ଆର୍ଜେଣ୍ଟିନାର ଲାଟିନ୍ ଆମେରିକୀୟ ଦେଶରେ ମିଳିଛି ବିଶ୍ୱର ସର୍ବବୃହତ ରାପ୍ଟର ଡାଇନୋସରର ମୃତଦେହ । ଏହି ଡାଇନୋସର ୭୦ ମିଲିୟନ୍ ବର୍ଷ ପୂର୍ବେ ଆର୍ଜେଣ୍ଟିନାରେ ହଇଚଇ ମଚାଇଥିଲା । ରାପ୍ଟରର ତୀକ୍ଷ୍ଣ ନଖ ଏବଂ ଜବରଦସ୍ତ ଚତୁରତା ଏହାକୁ ଦୁନିଆର ସବୁଠାରୁ ବିପଜ୍ଜନକ ଡାଇନୋସର ଭାବରେ ପରିଣତ କରିଥିଲା । ତେବେ ଆର୍ଜେଣ୍ଟିନାରେ ମିଳିଥିବା ଡାଇନୋସରର ଲମ୍ବ ପ୍ରାୟ ୩୩ ଫୁଟ ଏବଂ ଓଜନ ୫ ଟନ୍ ଥିଲା । ରାଜଧାନୀ ବୁଏନୋସ୍ ଆଇରେସ୍ ଠାରୁ ୨୬୯୮ କିଲୋମିଟର ଦୂରରେ ଅବସ୍ଥିତ ଏଲ୍ କାଲାଫେଟରେ ଏହି ମେଗାରାପ୍ଟରର ଅସ୍ଥି ମିଳିଛି । ଏହି ହାଡଗୁଡିକର ବିଶ୍ଳେଷଣରୁ ଜଣାପଡିଛି ଯେ ଏହି ମେଗାରାପ୍ଟରର ଲମ୍ବ ୩୦ ରୁ ୩୩ ଫୁଟ ଏବଂ ଓଜନ ପ୍ରାୟ ୫ ଟନ୍ । ଆରାନସିଗା ରୋଲାଣ୍ଡୋ କହିଛନ୍ତି, ରାପ୍ଟରର ଅସ୍ଥି ଆମକୁ ଏହି ମେଗାରାପ୍ଟରର ଆନାଟୋମିକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିଛି।
୧୯୯୬ରେ, ଆର୍ଜେଣ୍ଟିନାର ନିଉକେନରେ ପ୍ରଥମ ମେଗାରାପ୍ଟର ଆବିଷ୍କୃତ ହୋଇଥିଲା । ଏହା ପରେ ଅଷ୍ଟ୍ରେଲିଆ, ଜାପାନ ଏବଂ ଥାଇଲ୍ୟାଣ୍ଡରେ ମେଗାରାପ୍ଟରର ଅନେକ ଅବଶିଷ୍ଟାଂଶ ମିଳିଥିଲା । ନିଉକେନରେ ମିଳୁଥିବା ଡାଇନୋସରର ନଖ ୪୦ ସେମି ଲମ୍ବା ଥିଲା । ଏହାର ଛୋଟ ସମ୍ପର୍କୀୟମାନେ ମଧ୍ୟ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥିଲେ । ବିଶେଷଜ୍ଞଙ୍କ ଅନୁଯାୟୀ, ଏଲ୍ କାଲାଫେଟରେ ମିଳିଥିବା ଡାଇନୋସର ବିଲୁପ୍ତ ହେବା ପୂର୍ବରୁ ଏହି ପ୍ରଜାତିର ସବୁଠାରୁ ବଡ ଡାଇନୋସର ଥିଲା ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ