The Topmost

“The eyes believe themselves, the ears believe other people.”

vg

ମହିଳା ବାଇକ୍‌ ରାଇଡର୍ସ

ସାମାଜିକ ଆଦର୍ଶ ଏବଂ ପରମ୍ପରାଗତ ଧାରଣା ଭାଙ୍ଗି ଆଜି ଭାରତୀୟ ମହିଳା ବାଇକ୍‌ ଆରୋହୀମାନେ ଯୁବପିଢିଙ୍କୁ ପ୍ରେରଣା ଯୋଗାଉଛନ୍ତି । ସେମାନେ କେବଳ ଫ୍ୟାଶନ ପାଇଁ ନୁହେଁ ବରଂ ଶିକ୍ଷା, ତାଲିମ ଭଳି ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ସମାଜକୁ ଉନ୍ନତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ରିପୋର୍ଟ ଅନୁଯାୟୀ ଭାରତରେ ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ମହିଳା ବାଇକ୍‌ ରାଇଡର୍ସ ଅଛନ୍ତି । ଏଥିସହ ଏମାନେ ମହିଳା ମୋଟରବାଇକ୍‌ କ୍ଲବ୍‌ର ଲୋକପ୍ରିୟତାକୁ ହାସଲ କରିବାରେ ସଫଳ ହେଉଛନ୍ତି ।

ଦ ବାଇକରନୀ
୨୦୧୧ ରେ, ମହିଳା ବାଇକ ଚାଳକ ଉର୍ବଶୀ ପାଟୋଲା ‘ଦ ବାଇକରନି’ ଗ୍ରୁପ୍‌ ଗଠନ କରିଥିଲେ । ଏହା ହେଉଛି ମହିଳା ବାଇକ ଚାଳକଙ୍କ ପ୍ରଥମ ଗ୍ରୁପ୍‌ । ଏହି ଦଳରେ ୧୬୦୦ରୁ ଅଧିକ ମହିଳା ଯୋଗ ଦେଇଛନ୍ତି ଏବଂ ଅନେକ ପ୍ରସିଦ୍ଧ ରେକର୍ଡ ନିଜ ନାଁରେ କରିବା ପାଇଁ ସକ୍ଷମ ହୋଇଛନ୍ତି । ୨୦୧୩ରେ, ଏହି ବାଇକିଂ ଗ୍ରୁପ୍‌ର ମହିଳାମାନେ ଲଦାଖର ଖାରଦୁଙ୍ଗ-ଲାରେ ପହଞ୍ଚିଥିଲେ, ଯେଉଁଥିପାଇଁ ସେମାନଙ୍କ ନାମ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ କରାଯାଇଛି । ଏହି ଗୋଷ୍ଠୀର ସଦସ୍ୟ ହେବା ପାଇଁ ଆପଣଙ୍କୁ ଗ୍ରୁପ୍‌ର ସଦସ୍ୟମାନଙ୍କ ସହିତ ତିନୋଟି ରାଇଡ୍‌ ସମାପ୍ତ କରିବାକୁ ପଡିବ ।

ରାଇଡ୍‌ରନୀ
୨୦୧୨ରେ ଅହମଦାବାଦର ଅଞ୍ଜନା ରାଜନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଏଥିରେ ୨୦ରୁ ୫୦ ବର୍ଷ ବୟସର ମହିଳାମାନେ ନିଜ ବାଇକ୍‌ ଚଲାଇବାର ଇଚ୍ଛାକୁ ପୂରଣ କରିବାରେ ସକ୍ଷମ ହୋଇଛନ୍ତି । ଏହି ବାଇକ୍‌ ରାଇଡର୍ସର ମହିଳାମାନେ ମଧ୍ୟ ସାମାଜିକ ନ୍ୟାୟ ଉପରେ ବିଶ୍ୱାସ କରନ୍ତି ଏବଂ ମହିଳାଙ୍କ ପ୍ରତି ହେଉଥିବା ଯୌନ ଅପରାଧ ସମ୍ପର୍କରେ ସଚେତନତା ଆଣିବା ପାଇଁ ନିର୍ଭୟା ସପକ୍ଷରେ ରାଲି ମଧ୍ୟ କରିଥିଲେ ।

ବାଇକିଂ କୁଇନ୍‌
ପ୍ରିମିୟମ ସୁପର ବାଇକ ଚଲାଉଥିବା ଗ୍ରୁପ୍‌ ହେଉଛି ସୁରଟର ବାଇକିଂ କୁଇନ୍ସ । ୨୦୧୫ ରେ ସାରିକା ମେହେଟ୍ଟା ଏହି ଗ୍ରୁପ୍‌କୁ ଆରମ୍ଭ କରି ଏକ ଉଚ୍ଚସ୍ତରରେ ପହଞ୍ଚାଇଛନ୍ତି । ବାଇକିଂର ଫ୍ୟାଶନ ସହ ଏହି ମହିଳା ବାଇକଆରୋହୀମାନେ ସାମାଜିକ ସମସ୍ୟା ଉପରେ ସଚେତନ କରିଥାନ୍ତି । ଏପର୍ଯ୍ୟନ୍ତ ଏହି ଦଳ ୨୫ଟି ଦେଶ ସହ ୨୫ ହଜାର କିଲୋମିଟର ଯାତ୍ରା ସମ୍ପୂର୍ଣ୍ଣ କରିସାରିଛନ୍ତି । ଅଦମ୍ୟ ସାହାସ ଏବଂ ନିଆରା ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗ୍ରୁପକୁ ଭେଟି ସମ୍ମାନିତ କରିଛନ୍ତି ।

ହୋପ୍‌ ଅନ୍‌ ଗର୍ଲ୍ସ
ରୟାଲ୍‌ ଏନ୍‌ଫିଲïର ସଉକ ରଖୁଥିବା ହୋପ୍‌ ଅନ୍‌ ଗର୍ଲ୍ସ ବାଇକ ରାଇଡର୍ସ ୨୦୧୧ରେ ଗଠନ ହୋଇଛି । ବେଙ୍ଗାଳୁରର ଏହି ମହିଳା ଗ୍ରୁପ କହିଛନ୍ତି, ‘ବୁଲେଟ୍‌ ଚଲାଇବାର ଅର୍ଥ ହେଉଛି ସ୍ୱାଧୀନତାର ଅନୁଭବ’ । ଏମାନେ ପ୍ରତିମାସରେ ଦୂର ଯାତ୍ରା କରିଥାନ୍ତି । ଏଥିସହ ସୋସିଆଲ ମିଡିଆରେ ବାଇକ ରାଇଡିଂ ସମ୍ବନ୍ଧୀୟ ଟି« ଏବଂ ଟ୍ରିକ୍ସ ସେୟାର କରିଥାନ୍ତି । ଏମାନଙ୍କର ବେଙ୍ଗାଳୁର ସହ ପୁଣେ ଏବଂ ମହୀଶୂରରେ ବ୍ରାଞ୍ଚ୍‌ ରହିଛି ।

ବେଙ୍ଗଲ୍‌ ଲେଡି ବାଇକର୍‌
ଏହି ବାଇକର୍‌ ଗ୍ରୁପ୍‌କୁ କୋଲକାତାର ମହିଳା ବାଇକ ଚାଳକମାନେ ଆରମ୍ଭ କରିଥିଲେ । ରାଇମା ସାମୁଇ ଏବଂ ମହୁଆ ପୋଲେ ୨୦୧୧ରେ ଏହାକୁ ଆରମ୍ଭ କରିଥିଲେ । ଏମାନେ ଉତ୍ତରାଖଣ୍ଡରୁ କାଶ୍ମୀର ପର୍ଯ୍ୟନ୍ତ ବାଇକିଂ କରିସାରିଛନ୍ତି । ଏହି ଗୋଷ୍ଠୀର ସମସ୍ତଙ୍କର ନିଜସ୍ୱ ବାଇକ୍‌ ଅଛି ଏବଂ ଏମାନେ ଏପର୍ଯ୍ୟନ୍ତ ସାରା ଦେଶରେ ୫୦ରୁ ଅଧିକ ଟ୍ରିପ୍‌ କରିସାରିଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ରାଇଡିଂ ପ୍ୟାଶନ ସହ ସଡ଼କ ସୁରକ୍ଷା ପ୍ରତି ମଧ୍ୟ ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ମହିଳାମାନେ ସମୟ ସମୟରେ ବାଇକ୍‌ ଚାଳନା ଉପରେ କର୍ମଶାଳା ମଧ୍ୟ ଆୟୋଜନ କରନ୍ତି ।

ଦ ରେଗାଲସ୍‌
ମୁମ୍ବାଇର ଜଣେ ଦନ୍ତ ଚିକିତ୍ସକ ଡାକ୍ତର ଅପର୍ଣ୍ଣା ବନ୍ଦୋଦକର ୨୦୧୨ରେ ରେଗାଲସ୍‌ ନାମକ ଏକ ରୟାଲ ଏନଫିଲï ବାଇକର୍‌ କ୍ଲବ୍‌ ଆରମ୍ଭ କରିଥିଲେ । ସାରା ଦେଶରେ ଏହି ଗ୍ରୁପ ମୁମ୍ବାଇର ରୟାଲ ଏନଫିଲï ଗର୍ଲ ଭାବେ ପ୍ରସିଦ୍ଧ । ଏଥିସହ ଏମାନଙ୍କୁ କୁଇନ୍‌ ଅଫ୍‌ ମୁମ୍ବାଇ ମଧ୍ୟ କୁହାଯାଏ । ନାରୀ ସଶକ୍ତିକରଣକୁ ନେଇ ଏହି ବାଇକର୍‌ ଗ୍ରୁପ୍‌ ସଚେତନତା ରାଲି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି ।

women bike rider
women bike rider @thetopmost-01
women bike rider @thetopmost-01

https://thetopmost.in/?p=1976

https://thetopmost.in/?p=1479

https://thetopmost.in/?p=1523

https://thetopmost.in/?p=1758