The Topmost

“The eyes believe themselves, the ears believe other people.”

kiara_advani_controversies

ବଲିଉଡ୍‌ର ସୁନ୍ଦରୀ ନାୟିକା କିଆରା ଆଡଭାନୀ

ଆଜିକାଲି ବି-ଟାଉନରେ କେବଳ କିଆରାଙ୍କର ହିଁ ଚର୍ଚ୍ଚା । ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେବା ପରେ କିଆରା ଏବେ ବଲିଉଡ୍‌ର ଟପ୍‌ ହିରୋଇନଙ୍କ ଲିଷ୍ଟରେ ସାମିଲ ହୋଇଯାଇଛନ୍ତି । ଏହି ସଫଳତା ପାଇଁ କିଆରାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ସ୍ମିତା ପାଟିଲ ମେମୋରିଅଲ ଗ୍ଲୋବ ଆୱାର୍ଡରେ ସମ୍ମାନିତ କରାଯାଇଛି । ଶେରଶାହାରେ କିଆରା ଆଡଭାନୀଙ୍କ ଅଭିନୟ ବେଶ୍‌ ପ୍ରଶଂସନୀୟ ହୋଇପାରିଛି । ଏହି ଫିଲ୍ମର ସଫଳତା ପରେ କିଆରା ନିଜ ଲୁକ୍‌ ଏବଂ ଅଭିନୟକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଆଗାମୀ ଦିନରେ ଯେକୌଣସି ଚରିତ୍ରକୁ ପରଦାରେ ନିଖୁଣ ଭାବରେ ଉପସ୍ଥାପିତ କରିପାରିବେ ବୋଲି ଆଲୋଚନା ହେଉଛି । ଫିଲ୍ମରେ ଅଭିନେତା ସିଦ୍ଧାର୍ଥ ମଲୋହତ୍ରାଙ୍କ ସହ ତାଙ୍କର କେମେଷ୍ଟ୍ରୀକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଯେଉଁଥିପାଇଁ ଉଭୟଙ୍କୁ ଏବେ ବଲିଉଡ୍‌ର ନୂତନ ଲଭ୍‌ ବାର୍ଡ୍ସ ଲିଷ୍ଟରେ ସାମିଲ କରାଯାଇଛି । ଖୁବଶୀଘ୍ର କିଆରା-ସିଦ୍ଧାର୍ଥ ବିବାହ କରିବେ ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଆଗକୁ କିଆରା ଭୁଲ ଭୁଲେୟା-୨, ଜୁଗ ଜୁଗ ଜିୟୋ, ରାମଚରଣଙ୍କ ସହ ଆରସୀ ୧୫ ଫିଲ୍ମରେ ନଜର ଆସିବେ ।

http://thetopmost.in/?p=785

http://thetopmost.in/?p=779

http://thetopmost.in/?p=775

http://thetopmost.in/?p=743

SHARE BY