The Topmost

“The eyes believe themselves, the ears believe other people.”

a lady make rules for her funeral

ସତ୍କାର କର୍ମରେ ଅଜବ ନିୟମ

କାହାର ସତ୍କାର କର୍ମରେ ଯୋଗଦେବା ଏକ ଦୁଃଖର ବିଷୟ ହୋଇଥାଏ । ସେହିଭଳି କେତେକ ଲୋକ ଥାଆନ୍ତି ଯିଏ ନିଜ ପ୍ରିୟଜନଙ୍କୁ ନିଜର କିଛି ଇଛା କହିଥାଆନ୍ତି, ଯାହା ତାଙ୍କର ଶବସତ୍କାର କର୍ମରେ କରାଯିବ । ହେଲେ ବର୍ତ୍ତମାନ ଜଣେ ୯୨ବର୍ଷ ବୃଦ୍ଧାଙ୍କର ଇଚ୍ଛା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲିଲିଆନ ଡ୍ରୋନିୟାକ ନାମକ ଏହି ବୃଦ୍ଧାଜଣଙ୍କ ସୋସିଆଲ ମିଡିଆରେ ବେଶ୍‌ ଆକଫିଭ । ତାଙ୍କର ଇନଷ୍ଟାଗ୍ରାମ ପେଜ୍‌ ଗ୍ରାଣ୍ଡମା ଡ୍ରୋନିଆକ ସର୍ବଦା ବେଶ୍‌ ଭାଇରାଲ ହୋଇଥାଏ । ସେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ଧରଣର ଭିଡିଓ ପୋଷ୍ଟରିଥାଆନ୍ତି । ସେ ନିଜ ଜୀବନର ସମସ୍ତ ଘଟଣା ସମ୍ପର୍କରେ ଏହି ସମସ୍ତ ଭିଡିଓରେ ଜଣାଇଥାଆନ୍ତି । ଭିଡିଓ ଗୁଡିକ ସୋସିଆଲ ସାଇଟ୍‌ରେ ଭାଇରାଲ ମଧ୍ୟ ହୋଇଥାଏ ।

ଏହି ବୃଦ୍ଧା ଜଣଙ୍କ ନିଜକୁ ‘ସିଇଓ ଅଫ୍‌ ଅଲ ଗ୍ରାଣ୍ଡମା’ କହିଥାଆନ୍ତି । ତେବେ ବର୍ତ୍ତମାନ ସେ କେତୋଟି ଭିଡିଓରେ ନିଜର ଶବ ସତ୍କାର ପାଇଁ ତିନୋଟି ନିୟମ ବିଷୟରେ କହିଛନ୍ତିି, ଯାହା ଭାଇରାଲ ହେବାରେ ଲାଗିଛି । ପ୍ରଥମ ନିୟମ ଅନୁସାରେ ନିଜକୁ ବୋକା ବନାନ୍ତୁନି । ଏହାର ଅର୍ଥ ହେଉଛି ଯଦି କିଏ ଜଣେ ଚାଲିଯାଉଛି, ତେବେ ତାର ଭଲ ସ୍ମୃତିକୁ ମନେପକାଇ ଖୁସି ହୁଅ । କେବଳ କାନ୍ଦିଲେ ଜଣଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇହେବ ଏହା ନୁହେଁ । ତେଣୁ ତାଙ୍କ ମୃତୁ୍ୟରେ ସେ ଅଧିକା କାନ୍ଦିବାକୁ ମନା କରିଛନ୍ତି । କାନ୍ଦିବ କିନ୍ତୁ କମ ବୋଲି ସେ ଭିଡିଓରେ କହିଛନ୍ତି । ସେହିଭଳି ବର୍ଥା ନାମକ ବ୍ୟକ୍ତିଙ୍କର ନିମନ୍ତ୍ରଣକୁ ସେ ରଦ୍ଦ କରିଛନ୍ତି । ତାଙ୍କୁ ସିଧା ସଳଖ ବୃଦ୍ଧାଜଣଙ୍କ ନିଜ ମୃତୁ୍ୟକର୍ମରେ ଯୋଗଦେବାକୁ ମନା କରିଦେଇଛନ୍ତି । ଶେଷ ତଥା ଅଜବ ନିୟମ ହେଲା ସେ ସମସ୍ତଙ୍କୁ ତାଙ୍କ ମୃତୁ୍ୟର କିଛି ସମୟ ପରେ ମଦ୍ୟପାନ ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କି କିଛି ସମୟ ମୋ ପାଇଁ ଦେବା ପରେ ସମସ୍ତେ ମୋ ନାଁରେ ଗୋଟିଏ ଗୋଟିଏ ଡ୍ରିଙ୍କ ପିଇପାରିବେ । ଏହା ମତେ ଖୁସି ଦେବ । ବୃଦ୍ଧାଙ୍କର ଏହି ତିନୋଟି ନିୟମ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ତାଙ୍କର ଏହି ନିଆରା ମନୋଭାବକୁ ବେଶ୍‌ ପସନ୍ଦ କରୁଛନ୍ତି ।

https://thetopmost.in/?p=1786

https://thetopmost.in/?p=1773

https://thetopmost.in/?p=1779

SHARE BY