The Topmost

“The eyes believe themselves, the ears believe other people.”

sd

ନିର୍ବାଚନ ପ୍ରଚାରରେ ରୋବୋର୍ଟ

ଆଜିକାଲି ରୋବୋର୍ଟ ସବୁ କାମ କରୁଛି। ରେସ୍ତୋରାଁରେ ଖାଇବା ପରଷିବାଠାରୁ ଆରମ୍ଭ କରି ପିଲାଙ୍କୁ ପାଠ ପଢାଇବା ପର୍ଯ୍ୟନ୍ତ ସବୁଥିରେ ରୋବୋର୍ଟ ଅଗ୍ରଣୀ ଭୂମିକା ନେଉଛି। ତେବେ ବର୍ତ୍ତମାନ ଏକ ନୂଆ କାର୍ଯ୍ୟରେ ରୋବୋର୍ଟକୁ ଲୋକମାନେ ଦେଖିବେ। ଆଗକୁ ନିର୍ବାଚନ ପ୍ରଚାରରେ ଭାଗନେବ ରୋବୋର୍ଟ। ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସି ଆଧାରିତ ଏହି ରୋବୋର୍ଟ ପୂର୍ବରୁ ନେତାଙ୍କର ରେର୍କଡ ହୋଇଥିବା ଭାଷଣକୁ ଲୋକଙ୍କୁ ଶୁଣାଇବ। ସବୁଠାର ମଜାଳିଆ କଥା ହେଉଛି ଏହି ରୋବୋର୍ଟ ଭାଷଣ ଦେବା ସମୟରେ ଅବିକଳ ମଣିଷ ଭଳି ରଙ୍ଗ ଢଙ୍ଗ କାଢିବ। ଏହି ଟେକ୍ନୋଲୋଜିକୁ ଆଗରୁ ବିଦେଶରେ ବ୍ୟବହାର ହୋଇସାରିଛି।

ଆଗକୁ ଆସୁଥିବା ନିର୍ବାଚନରେ କିଛି ରାଜନୈତିକ ଦଳ ମାନେ ଏହାର ବ୍ୟବହାର ନିର୍ବାଚନରେ କରିବେ ବୋଲି ଯୋଜନା କରୁଛନ୍ତି। ଆଗରୁ ରୋବୋର୍ଟକୁ ଘରୋଇ ସହାୟକ, ଶିକ୍ଷକ ଏବଂ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏହି ରୋବୋର୍ଟ ଗୁଡିକର ଦାମ ପାଞ୍ଚ ଲକ୍ଷ ଥିବାବେଳେ ଏହି ରୋବୋର୍ଟ ମାନେ ଅନେକ ଭାଷା କହିପାରୁଛନ୍ତି। ଏହା ଆଗକୁ ପରମ୍ପାରାଗତ ନିର୍ବାଚନ ପ୍ରଚାରରେ ନୂଆ ରଙ୍ଗ ଆଣିବ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି। ଏହି ରୋବୋ ଗୁଡିକ ଲୋକଙ୍କ ସହ କଥା ହେବାସହ ଲୋକଙ୍କର ଚେହେରା ଚିହ୍ନିବାରେ ଓ ସେମାନଙ୍କ ଭଳି ଅଙ୍ଗୀଭଙ୍ଗୀ କରିବାରେ ସକ୍ଷମ।

ଥ୍ରି-ଡି ଡେପ୍ଥ ସେସିଂ ଟୋକ୍ନୋଲୋଜି ବ୍ୟବହାର କରୁଥିବା ଏହି ରୋବୋର୍ଟ ମନୁଷ୍ୟର ବୟସ, ଭାବନା ଓ ସେ ପୁଅ କି ଝିଅ ସେ ବିଷୟରେ ମଧ୍ୟ ସୂଚନା ଦେଇପାରିବେ। ଏହି ରୋବୋର୍ଟ ଅଟୋମେଟିକ ମୋଡ୍ରେ କୌଣସିବି ଲୋକର କଥାବାର୍ତ୍ତାକୁ ନକଲ କରିପାରିବେ। ଏହା ନିର୍ବାଚନ ପ୍ରଚାର ସମୟରେ ଲୋକମାନଙ୍କ ପାଖରେ ପ୍ରାର୍ଥୀଙ୍କର ଭାବନା ପହଞ୍ଚାଇବାରେ ସଫଳ ହେବେ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି। ଏଥିରେ ଏକା ସମୟରେ ଅନେକ ନେତାଙ୍କ ଭାଷଣ ରେକର୍ଡ କରିବାର ସୁବିଧା ରହିଛି।]

https://thetopmost.in/?p=1143

https://thetopmost.in/?p=912

https://thetopmost.in/?p=2102

https://thetopmost.in/?p=1721

SHARE BY