The Topmost

“The eyes believe themselves, the ears believe other people.”

sexy-girl-in-tight-jean

ଜିନ୍ସ ପରେ ଟାଇଟ୍‌ ପ୍ୟାଣ୍ଟ୍‌ ବ୍ୟାନ୍‌

ଅଜବ କଟକଣା ପାଇଁ ପୁଣି ଥରେ ଉତ୍ତର କୋରିଆ ଚର୍ଚ୍ଚା ପରିସରଭୁକ୍ତ ହୋଇଛି । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଲୋକଙ୍କ ଫ୍ୟାଶନକୁ ନେଇ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ସୂଚନା ଅନୁଯାୟୀ କିମ୍‌ ଜଙ୍ଗ୍‌ ଉନ୍‌ ଟାଇଟ୍‌ ତଥା ଫିଟିଂ ପ୍ୟାଣ୍ଟ୍‌ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କିଛି ସମୟ ପୂର୍ବେ ଜିନ୍ସ ପିନ୍ଧିବା ଉପରେ ରୋକ୍‌ ଲଗାଇଥିଲେ । କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ମୁତାବକ ଏହା ଅଶ୍ଲୀଳ ଫ୍ୟାଶନ ଦେଶର ଯୁବପିଢିକୁ ବିଭ୍ରାନ୍ତ କରୁଛି । ଏହି କାରଣରୁ ଏବେ ଦେଶରେ କେହି ବି ଟାଇଟ୍‌ ପ୍ୟାଣ୍ଟ୍‌ ପିନ୍ଧିଥିବା ନଜର ଆସିଲେ, ତୁରନ୍ତ ଦଣ୍ଡ ଦିଆଯିବ ବୋଲି ଆଦେଶରେ କୁହାଯାଇଛି । ୨୦ରୁ ୩୦ ବର୍ଷର ଯୁବକଙ୍କୁ ଏହି ପ୍ରକାର ପ୍ୟାଣ୍ଟ ନପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମାନ କଟକଣା ମହିଳାଙ୍କ ପାଇଁ ମଧ୍ୟ ଲାଗୁ କରାଯାଇଛି । ଗତ ବର୍ଷ ଲେଦର୍‌ ଜ୍ୟାକେଟ୍‌ ଉପରେ ବ୍ୟାନ ଲଗାଯାଇଥିଲା । ପୂର୍ବରୁ ହେୟାର ଷ୍ଟାଇଲଠାରୁ ଆରମ୍ଭ କରି ଇଣ୍ଟରନେଟ୍‌ ବ୍ୟବହାର ପରି ବିଭିନ୍ନ ପ୍ରକାର କଟକଣା ଲଗାଇଥିଲେ କିମ୍‌ ଜଙ୍ଗ୍‌ ଉନ୍‌ ।

tight pant @thetopmost-01

https://thetopmost.in/?p=1786

https://thetopmost.in/?p=892

https://thetopmost.in/?tag=dwaine-pretorius

https://thetopmost.in/?p=1684