The Topmost

“The eyes believe themselves, the ears believe other people.”

WORLD RADIO DAY

Found the old radio at Mom's house- this went to the beach in Ocean City in the 1970s. My folks were believes in hanging on to stuff that still works.

ବିଶ୍ୱ ରେଡିଓ ଦିବସର କିଛି ନିଆରା ତଥ୍ୟ

ବାର୍ତ୍ତା ପ୍ରେରଣର ଦୁନିଆର ସବୁଠାରୁ ପୁରାତନ ମାଧ୍ୟମ ଭାବେ ରେଡିଓ ପରିଗଣିତ । ଏହାର ଗୁରୁତ୍ୱତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଫେବ୍ରୁଆରୀ ୧୩କୁ ରେଡିଓ ଦିବସ ଭାବେ ପାଳନ କରାଯାଇଥାଏ । ୨୦୧୧ରେ ସ୍ପାନିସ୍‌ ରେଡିଓ ଏକାଡୋମୀ ପକ୍ଷରୁ ୟୁନିସ୍କୋ ନିକଟରେ ଏହି ଦିବସ ପାଳନର ପ୍ରସ୍ତାବ ଦିଆଯାଇଥିଲା । ୨୦୧୨ରେ ଏହି ପ୍ରସ୍ତାବକୁ ଆନ୍ତର୍ଜାତୀୟ ସ୍ତରରେ ପାରିତ କରାଗଲା । ଏହି ଦିବସ ପାଳନର ଉଦ୍ଦେଶ୍ୟ ରେଡିଓର ମହତ୍ତ୍ୱକୁ ଘରେ ଘରେ ପହଞ୍ଚାଇବା । କିଭଳି ଏହାର ବ୍ୟବହାର ବଢିବ ମଧ୍ୟ ଏହି ଦିବସର ଉଦ୍ଦେଶ୍ୟ । ଭାରତରେ ୧୯୨୦ ମସିହାରେ ପ୍ରଥମ ରେଡିଓ ବ୍ରୋଡକାଷ୍ଟ କରାଯାଇଥିଲା । ଏହାର ତିନିବର୍ଷ ପରେ ରେଡିଓ କ୍ଲବ୍‌ ଅଫ୍‌ ବମ୍ବେ ତରଫରୁ ପ୍ରଥମଥର ପାଇଁ ରେଡିଓ କାର୍ଯ୍ୟକ୍ରମ ଟେଲିକାଷ୍ଟ କରାଯାଇଥିଲା । ସବୁବର୍ଷ ଏହି ଦିବସ କିଛି ନା କିଛି ସ୍ୱତନ୍ତ୍ର ଥିମ୍‌କୁ ନେଇ ପାଳନ କରାଯାଇଥାଏ । ଚଳିତ ବର୍ଷ ଏହାର ଥିମ ରହିଛି ‘ରେଡିଓ ଆଣ୍ଡ ଟ୍ରଷ୍ଟ’ ।

http://thetopmost.in/?p=980

http://thetopmost.in/?p=976

http://thetopmost.in/?p=973

http://thetopmost.in/?p=954

WORLD RADIO DAY
WORLD RADIO DAY @thetopmost-01

ଭିନ୍ନ ବର୍ଷ ଭିନ୍ନ ଥିମ୍‌
୨୦୧୪ – ‘ଜେଣ୍ଡର ଇକୁ୍ୟାଲିଟି ଆଣ୍ଡ ୱମେନ୍‌ ଏମ୍ପପାୱାରମେଣ୍ଟ ଇନ୍‌ ରେଡିଓ’
୨୦୧୫ – ‘ୟୁଥ୍‌ ଆଣ୍ଡ ରେଡିଓ’
୨୦୧୬ – ‘ରେଡିଓ ଇନ୍‌ ଟାଇମ୍ସ ଅଫ୍‌ ଏମରଜେନ୍ସି ଆଣ୍ଡ ଡିଜାଷ୍ଟର’
୨୦୧୭ – ‘ରେଡିଓ ଇଜ୍‌ ଇୟୁ’
୨୦୧୮ – ‘ରେଡିଓ ଆଣ୍ଡ ସ୍ପୋର୍ଟସ୍‌’
୨୦୧୯ – ‘ଡାଇଲଗ୍‌, ଟଲୋରେନ୍ସ ଆଣ୍ଡ ପିସ୍‌’
୨୦୨୦ – ‘ରେଡିଓ ଆଣ୍ଡ୍‌ ଡାଇଭର୍ସିଟି’
୨୦୨୧ – ‘ନୁ୍ୟ ୱାଲïର୍ ନୁ୍ୟ ରେଡିଓ – ଇଭୋଲୁସନ୍‌,ଇନୋଭେସନ୍‌, କନେକସନ୍‌ ’
ଜଣା ଅଜଣା

WORLD RADIO DAY
WORLD RADIO DAY @thetopmost-01
  • ୧୯୦୧ ଓ ୧୯୦୨ରେ ମାର୍କୋନିଙ୍କ ଦ୍ୱାରା ପ୍ରଥମ ସଫଳ ରେଡିଓ ଟ୍ରାନ୍ସମିସନ୍‌ ।
  • ୧୯୨୨ରେ ୟୁକେ ସରକାରର ରେଡିଓ ଲାଇସେନ୍ସ ଲାଗୁ ।
  • ୧୯୨୨ -୧୯୭୧ ମଧ୍ୟରେ ବିନା ଲାଇସେନ୍ସରେ ୟୁକେରେ ରେଡିଓ ଶୁଣିବା ନିଷେଧ ଥିଲା ।
  • ୧୯୦୯ -ମାର୍କୋନିଙ୍କୁ ନିଜ ଉଦ୍ଭାବନ ପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ ।
  • ୧୯୩୯ – ପ୍ରଥମ ଏଫ୍‌ଏମ୍‌ ରେଡିଓର ଉଦ୍ଭାବନ ।
  • ୧୯୩୯ – ଦିତୀୟ ବିଶ୍ୱଯୁଦ୍ଧ ଆରମ୍ଭରୁ ଭାରତରେ ସମସ୍ତ ରେଡିଓ ଲାଇସେନ୍ସ ରଦ୍ଦ ।
  • ୧୯୨୩ – ରେଡିଓରେ ବିଜ୍ଞାପନର ଆରମ୍ଭ ।
  • ୧୯୪୨ – ଆଜାଦ୍‌ ହିନ୍ଦ ରେଡିଓର ସ୍ଥାପନା ।