The Topmost

“The eyes believe themselves, the ears believe other people.”

gratitude

Photo taken in Sydney, Australia

ସଫଳତାର ମାର୍ଗ

ହିନ୍ଦୁ ଧର୍ମରେ ଏଭଳି ଅନେକ ଗ୍ରନ‘ ଅଛି ଯାହା ମନୁଷ୍ୟ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ସେହିଭଳି ତୁଳସୀଦାସଙ୍କ ରଚୟିତା ରାମଚରିତମାନସ ସର୍ବଦା ଲୋକଙ୍କୁ ଜୀବନରେ ଆଗକୁ ଯିବାକୁ ପ୍ରେରଣା ଦେଇଥାଏ । ଏହି ଗ୍ରନ‘ ଅନେକ ସମସ୍ୟାର ସମାଧାନ ମଧ୍ୟ କରିଥାଏ । ଜୀବନର ଅନେକ କଠିନ ସମସ୍ୟାର ଏହି ଗ୍ରନ‘ ଉତ୍ତର ଦେଇଥାଏ । ଏହି ଗ୍ରନ‘ ଅନୁସାରେ ଏଭଳି କିଛି କଥା ଅଛି ଯାହାକୁ ଧ୍ୟାନଦେଲେ ଆମେ ସୁଃଖରେ ରହିପାରିବା ।
କର୍ମ
ତୁଳସୀ ଦାସଙ୍କ ମତରେ ଇଶ୍ୱର ସଂସାରକୁ କର୍ମ ପ୍ରଧାନ ଭାବେ ପ୍ରସ୍ତୁତ କରିଛନ୍ତି । ମଣିଷ ଯେଉଁ ଭଳି କର୍ମ କରିବ ସେ ଭଳି ଫଳ ପାଇବ । ତେଣୁ ସର୍ବଦା କର୍ମରେ ବିଶ୍ୱାସ ରଖ;ୁ । ସତ୍‌ କର୍ମ କର;ୁ ଏବଂ ଭଲ ଫଳ ପାଆ;ୁ ।
ନମ୍ରତା
ସେହିଭଳି ଫଳନ୍ତି ଗଛ ସର୍ବଦା ଲଇଁ କି ରହିଥାଏ । ଯାହା ଫଳରେ ବଡ ବଡ ବିପଦରୁ ଗଛଟି ବଞ୍ଚିଯାଇଥାଏ । ସେହିଭଳି ମନୁଷ୍ୟ ପାଖରେ ଧନ ଓ ଜ୍ଞାନ ରହିଲେ ତା ପାଖରେ ନମ୍ରତା ରହିବା ଜରୁରୀ ହୋଇପଡେ । ତେଣୁ ଯେଉଁ ମଣିଷ ପାଖରେ ନମ୍ରତା ନଥାଏ, ତାକୁ ସଫଳତା ମଧ୍ୟ ମିଳିନଥାଏ ।
ସୁଖ
ତୁଳସୀ ଦାସଙ୍କ ମତରେ ଯେଉଁ ମଣିଷ ନିଜେ କଷ୍ଟ ସହି ଅନ୍ୟକୁ ସୁଖ ଦିଏ ସିଏ ସବୁଠାରୁ ସୁଖୀ । ତେଣୁ ସର୍ବଦା ଅନ୍ୟର ଖୁସି ରେ ନିଜର ଖୁସି ଖୋଜିଲେ ଜୀବନ ସହଜ ଓ ସୁନ୍ଦର ହୋଇଥାଏ ।
ସ୍ୱପ୍ନ ଦେଖିବା
ଜୀବନରେ ସର୍ବଦା ଏଭଳି ସ୍ୱପ୍ନ ଦେଖ ଯାହା ତମେ ପୂରଣ କରିପାରିବ । ନିଜ ସାମର୍ଥ୍ୟ ଅନୁସାରେ ସ୍ୱପ୍ନ ଦେଖିଲେ ତାହାକୁ ପୂରଣ କରିବା ସହଜ ହୋଇଥାଏ । ଅଥବା ଅଯଥାରେ କଷ୍ଟ ମିଳିଥାଏ ।
ଧର୍ଯ୍ୟ
ସବୁ ପୂରାଣ ଗ୍ରନ‘ରେ ଧର୍ଯ୍ୟକୁ ନେଇ ଅନେକ ଉପଦେଶ ରହିଛି । ଜୀବନରେ ଯେ କୌଣସି ବି ସମସ୍ୟା ଆସୁ ଧର୍ଯ୍ୟ ଥିଲେ ସବୁର ସମାଧାନ ହୋଇପାରିବ । ତେଣୁ ଜୀବନରେ ଧର୍ଯ୍ୟର ବହୁତ ଅବଶ୍ୟକତା ରହିଛି।

gratitude @thetopmost-01

https://thetopmost.in/?p=1770

https://thetopmost.in/?p=1738

hehttps://thetopmost.in/?p=1623

https://thetopmost.in/?p=1747