The Topmost

“The eyes believe themselves, the ears believe other people.”

fd

ବିବାହ କରିବେ ମଲାଇକା ଓ ଅର୍ଜ୍ଜୁନ୍‌ କପୁର

ବି ଟାଉନରେ ବେଶ୍‌ ଚର୍ଚ୍ଚାରେ ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ପ୍ରେମ । ସେମାନେ ବହୁ ସମୟରୁ ପ୍ରେମ ସମ୍ପର୍କରେ ରହିଛନ୍ତି । ଉଭୟଙ୍କ ପ୍ରେମ ପାଇଁ ସେମାନେ ସର୍ବଦା ଲାଇମ ଲାଇଟରେ ରହିଆସିଛନ୍ତି । ପ୍ରେମ ହେବା ଦିନ ଠାରୁ ଉଭୟଙ୍କ ରୋମାଣ୍ଟିକ ଫଟୋ ଭାଇରାଲ ହେବାରେ ଲାଗିଛି । ତେବେ ବର୍ତ୍ତମାନ ଖବର ଆସିଛି ଯେ ମଲାଇକା ଅରୋରା ଓ ଅର୍ଜୁନ କପୁର ସେମାନଙ୍କ ସମ୍ପର୍କକୁ ଏକ ବିଶେଷ ନାମ ଦେବାକୁ ଯାଉଛନ୍ତି । ଖବର ଅନୁଯାଇ ଉଭୟ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତଥାପି, ଏପର୍ଯ୍ୟନ୍ତ ଏହା ଉପରେ କାହାର କୌଣସି ଅଫିସିଆଲ୍‌ ଆନାଉନ୍ସମେଣ୍ଟ କରାଯାଇନାହିଁ । ଉଭୟ ୱିଣ୍ଟର୍‌ ଲଭର ଭାବେ ଜଣାଶୁଣା ହୋଇଥିବା ବେଳେ ସେମାନେ ନଭେମ୍ବର କିମ୍ବା ଡିସେମ୍ବର ମାସରେ ବିବାହ କରିବାର ଖବର ସାମ୍ନାକୁ ଆସୁଛି । ଏହା ମଧ୍ୟ ଖବର ଆସୁଛି ଯେ ବିବାହ ଭୋଜିକୁ ସେମାନେ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିବେ ନାହିଁ । ମଲାଇକା ଓ ଅର୍ଜୁନଙ୍କ ଅନୁଯାୟୀ, ଉଭୟଙ୍କ ବିବାହରେ କେବଳ ପରିବାର ଓ ବିଶେଷ ବନ୍ଧୁମାନେ ଜଡିତ ହେବେ । ତେବେ ମଲାଇକା ଅର୍ଜୁନଙ୍କ ପ୍ରଶଂସକ ମନ୍ତବ୍ୟ ଦେଇ ସେମାନଙ୍କୁ ଶୁଭ କାମନା ଜଣାଇଛନ୍ତି ।

https://thetopmost.in/?p=1708

https://thetopmost.in/?p=1661

https://thetopmost.in/?p=1567

https://thetopmost.in/?p=1786