ବିଶ୍ୱରେ ଆଜିକାଲି ବିଭିନ୍ନ ପ୍ରକାରର ରୋବଟ୍ ଦେଖିବାକୁ ମିଳିଥାଏ । ତେବେ ଛେଳି ରୋବଟ୍ କଥା କେହି କେବେ ଭାବିନଥିବେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ରୋବଟ୍ କଥାଟି ସତ । ମୋଟୋର ସାଇକେଲ୍ କମ୍ପାନୀ କାୱାସାକି ଏଭଳି ବିରଳ ରୋବଟ୍
ଉଦ୍ଭାବନ କରିଛି । ଟୋକିଓରେ ୨୦୨୦ରେ ହୋଇଥିବା ଏକ ରୋବଟ୍ ପ୍ରଦର୍ଶନୀରେ ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଥିଲା । ଏହି ରୋବଟ୍ ର ନାଁ କମ୍ପାନୀ ବେକ୍ସ ରଖିଛି । ଏହି ରୋବଟ୍ଟି କମ୍ପାନୀର କାଲେଇଡୋ ପ୍ରକଳ୍ପ ଅଧୀନରେ ପ୍ରସ୍ତୁତ କରାଯାଇଛି, ଯାହା ୨୦୧୫ରୁ ରୋବଟ୍ ପ୍ରସ୍ତୁତ କରୁଛି । ଏହି ଛେଳି ରୋବଟ୍ଟି ନିଜକୁ ନିଚ୍ଚା କରିବା ସହିତ ନିଜସ୍ୱ ଚକ ଖୋଲିବାରେ ସମର୍ଥ । ରୋବଟ୍ଟିକୁ ନିଚ୍ଚା କରିବା ପଛରେ ସନ୍ତୁଳନ କାରଣ ରହିଚି । ଏପରି କରିବା ଦ୍ୱାରା ରୋବଟ୍ଟି ନିଜ ସନ୍ତୁଳନ ସଠିକ୍ ଢଙ୍ଗରେ ବଜାୟ ରଖିପାରେ । ରୋବଟ୍ଟିକୁ ହ୍ୟାଣ୍ଡେଲ୍ବାର ସାହାଯ୍ୟରେ ନିୟନ୍ତ୍ରଣ କରିହେବ । ଏହି ରୋବଟ୍ ଟି ନିଜ ପିଠିରେ ପ୍ରାୟ ୯୯କେଜିର ଓଜନ ରଖିପାରିବ ବୋଲି ନିର୍ମାଣକାରୀ ସଂସ୍ଥା ମତ ଦେଇଛି । ରୋବଟ୍ ର ଭିଡିଓ ଭାଇରାଲ ହେବା ପରେ ଏହାର ବଜାର ପ୍ରବେଶକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଅଛନ୍ତି ।http://thetopmost.in/?page_id=598
1 thought on “ସ୍ୱୟଂଚାଳିତ ଛେଳୀ ରୋବଟ୍: ନିଜେ ନିଜକୁ କରିପାରୁଛି ଛୋଟ ଓ ବଡ”