ହିନ୍ଦୁ ପାଞ୍ଜି ଅନୁସାରେ ବୈଶାଖ ମାସର ମହତ୍ୱ ବେଶ୍ ଅଧିକ। ଏହି ମାସକୁ ବିଷ୍ଣୁଙ୍କର ପ୍ରିୟ ମାସ ବୋଲି କୁହାଯାଏ। ଏହି ମାସରେ ଯଦି କେହି ବ୍ୟକ୍ତି ଜଳ ଦାନ କରିଥାଏ କିମ୍ବା କୌଣସି ଶୋଷିଲା ବ୍ୟକ୍ତିଙ୍କୁ ପାଣି ପିଇବାକୁ ଦେଇଥାଏ ତେବେ ତାର ଅନେକ ପୂଣ୍ୟ ହୋଇଥାଏ। ବେଦରେ ବୈଶାଖ ମାସକୁ ସର୍ବଶ୍ରେଷ୍ଠ ମାସର ଆଖ୍ୟା ଦିଆଯାଇଛି। ଏହି ମାସରେ ବିଷ୍ଣୁ ଉପାସନା କଲେ ଶୀଘ୍ର ଫଳପ୍ରାପ୍ତି ହୋଇଥାଏ। ଏହି ମାସରେ ଜଳଦାନରେ ସମସ୍ତ ମାସର ପୂଣ୍ୟ ପ୍ରାପ୍ତ ହୋଇଥାଏ। ଭଗବାନ ବ୍ରହ୍ମା ଏହି ମାସକୁ ଶ୍ରେଷ୍ଠ ମାସ ବୋଲି ବିବେଚନା କରିଥିବା ପୂରାଣରେ ବର୍ଣ୍ଣିତ। ଏହି ମାସରେ ଦଳଦାନ କରିବା ଦ୍ୱାରା ଭଗବାନ ବିଷ୍ଣୁ ସନ୍ତୁଷ୍ଠ ହେବା ସହ ସମସ୍ତ ପାପ କ୍ଷୟ କରନ୍ତି।

More Stories
ଗଜପତି ମହାରାଜାଙ୍କୁ ମିଳେ ଏପରି ଭେଟି
ଆଶ୍ବିନ ମାସରେ ଦେବୀ ଦୂର୍ଗାଙ୍କ ଶହସ୍ର କୁମ୍ଭାଭିଷେକ
କଳସ ଉପରେ କାହିଁକି ଦିଆଯାଏ ଆମ୍ବଡାଳ