The Topmost

“The eyes believe themselves, the ears believe other people.”

seasonal depression @the topmost

ସିଜିନାଲ ଡିପ୍ରେସନ୍‌

କ’ଣ ଋତୁ ବଦଳିବା ସହ ଆପଣ ଡିପ୍ରେସନର ଶିକାର ହେଉଛନ୍ତି? ଯଦି ଆପଣଙ୍କ ଉତ୍ତର ହଁ, ତାହେଲେ ଆପଣଙ୍କୁ ସିଜିନାଲ ଡିପ୍ରେସନ ହୋଇପାରେ । ସାଧାରଣତଃ ଏହାର ଲକ୍ଷଣ ଶୀତଦିନେ ଦେଖାଯାଏ ଏବଂ ଗରମ ଦିନ ଆରମ୍ଭ ହେବା ମାତ୍ରେ ଗାଏବ ହୋଇଯାଏ, ହେଲେ କେତେକ ମାମଲାରେ ଏହାର ଓଲଟା ମଧ୍ୟ ହୋଇପାରେ ।

seasonal depression @the topmost
seasonal depression @the topmost

ଶୀତଦିନିଆ ସିଜିନାଲ ଡିପ୍ରେସନ୍‌ ଲକ୍ଷଣ: ଅଧିକ ନିଦ ଲାଗିବା, ଭୋକ ଅଭ୍ୟାସରେ ପରିବର୍ତ୍ତନ, ଓଜନ ବଢ଼ିବା, ଥMାପଣ, ଶକ୍ତି କମିବା, ହାଇକାର୍ବ୍ରୋହାଇଡ୍ରେଟ୍‌ ଖାଦ୍ୟ ଖାଇବାକୁ ଇଚ୍ଛା ହେବା ।
ଖରାଦିନିଆ ସିଜିନାଲ ଡିପ୍ରେସନ୍‌ ଲକ୍ଷଣ: ନିଦ ନ ଲାଗିବା, ଭୋକ କମ୍‌ ହେବା, ଓଜନ କମିବା, ଚିଡିଚିଡାପଣ, ବିଚଳିତ ଅନୁଭବ କରିବା ।
ସିଜିନାଲ ଡିପ୍ରେସନ୍‌ କାରଣ: ଶୀତଦିନେ ସୂର୍ଯ୍ୟକିରଣ କମ୍‌ ମିଳିବା କାରଣରୁ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଏ । ଏହାଯୋଗୁଁ ଡିପ୍ରେସନର ଲକ୍ଷଣ ଆସିବାକୁ ଲାଗିଥାଏ । ମସ୍ତିଷ୍କରେ ସେରାଟୋନିନ କେମିକାଲ ମାତ୍ରାର ଅଭାବ ପରିଲିକ୍ଷିତ ହୁଏ । ଏହାର ଖରାପ ପ୍ରଭାବ ବ୍ୟକ୍ତିର ମୁଡ୍‌ ଉପରେ ପଡ଼ିଥାଏ । ସୂର୍ଯ୍ୟକିରଣର ଅଭାବ ହେତୁ ଏହା ମଧ୍ୟ ଘଟେ । ଋତୁ ପରିବର୍ତ୍ତନ ସହ ମେଲାଟୋନିନ ହରମୋନର ମାତ୍ରା ବୃଦ୍ଧି ପାଇଥାଏ । ଏହି ହରମୋନ ଅଧିକ ନିଦ୍ରା ପାଇଁ ଦାୟୀ ।

seasonal depression @the topmost
seasonal depression @the topmost

ଏହାର ପ୍ରଭାବ ଯୋଗୁଁ ଶୋଇବା ଚକ୍ରରେ ପରିବର୍ତ୍ତନ ହୁଏ । ଅଧିକ ଶୋଇବା ଦ୍ୱାରା ଡିପ୍ରେସନ ଅନୁଭବ ହୋଇଥାଏ । ସେହିପରି କିଛି ଲୋକ ଗରମ ସହି ପାରନ୍ତି ନାହିଁ । ତେଣୁ ମାତ୍ରାଧିକ ସୂର୍ଯ୍ୟକିରଣ ସେମାନଙ୍କ ମନରେ ନିରାଶା ଭାବନା ସୃଷ୍ଟି କରେ । ଏଥିସହ ଏହି ସୂର୍ଯ୍ୟକିରଣ ଯୋଗୁଁ ଶୋଇବା ଚକ୍ର ବିଗିଡ଼ିଯାଏ । ଶୀତିଦିନର ଓଲଟା, ମସ୍ତିଷ୍କରେ ସେରାଟୋନିନ କେମିକାଲର ମାତ୍ରା ବୃଦ୍ଧି ପାଏ । ଏହି କାରଣରୁ ସୋସିଆଲ ଏନଜାଇଟି ଡିସଅର୍ଡର ଦେଖାଯାଏ ।

seasonal depression @the topmost
seasonal depression @the topmost


ଉପଶମ ଉପାୟ: ସର୍ବଦା ନିଦ ପୁରା କରନ୍ତୁ । ପ୍ରତିଦିନ ଗୋଟିଏ ସମୟରେ ଶୁଅନ୍ତୁ ଏବଂ ଉଠିବା ଅଭ୍ୟାସ କରନ୍ତୁ । ଚିଡ଼ିଚିଡ଼ାପଣ ଏବଂ ରାଗକୁ କଣ୍ଟ୍ରୋଲ କରିବା ପାଇଁ ମସ୍ତିଷ୍କକୁ ଶାନ୍ତ ରଖନ୍ତୁ । ଏଥିପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ । ବାୟୁ ଚଳପ୍ରଚଳ ସ୍ଥାନରେ ରୁହନ୍ତୁ ଏବଂ ଆରାମଦାୟକ ପୋଷାକ ପିନ୍ଧନ୍ତୁ । ପ୍ରତିଦିନ ବ୍ୟାୟାମ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଚାପ, ଉଦାସୀନତା ଏବଂ ଚିନ୍ତା ଦୂର କରିବାରେ ସାହାଯ୍ୟ ମିଳିବ । ମେଡିଟେସନ କରିକି ମଧ୍ୟ ମସ୍ତିଷ୍କର ଖରାପ ଚିନ୍ତାଧାରାକୁ ଦୂର କରିପାରିବେ । ଏହାସହ ନିଜର ମନପସନ୍ଦର କାର୍ଯ୍ୟକଳାପ କରନ୍ତୁ । ସୁସ୍ଥ ଖାଦ୍ୟ ଖାଆନ୍ତୁ । ଜଙ୍କଫୁଡ୍‌ ଏବଂ ମସାଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ । ଏଥିସହ ପରିବାର ଏବଂ ସାଙ୍ଗ ସହ ନିଜ ମନର କଥାକୁ ସେୟାର କରନ୍ତୁ । ଯଦି ଏହାପରେ ବି ଆପଣ ଡିପ୍ରେସନ କମ୍‌ ନ ହୁଏ, ତା’ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।