ଡେରାଡୁନ୍: ମାର୍ଚ୍ଚ ୨୩: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଆଜି ପୁଷ୍କର ସିଂ ଧାମି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୪୬ ବର୍ଷିୟ ଧାମିଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରୁମିତ ସିଂ ଶପଥ ଗ୍ରହଣ କରାଇଥିଲେ। ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ସଭାପତି ଜେ.ପି. ଆଦି ଉପସ୍ଥିତ ଥିଲେ । ତେବେ ଲଗାତାର ଦ୍ୱିତୀୟ ଥର ପାଇଁ ଧାମି ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ତୁଲାଇଛନ୍ତି । ଧାମିଙ୍କ ବ୍ୟତୀତ ଅନ୍ୟ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଯଥା ସତ୍ୟପାଲ ମହାରାଜ, ସୁବୋଧ ୟୁନିୟାଲ, ଧନ ସିଂ ରାୱତ, ରେଖା ଆର୍ଯ୍ୟ ଏବଂ ଗଣେଶ ଯୋଶୀ ମଧ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ନିକଟରେ ଶେଷ ହୋଇଥିବା ରାଜ୍ୟ ନିର୍ବାଚନରେ ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ୪୭ ଟି ସିଟ୍ ଜିତିଛି। ଏହା ସହ ଉତ୍ତରପ୍ରଦେଶର ୨୧ ବର୍ଷ ପୁରୁଣା ଇତିହାସରେ ବିଜେପି ପ୍ରଥମ ଦଳ ହୋଇପାରିଛି ଯାହା କ୍ରମାଗତ ନିର୍ବାଚନରେ କ୍ଷମତାକୁ ଫେରିଛି।
ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବାକୁ ଶ୍ରୀ ଧାମି ୬ ମାସ ମଧ୍ୟରେ ରାଜ୍ୟସଭାକୁ ନିର୍ବାଚିତ ହେବା ଆବଶ୍ୟକ।

https://twitter.com/ina_uttarakhand/status/1506573185512521732
1 thought on “ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି”