The Topmost

“The eyes believe themselves, the ears believe other people.”

high rated salt

ସବୁଠୁ ଦାମୀ ଲୁଣ

ବିଭିନ୍ନ ପ୍ରକାର ମସଲା ଦେଇ ଖାଦ୍ୟ ପ୍ରସ୍ତୁତ କରିଥିଲେ ମଧ୍ୟ ଲୁଣ ବିନା ତାହା ସ୍ୱାଦହୀନ ହୋଇଥାଏ । ହେଲେ ଜାଣିଛନ୍ତି କି ମାର୍କେଟରେ ଏପରି ବି ଲୁଣ ମିଳୁଛି, ଯାହାକୁ ପ୍ରତିଦିନ ବ୍ୟବହାର କଲେ ଆପଣଙ୍କର ପ୍ରତି ମାସରେ ୮ରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେବେ ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ବାସ୍ତବରେ ବିଶ୍ୱର ସବୁଠୁ ମହଙ୍ଗା ଲୁଣ ଭାବେ ବିବେଚିତ କରାଯାଉଛି । ଏହି ଖାସ୍‌ ଲୁଣକୁ ଆଇସ୍‌ଲ୍ୟାଣ୍ଡିକ ସଲଫ କୁହାଯାଏ । ଏହା ଲକଜରୀ ଲୁଣ ଭାବେ ସାରା ବିଶ୍ୱରେ ଜଣା ହେଲେ ମଧ୍ୟ ବିଶ୍ୱପ୍ରସିଦ୍ଧ ସୈଫ୍‌ ତଥା ରୋଷେୟାଙ୍କ ଏହା ପ୍ରଥମ ପସନ୍ଦ । ଏହି ଲୁଣର କେବଳ ୯୦ ଗ୍ରାମକୁ କିଣିବା ପାଇଁ ଆପଣଙ୍କୁ ୧୧ ଡଲାର ତଥା ଭାରତୀୟ ମୁଦ୍ରାରେ ୮୦୩ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

high rated salt @thetopmost-01

ଯଦି ଏକ କିଲୋ ଆଇସ୍‌ଲ୍ୟାଣ୍ଡିକ୍‌ ସଲଫ କିଣୁଛନ୍ତି, ତାହେଲେ ୮ ଲକ୍ଷ ୩୦ ହଜାର ଟଙ୍କା ଦେବାକୁ ପଡ଼ିବ । ତେବେ ଏହି ଦାମୀ ଲୁଣର ସନ୍ଧାନ କିଛି ବର୍ଷ ପୂର୍ବେ ହିଁ କରାଯାଇଛି । ଆଇସଲ୍ୟାଣ୍ଡର ଉତ୍ତରପଶ୍ଚିମ କ୍ଷେତ୍ରରେ ଏହାକୁ ହାତରେ ପ୍ରସ୍ତୁତ କରାଯାଏ । ଆଇସଲ୍ୟାଣ୍ଡର େୱଷ୍ଟଫ୍ୟୋର୍ଡସ ସ୍ଥିତ ସଲଫୱାର୍କର ଫ୍ୟାକଫ୍ରିରେ ତିଆରି କରାଯାଉଛି । ଏହି ସ୍ଥାନ ସମ୍ପୂର୍ଣ୍ଣ ଭାବେ ପାହାଡ଼ିଆ ଏବଂ ଏଠାରେ ପ୍ରବଳ ମାତ୍ରାରେ ବରଫପାତ ଯୋଗୁଁ ବର୍ଷର ଅଧିକାଂଶ ସମୟ ବିଚ୍ଛିନ୍ନାଞ୍ଚଳ ଭାବେ ରହିଥାଏ । ୧୯୯୬ରେ ରୋଡ୍‌ ଟନେଲ ହେବା ପରେ ଏଠାକାର ସ୍ଥିତି ସୁଧୁରିଥିଲା । ଏହି ସ୍ଥାନରେ ପ୍ରତିବର୍ଷ ୧୦ ମେଟ୍ରିକ ଟନ ଲୁଣ ଉତ୍ପାଦନ ହୋଇଥାଏ ।

high rated salt
high rated salt @thetopmost-01

କେତେକ ସପ୍ତାହର କଠିନ ପରିଶ୍ରମ ପରେ ଏହି ମହଙ୍ଗା ଲୁଣ ତିଆରି ହୋଇଥାଏ ଏବଂ ସବୁ କାମ ହାତରେ ହିଁ କରାଯାଏ । ଲୁଣ ତିଆରି ଫ୍ୟାକଫ୍ରିକୁ ପାଇପ ମାଧ୍ୟମରେ ସମୁଦ୍ର ଜଳ ଅଣାଯାଇଥାଏ । ଏହାପରେ ରେଡିଏଟରସମୁଦ୍ର ଜଳକୁ ଗରମ କରିଥାଏ । ଯେପରି ଜଳ ବାଷ୍ପୀଭୂତ ହେବା ଆରମ୍ଭ ହୁଏ, ଲୁଣ ଗୋଟିଏ ସ୍ଥାନରେ ଏକତ୍ର ଜମା ହେବାକୁ ଲାଗିଥାଏ । ତେବେ ସାଧାରଣ ଲୁଣର ରଙ୍ଗ ଧଳା ହୋଇଥିବା ବେଳେ ଆଇସଲ୍ୟାଣ୍ଡିକ ଲୁକ୍‌ର ରଙ୍ଗ ହାଲକା ସବୁଜ ହୋଇଥାଏ । ସ୍ୱଚ୍ଛ ସମୁଦ୍ର ଜଳ ଏବଂ ଖାସ୍‌ ପ୍ରସ୍ତୁତି ହିଁ ଏହାକୁ ମହଙ୍ଗା କରିଥାଏ ।

https://thetopmost.in/?p=1136

https://thetopmost.in/?p=1148

https://thetopmost.in/?p=1131

https://thetopmost.in/?p=1153