ୟୁକ୍ରେନ ଯୁଦ୍ଧ ମଧ୍ୟରେ ତାଇୱାନକୁ ଭୟଭୀତ କରିବାକୁ ଚେଷ୍ଟା କରୁଥିବା ଚୀନକୁ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଖୋଲା ଚେତାବନୀ ଦେଇଛନ୍ତି । କ ୍ୱାଡ ବୈଠକରେ ଭାଗ ନେବାକୁ ଜାପାନରେ ପହଞ୍ଚିଥିବା ବିଡେନ ଏକ ବୈଠକରେ କହିଛନ୍ତି ଯେ ଯଦି ତାଇୱାନ ଚୀନ୍ ଉପରେ ଆକ୍ରମଣ କରେ ତେବେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେ କହିଛନ୍ତି ଯେ ତାଇୱାନ ସୀମାରେ ଅନୁପ୍ରବେଶ କରି ଚୀନ୍ ରିସ୍କ ନେଉଛି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ତାଇୱାନକୁ ରକ୍ଷା କରିବାର ଦାୟିତ୍ୱ ବୃଦ୍ଧି ପାଇଛି ବୋଲି ବିଡେନ କହିଛନ୍ତି । ଯଦି ଚୀନ୍ ଆକ୍ରମଣ କରେ, ଆମେରିକା ସାମରିକ ସାହାଯ୍ୟରେ ତାଇୱାନକୁ ରକ୍ଷା କରିବ ।
ବାସ୍ତବରେ, ତାଇୱାନ ସମ୍ପର୍କ ଆଇନ ଅନୁଯାୟୀ, ତାଇୱାନର ସୁରକ୍ଷା ପାଇଁ ଆମେରିକା ବାଧ୍ୟ । ଏହି ବୈଠକରେ ବିଡେନଙ୍କୁ ପଚରାଯାଇଥିଲା କି ଯଦି ତାଇୱାନ ଦଖଲ କରିବାକୁ ଚୀନ୍ ଶକ୍ତି ବ୍ୟବହାର କରେ ତେବେ ଆମେରିକା ସାମରିକ ଭାବେ ହସ୍ତକ୍ଷେପ କରିବ କି? ଏହାର ଜବାବରେ ଜୋ ବିଡେନ କହିଛନ୍ତି- ଆମେ ୱାନ ଚାଇନା ନୀତିରେ ସହମତ ହେଲୁ, ଆମେ ଏଥିରେ ଦସ୍ତଖତ କଲୁ, କି;ୁ ତାଇୱାନକୁ ବଳପୂର୍ବକ ଛଡ଼ାଇ ନିଆଯାଇପାରିବ ବୋଲି ଭାବିବା ଭୁଲ ଅଟେ । ଜୋ ବିଡେନ କହିଛନ୍ତି ଯେ ତାଇୱାନ ବିରୋଧରେ ବଳ ପ୍ରୟୋଗ କରିବା ପାଇଁ ପଦକ୍ଷେପ କେବଳ ଅନ୍ୟାୟ ନୁହେଁ, ବରଂ ଏହା ସମଗ୍ର ଅଞ୍ଚଳକୁ ଅସ୍ଥିର କରିବ ।
ରୁଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଚାଇନା ମଧ୍ୟ ତାଇୱାନକୁ କାବୁ କରିବା ପାଇଁ ଯୁଦ୍ଧର ରାସ୍ତା ଆପଣେଇପାରେ ବୋଲି ଆଶଙ୍କା ରହିଛି । ସି ଜିନପିଙ୍ଗଙ୍କ ଏହି ଷଡଯନ୍ତ୍ରକୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଅନୁଭବ କରିଛନ୍ତି । କିଛି ମାସ ପୂର୍ବେ ସେ ଏକ ଜରୁରୀ ବୈଠକ କରିଥିଲେ ଏବଂ ଏହାର କିଛି ସମୟ ପରେ ଆମେରିକାର ପ୍ରତିରକ୍ଷା ବିଶେଷଜ୍ଞ ତଥା ବୈଦେଶିକ ମନ୍ତ୍ରଣାଳୟର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ତାଇୱାନର ରାଜଧାନୀ ତାଇପେଇକୁ ପଠାଗଲା । ଯାହା ପରେ କ୍ରୋଧିତ ଚୀନ୍ ଆମେରିକାକୁ ଧମକ ଦେଇଥିଲା । ତେବେ ପୂର୍ବରୁ ଚାଇନାର ବିଭିନ୍ନ ଗତିବିଧିକୁ ଆମେରିକା ନିରବ ହେଇ ସହି ଆସୁଥିବାବେଳେ ଏବେ ଆଉ ସେପରି ସହନଶୀଳ ମନଭାବ ଗ୍ରହଣ କରିପାରିବନି ବୋଲି କହିଛନ୍ତି ବିଡେନ୍ ।
More Stories
ଚଣ୍ଡିଗଡ ମେୟର ନିର୍ବାଚନ, ବାଜିମାରିଲା ବିଜେପି
ଓଡିଶା ଆସିଲେ ମୋହନ ଭାଗବତ୍, ବଦଳିପାରନ୍ତି ଓଡିଶା ବିଜେପି ସଭାପତି
ଏଥର ସିଧାସଳଖ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ