The Topmost

“The eyes believe themselves, the ears believe other people.”

6 year old boy complain about traffic issue

ଥାନାରେ ୬ବର୍ଷର ବାଳକ: ଅଭିଯୋଗ ଶୁଣିଲେ ହୋଇଯିବେ ତାଜୁବ୍‌

ଦେଶରେ ଟ୍ରାଫିକ ଜାମ୍‌ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି । ହେଲେ କେବେ ଆପଣ କୌଣସି କୁନି ପିଲାକୁ ଟ୍ରାଫିକ ସମସ୍ୟା ନେଇ ଥାନାକୁ ଯାଇଥିବା ଦେଖିନଥିବେ । ଗତ କିଛି ଦିନରୁ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ୬ବର୍ଷର ଶିଶୁ ତାଙ୍କ ସ୍କୁଲ ନିକଟରେ ହେଉଥିବା ଟ୍ରାଫିକ ଜାମର ଅଭିଯୋଗ କରିବା ପାଇଁ ପୋଲିସ ଷ୍ଟେସନରେ ପହଞ୍ଚିଛି । ସାଧାରଣତଃ ଟ୍ରାଫିକ୍‌ ଜାମ ହେଲେ ଲୋକମାନେ ଥାନାକୁ ଫୋନ କରି ଅଭିଯୋଗ କରିଥାନ୍ତି । ହେଲେ ଏହି ଶିଶୁ ଥାନାରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଛି । ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାର ପାଲମନେରରେ ୟୁକେଜିରେ ପଢୁଥିବା ଏହି ଛାତ୍ରର ନାମ କାର୍ତ୍ତିକେୟ । https://twitter.com/SriLakshmi_10/status/1505101509733744640

ସେ ପୋଲିସ ସମ୍ମୁଖରେ ନିଜ ଅଭିଯୋଗ କରି କହିଛି ଯେ ତାଙ୍କ ସ୍କୁଲ ନିକଟରେ ବହୁ ଦିନରୁ ନାଳ କାମ ଚାଲିଛି, ଯେଉଁଥିପାଇଁ ରାସ୍ତାକୁ ଖୋଳାଯାଇଛି ଏବଂ ଟ୍ରାକଫର କାରଣରୁ ସବୁବେଳେ ଭିଡ଼ ଲାଗିରହୁଛି । ଏଥିସହ ତୁରନ୍ତ ସମସ୍ୟାର ସମାଧାନ ପାଇଁ କାର୍ତ୍ତିକେୟ ପୋଲିସ ଇନସପେକଫର ଆଗରେ ଦାବି ରଖିଛି । ଏହାପରେ ଇନସପେକଫର ଏନ୍‌ ଭାସ୍କର ତୁରନ୍ତ ସମାଧାନ କରିବା ପାଇଁ କାର୍ତ୍ତିକେୟଙ୍କୁ ପ୍ରତିଶୃତି ଦେବା ସହ ନିଜ ମୋବାଇଲ ନମ୍ବର ଦେଇଛନ୍ତି । ତେବେ ଭିଡିଓରେ କାର୍ତ୍ତିକେୟଙ୍କ ଦୃଢ ଆତ୍ମବିଶ୍ୱାସକୁ ଦେଖି ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି ।

http://thetopmost.in/?p=764

http://thetopmost.in/?p=759

http://thetopmost.in/?p=755