ଲମ୍ବା ସମୟର ମହାକାଶ ଯାତ୍ରାର ସିଧା ପ୍ରଭାବ ପଡୁଛି ମଣିଶ ଶରୀର ହୃତବିଣ୍ଡ ଉପରେ। ଏଭଳି ଏକ ଦାବି କରିଛି ୟୁନିଭର୍ସିଟି ଅଫ ଟେକସାସ୍ ସାଉଥ୍େଓଷ୍ଟନ ମେଡିକାଲ ସେଣ୍ଟର। ଏଠାକାର ବୈଜ୍ଞାନିକଙ୍କ ଦାବି ଅନୁସାରେ ଅଧିକ ସମୟ ମହାକାଶରେ କଟାଇଲେ ମଣିଶର ହୃତପିଣ୍ଡ ସଙ୍କୁଚିତ ହେବାରେ ଲାଗିଥାଏ। ୨୦୧୫ରୁ ୨୦୧୬ ପର୍ଯ୍ୟନ୍ତ ମହାକାଶରେ ସବୁଠାରୁ ଅଧିକ ସମୟ ରହିଥିବା ସ୍କାଟ କେଲିଙ୍କ ଉପରେ ବୈଜ୍ଞାନିକମାନେ ଗବେଷଣା କରିଥିଲେ। ତାଙ୍କ ତୁଳନା ୨୦୧୮ରେ ପ୍ରଶାନ୍ତ ମହାସାଗରରେ ସବୁଠାରୁ ଲମ୍ବା ସମୟ ପହଁରିଥିବା ବିନାୟଡ ଲେକୋମ୍ଟଙ୍କ ସହିତ କରାଯାଇଥିଲା। କାରଣ ପହଁରିବା ସମୟରେ ମହାକାଶ ଭଳି ମଣିଷ ଭାରହୀନତାର ସମ୍ମୁଖୀନ କରିଥାଏ। ତେବେ ଏହି ଗବେଷଣାରେ ଏକ ତଥ୍ୟ ସାମ୍ମାନାକୁ ଆସିଲା। ଦୁଇଜଣଙ୍କର ହୃତପିଣ୍ଡର ତଳ ଭାଗ ମାନେ ଲେଫ୍ଟ ଭେଣ୍ଟ୍ରିକିଲର ଆକାର କମିଛି। ଗବେଷକଙ୍କ ମତରେ ସାଧାରଣତଃ ଯେତେବେଳେ ଜଣେ ମଣିଷ ବସିଥାଏ କିମ୍ବା ଠିଆ ହୋଇଥାଏ, ସେହି ସମୟରେ ମାଧାକର୍ଷଣ ଶକ୍ତି କାରଣରୁ ମଣିଷର ରକ୍ତ ପାଦ ପଟକୁ ଅଧିକ ବେଗରେ ବୋହିଥାଏ।


ତେବେ ସେହି ସମୟରେ ଆମ ହୃତପିଣ୍ଡକୁ ସନ୍ତୁଳନ ରଖିବାକୁ ହୋଇଥାଏ। ମାଧ୍ୟାକର୍ଷଣ ଶକ୍ତି ବିରୋଧରେ ଯାଇ ନିଜ ଆକାରକୁ ଠିକ୍ ରଖି ପୂରା ଶରୀରରେ ରକ୍ତ ପହଞ୍ଚାଇବାକୁ ହୋଇଥାଏ। ହେଲେ ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ହୃତପିଣ୍ଡକୁ ଶରୀରରେ ରକ୍ତ ସଞ୍ଚାଳନ ପାଇଁ ବେଶି ପରିଶ୍ରମ କରିବାକୁ ପଡିନଥାଏ। ଯାହାଫଳରେ ହୃତପିଣ୍ଡ ସଙ୍କୁଚିତ ହେବା ଆରମ୍ଭ କରିଥାଏ। ବୈଜ୍ଞାନିକଙ୍କ ଭାଷାରେ ଏହି ସମସ୍ୟାକୁ ଏଟ୍ରାଫି କୁହନ୍ତି। ଏହି ସମସ୍ୟା କାରଣରୁ ମହାକାଶଚାରୀଙ୍କର ହାଡ ଦୁର୍ବଳ ହୋଇଯାଏ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
1 thought on “ଲମ୍ବା ସମୟର ମହାକାଶ ରହଣୀର ହୃତପିଣ୍ଡ ଉପରେ ପ୍ରଭାବ”