The Topmost

“The eyes believe themselves, the ears believe other people.”

bombay times

ବମ୍ବେ ଟାଇମ୍ସର ଶୋ’ରେ ଜଲୱା ଦେଖେଇଲେ ଦିବ୍ୟାଙ୍କା

ଟେଲିଭିଜନ ଦୁନିଆର ଜଣେ ଜଣାଶୁଣା ଚେହେରା ହେଲେ ଦିବ୍ୟଙ୍କା ତ୍ରିପାଠୀ । ତେବେ ସେ ନିଜର ସାଧା ସିଧା ଅନ୍ଦାଜରେ ବି ଲୋକଙ୍କ ପ୍ରିୟ ଷ୍ଟାର ପାଲଟିଛନ୍ତି । ସେ ସବୁବେଳେ ନିଜର କିଛି ନିଆରା ଷ୍ଟାଇଲ ଓ ଲୁକ୍‌ ପାଇଁ ଚର୍ଚ୍ଚାରେ ଥାନ୍ତି । ସେ େୱଷ୍ଟର୍ଣ ହେଉ ବା ଇଣ୍ଡିଆନ୍‌ ସବୁଥିରେ ଫିଟ୍‌ ଲାଗନ୍ତି ସେ । ତେବେ ନିକଟରେ ନିଜର ସୁନ୍ଦରତା ସହିତ ବମ୍ବେ ଟାଇମସର ରାମ୍ପରେ ହେବି ଏମ୍ରୋଡୋରୀ କାମ ହେଇଥିବା ସରାରା ସେଟରେ ୱାକ୍‌ କରିଥିଲେ ଦିବ୍ୟାଙ୍କା । ସେଥିରେ ସେ ଜଣେ ମୋଗଲ ବେଗମ ପରି ଲୁକରେ ନଜର ଆସିଥିଲେ । ଅରେଞ୍ଜ କଲରର ଏହି ସରାରା ସୁଟରେ ଦିବ୍ୟାଙ୍କାଙ୍କ ଲୁକ୍‌ ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଥିଲା । ସେ ଏହି ରାମ୍ପରେ ହସିନା ଫ୍ୟାଶନ୍‌ ଡିଜାଇନର୍‌ ମୁମତାଜ୍‌ ଖାନଙ୍କ ପାଇଁ ସେ ଶୋ ଟପର ବନିଥିଲେ । ତେବେ ଟେଲିଭିଜନ୍‌ ଦୁନିଆର ବୋହୂ ସମସ୍ତଙ୍କ ନଜରରେ ଏକ ପ୍ରକାର ଆଲୋକ ଭରି ଦେଇଥିଲେ । ଅରେଞ୍ଜ ସରାରା ସହିତ ବଟଲ୍‌ ଗ୍ରୀନ୍‌ କଲରର ଟୋପି ଓ ଫ୍ୟାଶନେବୁଲ୍‌ ଅରନାମେଣ୍ଟ ତାଙ୍କ ଲୁକ୍‌କୁ ଆହୁରି ଅଧିକ ଏଲିଗେଣ୍ଟ କରିଦେଇଥିଲା । ତେବେ ବମ୍ବେ ଟାଇମ୍ସର ରାମ୍ପରେ ନିଜର ଜଲବା ଦେଖାଇ ବହୁତ ଖୁସି ଥିବା ସେ ନିଜେ କହିଛନ୍ତି ।

@thetopmost-01

https://thetopmost.in/?p=1786

https://thetopmost.in/?p=1779

https://thetopmost.in/?p=1793