The Topmost

“The eyes believe themselves, the ears believe other people.”

kareena kapoor khan

କରୀନା କପୁର ଖାନଙ୍କ ଓଟିଟି ପ୍ଲାଟଫର୍ମରେ ନୂଆ ଡେବ୍ୟୁ

ବଲିଉଡ୍‌ର ଟପ୍‌ ଅଭିନେତ୍ରୀ କରୀନା କପୁର ଖାନ ବଡ଼ ପରଦାରେ ଅଭିନୟର ପରାକାଷ୍ଠା ଦେଖାଇବା ପରେ ଏବେ ଓଟିଟି ଦୁନିଆରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି କରୀନା କପୁର ଖାନ ନିଜର ଡିଜିଟାଲ ଡେବୁ୍ୟର ସୂଚନା ଦେଇଛନ୍ତି । ଭିଡିଓରେ କରୀନା କପୁର ଖାନ ସ୍କ୍ରିପଫ ପଢୁଥିîବା ନଜର ଆସୁଛନ୍ତି । ଏହାସହ ଫିଲ୍ମର ଟିମ୍‌ ସହ ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି । ସୂଚନା ଅନୁଯାୟୀ ଏହି ଫିଲ୍ମ ଜାପାନୀ ଲେଖକ କୀଗୋ ହିଗାଶିନୋଙ୍କ ପୁସ୍ତକ ‘ଦ ଡିଭୋସନ୍‌ ଅଫ୍‌ ସସ୍ପେକଟ୍‌’ର ସ୍କ୍ରିନ ରୁପାନ୍ତରଣ କରାଯିବ ।

http://thetopmost.in/?p=637

kareena kapoor khan
kareena kapoor khan @the topmost

ଏଥିରେ କରୀନା କପୁର ଖାନଙ୍କ ବ୍ୟତୀତ ‘ପାତାଲ ଲୋକ୍‌’ ଅଭିନେତା ଜୟଦୀପ ଅହଲାୱତ ଏବଂ ବିଜୟ ବର୍ମା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେବେ ପ୍ରସିଦ୍ଧ ନିର୍ଦ୍ଦେଶକ ସୁଜୋୟ ଘୋଷ । ବିଶ୍ୱର ନମ୍ବର ୱାନ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ଏହି ଫିଲ୍ମ ମୁକ୍ତିଲାଭ କରିବ । ତେବେ ଏପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ଘୋଷଣା ହୋଇନଥିବା ବେଳେ କରୀନା କପୁର ଖାନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

http://thetopmost.in/?p=616

kareena kapoor khan
kareena kapoor khan

ତେବେ ନିଜ ଓଟିଟି ଡେବୁ୍ୟକୁ ନେଇ କରୀନା କପୁର ଖାନ କହିଛନ୍ତି, ‘ଅନେକ କାରଣରୁ ସେ ଏହି ଫିଲ୍ମର ଏକ ଅଂଶ ହୋଇ ଖୁସି ଅନୁଭବ କରିଛନ୍ତି । ଏ ଫିଲ୍ମ ମର୍ଡର, ମିଷ୍ଟ୍ରୀ ଏବଂ ଥ୍ରୀଲରେ ଭରପୂର ହେବାକୁ ଯାଉଛି ।’ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ଶେଷଥର ଅକ୍ଷୟ କୁମାରଙ୍କ ସହ ୨୦୧୯ର ଫିଲ୍ମ ‘ଗୁଡ୍‌ ନୁ୍ୟଜ୍‌’ରେ ନଜର ଆସିଥିଲେ । ଏହାପରେ ତାଙ୍କ ଦ୍ୱିତୀୟ ସନ୍ତାନ ଜେହର ଜନ୍ମ ପରେ ସେ ଫିଲ୍ମରୁ ଦୂରେଇ ରହିଥିଲେ ।

http://thetopmost.in/?p=512

ହେଲେ ଆଗାମୀ ଫିଲ୍ମ ଭାବେ ଖୁବଶୀଘ୍ର ଆମିର ଖାନଙ୍କ ସହ ‘ଲାଲ ସିଂହ ଚzା’ରେ ପରଦାକୁ ପ୍ରତ୍ୟାବର୍ତ୍ତନ କରିବେ । ଏହା ୧୧ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ କରୀନା କପୁର ଖାନ ନିର୍ଦ୍ଦେଶକ ହଂସଲ ମେହତାଙ୍କ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ କରୀନା କପୁର ଖାନ ପ୍ରଯୋଜକ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପଦାର୍ପଣ କରିବେ ।

kareena kapoor khan
kareena kapoor khan

http://thetopmost.in/?page_id=3

http://thetopmost.in/?page_id=598

http://thetopmost.in/?p=490