The Topmost

“The eyes believe themselves, the ears believe other people.”

sef

лªÉçÕÕƬ£¬ÉϺ££¬2016Äê10ÔÂ15ÈÕ ÖйúÉè¼ÆʦƷÅÆAwayleeÁÁÏàÉϺ£Ê±×°ÖÜ 10ÔÂ14ÈÕ£¬Ä£ÌØÔÚÉϺ£Ê±×°ÖÜÉÏչʾAwaylee2017´ºÏÄϵÁÐʱװ¡£ µ±ÈÕ£¬ÔÚÉϺ£ÐÂÌìµØ̫ƽºþË®ÉÏÐ㳡¾ÙÐеÄÉϺ£Ê±×°ÖÜ2017´ºÏÄϵÁлÉÏ£¬ÖйúÉè¼ÆʦƷÅÆAwayleeÅ®×°ÐÂ×÷ÁÁÏà¡£ лªÉç·¢£¨¹ù³¤Ò« É㣩

ନିଜକୁ ରଖନ୍ତୁ ଫ୍ୟାଶନ ରିଜୁ୍ୟଲେସନ ଅନୁସାରେ ଷ୍ଟାଇଲିସ୍‌

ଫ୍ୟାଶନକୁ ନେଇ ସଚେତନ ଲୋକମାନେ ବର୍ଷକ ୧୨ମାସ ଷ୍ଟାଇଲିରେ ରହିବାକୁ ପସନ୍ଦ କରନ୍ତି । କିଛି ବିଶେଷ ଟିପକୁ ଧ୍ୟାନରେ ରଖି ଆପଣ ସବୁବେଳେ ହଟ୍‌ ଏଣ୍ଡ ବିଉଟିଫୁଲ ରହିପାରିବେ । ବ୍ରାଣ୍ଡ ଲେବଲକୁ ବାହାରେ ଦେଖେଇ ହେବାର କୌଣସି ଆବଶ୍ୟକତା ନାହିଁ । ନିଜକୁ ଆରାମ ଓ ଠିକ୍‌ ଲାଗୁଥିବା ପୋଷାକ ହିଁ ସବୁଠାରୁ ଭଲ । ବ୍ରାଣ୍ଡ ନାମକୁ ନେଇ ଖରାପ ଡ୍ରେସ ପରିଧାନ କରି ଲଜ୍ଜିତ ହୁଅନ୍ତୁ ନାହିଁ । ଯଦି ଆପଣ ବ୍ରାଣ୍ଡେଡ ଡ୍ରେସ କିମ୍ବା ଦାମିକିଆ ପୋଷାକ କିଣିବାକୁ ଅସମର୍ଥ ତେବେ ନିଜ ବଜେଟ ଅନୁସାରେ ପୋଷାକ ବାଛନ୍ତୁ । କିନ୍ତୁ ବ୍ରାଣ୍ଡେଡ ପୋଷାକର ନକଲ କରନ୍ତୁ ନାହିଁ । କାରଣ ଏନ୍ୟମାନେ ଏହା ସହଜରେ ଜାଣିପାରିବେ ଯେ, ଆପଣ ବ୍ରାଣ୍ଡେଡ ପୋଷାକ ପିନ୍ଧିବାକୁ ଚାହୁଁଛନ୍ତି କିନ୍ତୁ ଅର୍ଥ ନାହିଁ ।
୧- ର୍ୟାମ୍ପ ଶୋ’ର ପୋଷାକକୁ ରାସ୍ତାକୁ ଆଣିବାକୁ ପ୍ରୟାସ କରିବା ଏକ ମୁର୍ଖାମୀ । ଏମିତିକି ବେଳେବେଳେ କେଉଁଠି କେଉଁ ପୋଷାକ ପରିଧାନ କରିବା ଉଚିତ ତାହା ଅନେକ ଜାଣିପାରନ୍ତି ନାହିଁ । ପାର୍ଟି ପାଇଁ ଉଦିଷ୍ଟ ପୋଷାକକୁ ପିନ୍ଧି କେହି କେହି ସପିଂ କରିବାକୁ ଯାଆନ୍ତି । ତେଣୁ ଭାବିଚିନ୍ତି ପୋଷାକ ଚୟନ କରନ୍ତୁ ।
୨- ସ୍ଲୋଗାନ ଯୁକ୍ତ ପୋଷାକ ଏବେ ଯୁବପିଢୀଙ୍କ ପସନ୍ଦ ପାଲଟିଛି । କିନ୍ତୁ ସବୁ ସ୍ଲୋଗାନ ସବୁ ସ୍ଥାନରେ ଫିଟ ହୋଇନଥାଏ । ସ୍ଲୋଗାନଯୁକ୍ତ ପୋଷାକ ଦେଖିକି ଚୟନ କରନ୍ତୁ ।
୩- ମ୍ୟାଚିଂ ଡ୍ରେସ ପିନ୍ଧିବା ଅନେକଙ୍କୁ ଭଲ ଲାଗେ । ମ୍ୟାଚିଂ ନାମରେ ସେମାନେ ଗୋଟିଏ ରଙ୍ଗର ସବୁକିଛି ପରିଧାନ କରିଥାନ୍ତି, ଯାହା ବେଳେବେଳେ ଖୁବ୍‌ ଖରାପ ଦେଖାଯାଇଥାଏ ।
କେବଳ ଯେ, ଭଲ ପୋଷାକ ପରିଧାନ କରିଦେଲେ ସୁନ୍ଦର ଲାଗିବ ତାହା ଭାବିବା ଭୁଲ । ଏଥିପାଇଁ ଶାରୀରିକ ସୌଦର୍ଯ୍ୟ ଓ ସ୍ମାର୍ଟ ହାବଭାବ ମଧ୍ୟ ନିହାତି ଦରକାର । ବର୍ତ୍ତମାନ ଚାଲିଥିବା ଟ୍ରେଣ୍ଡ କିମ୍ବା ଅନ୍ୟ କାହାର ଡ୍ରେସକୁ ଦେଖି ତାହା ଆପଣାନ୍ତୁ ନାହିଁ । ଏହି ଡିଜାଇନର ଡ୍ରେସ ଆପଣଙ୍କୁ ସୁଟ୍‌ ନ କରିପାରେ । ଡ୍ରେସ ଅନୁସାରେ ଜୋତା ଓ ଚପଲ ଚୟନ କରିବା ଉଚିତ । ଅନ୍ୟମାନଙ୍କ ପାଇଁ ହସର ଖୋରାକ ହେବା କିମ୍ବା ଜୋକରଙ୍କ ପରି ଜୋତା ପରିଧାନରୁ ବଞ୍ଚନ୍ତୁ । କିଛି ଅଛନ୍ତି ଯେଉଁମାନେ ପରଫୁ୍ୟମ ଆଦୌ ଲଗାନ୍ତି ନାହିଁ ଆଉ କେତେକ ଅଛନ୍ତି ପରଫୁ୍ୟମରେ ଗାଧୋଇ ପଡନ୍ତି । ଏହି ଦୁଇଟି ଯାକ ଉପାୟ ଠିକ୍‌ ନୁହେଁ ତେଣୁ ଆବଶ୍ୟକ ଅନୁସାରେ ହାଲକା ସୁଗନ୍ଧ ବିଶିଷ୍ଠ ପରଫୁ୍ୟମ ବ୍ୟବହାର କରନ୍ତୁ ।

@thetopmost-01

https://thetopmost.in/?p=1786

https://thetopmost.in/?p=1735

https://thetopmost.in/?p=1793