The Topmost

“The eyes believe themselves, the ears believe other people.”

kangana-ranaut

ବଲିଉଡରେ ଧାକଡ୍‌ ଲୁକ୍‌ରେ ଧାକଡ୍‌ ଗର୍ଲଙ୍କ ଏଣ୍ଟ୍ରି

ବଲିଉଡର ଧାକଡ୍‌ ହିରୋଇନ୍‌ କଙ୍ଗନା ରାଣାୱତ୍‌ ସବୁବେଳେ ନିଜ କଣ୍ଟ୍ରୋଭର୍ସି ବୟାନ ପାଇଁ ଚର୍ଚ୍ଚାରେ ଥାନ୍ତି । ଏହା ସହ ଦମଦାର ଅଭିନୟ ଓ ନିଜର ଫ୍ୟାଶନ୍‌ ଷ୍ଟାଇଲକୁ ନେଇ ପ୍ରଶଂସିତ ହୋଇ ଆସିଛନ୍ତି । କେତେବେଳେ ନିଜ କ୍ୟୁଟ୍‌ ଲୁକ୍‌ ତ କେତେବେଳେ ବୋଲï ଅନ୍ଦାଜ୍‌, ସବୁଥିରେ ଫିଟ୍‌ ବଲିଉଡର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରାଣାୱତ୍‌ । ସେ କୌଣସି ଗଡ୍‌ ଫାଦରଙ୍କ ସାହାଯ୍ୟ ନୁହେଁ ବରଂ ନିଜର ଦମଦାର ଅଭିନୟ ପାଇଁ ସମସ୍ତଙ୍କ ମନରେ ଜାଗା ବନେଇବାରେ ସଫଳ ହୋଇଛନ୍ତି । ସବୁ ଫିଲ୍ମର ସବୁ ଚରିତ୍ରରେ ତାଙ୍କର ଅଦାକାରୀକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଆସିଛନ୍ତି । ଠିକ୍‌ ସେହି ଅଦାକାରୀ ଦେଖେଇଛନ୍ତି ନିଜର ଅପ୍‌ କମିଙ୍ଗ ଫିଲ୍ମ ଧାକଡର ଟ୍ରେଲରରେ । ଏହି ଫିଲ୍ମରେ କଙ୍ଗନାଙ୍କ ଏପରି ଆକଫିଙ୍ଗକୁ ଦେଖି ପ୍ରଶଂସକମାନେ ଓ ଫିଲ୍ମ କ୍ରିଟିକ୍‌ ଏହି ଫିଲ୍ମର ସଫଳତା କଥା ଚର୍ଚ୍ଚା କରୁଛନ୍ତି । ତେବେ ଏହି ଫିଲ୍ମରେ ତାଙ୍କର ରୂପ ବିଭିନ୍ନ ପ୍ରକାର ରହିଛି । ସେ ବିଶେଷତଃ ଗୋଟିଏ ଏଜେଣ୍ଟର ରୂପରେ ନଜର ଆସିଛନ୍ତି । ଯେଉଁଥିରେ ତାଙ୍କ ହେଆର ଷ୍ଟାଇଲର କ୍ରେଜ୍‌ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଏହି ଟ୍ରେଲରର ଆରମ୍ଭରେ କଙ୍ଗନା ଏରିଅଲ୍‌ ବବ୍‌ କଟ୍‌ ଲୁକରେ ନଜର ଆସିଛନ୍ତି । ସେ ଆହୁରି ମଧ୍ୟ ନିଜ ହେଆର୍‌ କଲରକୁ ବ୍ରାଇଟ ରେଡରେ ସଜେଇ ହୋଇଥିବା ଦେଖାଯାଇଛନ୍ତି । ବ୍ରାଇଟ୍‌ ରେଡ୍‌ ହେଆର୍‌ କଲକ ସାଙ୍ଗକୁ ରେଡ୍‌ ବଡିକନ୍‌ ଡ୍ରେସରେ ସେ ତାଙ୍କ ପୁରୁଷ ଫ୍ୟାନ୍ସମାନଙ୍କ ପାଇଁ ସେନସେଶନ୍‌ ସାଜିଛନ୍ତି । ତେବେ ଖାଲି ଲୁକ୍‌ କାହିଁକି ନିଜର ଫୁଲ ଜବରଦସ୍ତ ଫାଇଟ୍‌ ସାଙ୍ଗକୁ ରିଆଲିଷ୍ଟିକ୍‌ ଆକଫିଙ୍ଗ ପାଇଁ ସେ ବହୁତ ପ୍ରଶଂସିତ ହେଉଛନ୍ତି ।

kangana-ranaut
kangana-ranaut @thetopmost-01

https://thetopmost.in/?p=1786

https://thetopmost.in/?p=1779

https://thetopmost.in/?p=1793