗତ ଜୀବନଠାରୁ ଅଲଗା ରଖିବାକୁ ଚେଷ୍ଟା କରିବେ । ବିଶେଷତଃ କରୋନା ମହାମାରୀ ବୃଦ୍ଧବୁଦ୍ଧାଙ୍କ ପାଇଁ ଅନେକ ସମସ୍ୟା ଆଣିଛି । କରୋନା ସଂକ୍ରମଣ ଭୟ ଯୋଗୁଁ ଅଧିକାଂଶ ବୟସ୍କ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ସେହିପରି ଆଜିକାଲିର ଯୌଥ ପରିବାରର ପରମ୍ପରା ଏମାନଙ୍କୁ ଆହୁରି ଏକୁଟିଆ କରିଦେଇଛି, ଯାହାଫଳରେ ସେମାନେ ମାନସିକ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଛି । ତେଣୁ ଏକ୍ଷେତ୍ରରେ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ୍‌ । ଡିଜିଟାଲ ଯୁଗରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏକ ସାଧାରଣ ରୋଗ ପାଲଟିଛି । ଏହାର ସବୁଠୁ ବଡ଼ ଚିକିତ୍ସା ହେଉଛି, ନିଜ ମନର କଥା ଅନ୍ୟା କାହାକୁ କହିପାରିଲେ ହିଁ ଏହାର ସରଳ ଏବଂ ସହଜ ସମାଧାନ ହୋଇଥାଏ । ନଚେତ୍‌ ଆପଣ କୌଣସି ମାନସିକ ରୋଗ ବିଶେଷଜ୍ଞଙ୍କ ନିକଟକୁ ଯାଇ ନିଜର ମାନସିକ ସ୍ଥିତି ସମ୍ପର୍କରେ ଜଣାନ୍ତୁ ଏବଂ ଏହାର ଉପଯୁକ୍ତ ଚିକିତ୍ସା କରନ୍ତୁ ।

depression @thetopmost-01
depression @thetopmost-01

https://thetopmost.in/?p=1783

frhttps://thetopmost.in/?p=1761

https://thetopmost.in/?p=1742

https://thetopmost.in/?p=2102

https://thetopmost.in/?p=1537