ଫ୍ୟାଶନ ବ୍ରାଣ୍ଡ ବଲେନ୍ସିଆଗା ନିଜର ଡିଜାଇନ୍ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାଏ । ସେହିକ୍ରମରେ ବଲେନ୍ସିଆଗାର ଏକ ବ୍ରାଣ୍ଡ ଭାଇରାଲ ହେବାରେ ଲାଗିଛି । କମ୍ପାନୀ ତାର ଏକ ବ୍ରାଣ୍ଡର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ବ୍ରାଣ୍ଡର ନାଁ ପ୍ୟାରିସ୍ ସ୍ନିକର ରହିଥିବାବେଳେ ଏହାର ମାତ୍ର ୧୦୦ଟି ପେୟାର ନିର୍ମାଣ କରାଯାଇିଛି । ଏହି ଯୋତାର ଦାମ ୬୨୫ ଡଲାରରୁ ଆରମ୍ଭ ହୋଇଛି, ଯାହା ଭାରତୀୟ ମୁଦ୍ରାରେ ୪୮ ହଜାରରୁ ଅଧିକା । ତେବେ ଏହାର ଦାମ୪୮,୦୦୦ରୁ ଆରମ୍ଭ ହୋଇ ଏକ ଲକ୍ଷ ୪୨ ହଜାର ପର୍ଯ୍ୟନ୍ତ ରହିଛି । ତେବେ ଏହି ଜୋତା ଗୁଡିକର ଡିଜାଇନକୁ ଲୋକ ଛିଣ୍ଡା ଯୋତା ସହ ତୁଳନା କରିଛନ୍ତି । ଏହି ଡିଜାଇନ୍ରେ ଲୋକଙ୍କୁ କମ୍ପାନୀ ମଧ୍ୟଶତାବ୍ଦୀର କ୍ରୀଡାବିତ୍ଙ୍କ ଷ୍ଟାଇଲ ସହ ପରିଚିତ କରାଇବାକୁ ଚେଷ୍ଟା କରିଛି । ତେବେ ଡିଜାଇନ୍କୁ ନେଇ ଲୋକମାନେ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।
“The eyes believe themselves, the ears believe other people.”
More Stories
ନଡିଆ ଦିଏ ଏହି ସବୁ ସମସ୍ୟାରୁ ମୁକ୍ତି
ଖାଇବା ପୂର୍ବରୁ ଏହା ପିଇଲେ, ପତଳା ହେବାକୁ ଦରକାର ପଡିବନି ଏକ୍ସରସାଇଜ
ପ୍ରତ୍ୟେହ ପିଅନ୍ତୁ ଚେରି ଜୁସ୍, ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ