The Topmost

“The eyes believe themselves, the ears believe other people.”

flirting with her boss

Manager is flirting with her coworker in the office

ପ୍ରଫେଶନାଲ ସମ୍ପର୍କ କେତେ ବିପଦ…

ପ୍ରଫେଶନାଲିଜିମର ପ୍ରଥମ ନିୟମ ହେଉଛି ଅଫିସ ସମ୍ପର୍କକୁ ଘରକୁ ଆଣିବା ଉଚିତ ନୁହେଁ । କି;ୁ ଅଫିସରେ ଘା ଘା ଧରି ସମୟ ବିତାଇବା ଫଳରେ ବ୍ୟକ୍ତିଗତ ସ୍ତରରେ ଏକ ସମ୍ପର୍କ ସୃଷ୍ଟି ହୋଇଥାଏ । ଏପରି ସମ୍ପର୍କ ଆପଣଙ୍କ କ୍ୟାରିୟର ଉପରେ ନକାରାତ୍ମକ କିମ୍ବା ସକାରାତ୍ମକ ପ୍ରଭାବ ପକାଇଥାଏ । ଆପଣଙ୍କ ପସନ୍ଦ, ନାପସନ୍ଦ, ଅଭ୍ୟାସ, ଦୁର୍ବଳତା ଓ ଗୁପ୍ତ କଥାକୁ ଯଦି କେହି ଭଲ ଭାବେ ବୁଝିପାରେ କିମ୍ବା କୌଣସି ବ୍ୟକ୍ତି ସହିତ ଅଧିକରୁ ଅଧିକ ସମୟ ବିତାଇବା ଫଳରେ ଏକ ସୁସମ୍ପର୍କ ସୃଷ୍ଟି ହେବା ସ୍ୱଭାବବିକ । ଯଦି ଅଫିସରେ ଆପଣ ବିପରିତ ଲିଙ୍ଗର କୌଣସି ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ୱାସ ରଖିଥିବେ ଏବଂ ତା ସହିତ ସବୁ କଥା ସେୟାର କରୁଥିବେ, ଅଫିସରେ ଥଟ୍ଟାମଜା କରୁଥିବେ ଏବଂ ଜଣେ ନଥିଲେ ଅନ୍ୟଜଣଙ୍କୁ ଅଫିସରେ ଭଲ ଲାଗୁନଥିବ । ଏହି ପ୍ରଫେସନାଲ ସମ୍ପର୍କକୁ ଅଫିସ ସ୍ପାଉସ କୁହାଯାଏ ।

  • ଏପରି ସମ୍ପର୍କକୁ ଆପଣଙ୍କ ଅନ୍ୟ ସମର୍କମୀମାନେ ସହଜରେ ଗ୍ରହଣ କରିନପାରନ୍ତି ଏବଂ କର୍ମକ୍ଷେତ୍ରରେ ଅସୁବିଧାରେ ପକାଇବାକୁ ପ୍ରୟାସ କରିପାରନ୍ତି ।
  • ସମ୍ପର୍କର ପ୍ରଭାବ କାର୍ଯ୍ୟ ଉପରେ ପଡିବାର ସମ୍ଭାବନା ଖୁବ୍‌ ଅଧିକ, ଯାହା ଫଳରେ ଆପଣଙ୍କ କାର୍ଯ୍ୟ ନିମ୍ନ ସ୍ତରର ହୋଇପାରେ ।
  • ଯଦି ଆପଣଙ୍କ ନିର୍ଦ୍ଧିଷ୍ଟ ଭାବେ କାର୍ଯ୍ୟ କ୍ଷେତ୍ରରେ ଜଣଙ୍କୁ ପ୍ରାଥମିକତା ଦିଆନ୍ତି କିମ୍ବା ସହାୟତା କରନ୍ତି ତେବେ ଅନ୍ୟ ସହକର୍ମୀମାନେ ଆପଣଙ୍କ ବିରୋଧୀ ହୋଇପାରନ୍ତି ।
  • ଯଦି ବରିଷ୍ଠ ଓ କନିଷ୍ଠ କର୍ମଚାରୀଙ୍କ ମଧ୍ୟରେ ଏପରି ସମ୍ପର୍କ ସୃଷ୍ଟି ହୋଇଛି ତେବେ ଆପଣ ପଦୋନ୍ନତି ହାସଲ କରିବାକୁ ଏପରି କରିଛନ୍ତି ବୋଲି ଗୁଜବ ସୃଷ୍ଟି ହୋଇପାରେ । ଯଦି କନିଷ୍ଠ କର୍ମଚାରୀଙ୍କ ମଧ୍ୟରେ ଏପରି ସମ୍ପର୍କ ସୃଷ୍ଟି ହୋଇଛି ତେବେ ବରିଷ୍ଠ କର୍ମଚାରୀ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି କିମ୍ବା ପଦୋନ୍ନତିକୁ ରୋକିପାରନ୍ତି ।
  • ସାଧାରଣତ ଭାବେ ଏପରି ସମ୍ପର୍କରେ ପୁରୁଷ ତୁଳନାରେ ମହିଳାମାନେ ବେଶୀ ଅପଦସ୍ଥ ହୋଇଥାନ୍ତି । ଚରିତ୍ରକୁ ନେଇ ଅପମାନିତ, ଚାକିରୀ ଛାଡିବା କିମ୍ବା ବଦଳି ନେଇ ଅନ୍ୟତ୍ର ଚାଲିଯାଇଥାନ୍ତି ।
  • ଆପଣଙ୍କ ସମ୍ପର୍କକୁ ନେଇ ଅନ୍ୟ କର୍ମଚାରୀମାନେ ସବୁବେଳେ ଆଲୋଚନା କରିବା ଫଳରେ ଏହାର ପ୍ରଭାବ କାର୍ଯ୍ୟ ଉପରେ ପଡିଥାଏ । ବିଶେଷ କରି ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ କେବେ ସ;ୁଷ୍ଟ ହୋଇନଥାନ୍ତି ।
th @thetopmost-01
th @thetopmost-01
th @thetopmost-01

https://thetopmost.in/?p=1786

https://thetopmost.in/?p=1786

https://thetopmost.in/?p=1738

https://thetopmost.in/?p=1779

SHARE BY