The Topmost

“The eyes believe themselves, the ears believe other people.”

taas

ତାସ ଖେଳର ସମଗ୍ର ଇତିହାସ


ତାସ ଖେଳ ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ରସ୍ଥାନ ଦୀର୍ଘ ଦଶନ୍ଧିରୁ ବଜାୟ ରଖିଛି । ନିଜର ଅବସର ସମୟ କାଟିବାପାଇଁ ଆରମ୍ଭ ହୋଇଥିବା ଏହି ଖେଳ ବିଭିନ୍ନ ସମୟରେ ଭିନ୍ନଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଛି । ବର୍ତ୍ତମାନ ନେପାଳରେ ଦେଖାଯାଇଥିବା ଆର୍ଥିକ ମାନ୍ଦାବସ୍ଥା ପାଇଁ ଏହି ତାସକୁ ଦାୟୀ କରାଯାଉଛି । ତେବେ ଦୀର୍ଘଦଶନ୍ଧିରୁ ଘରେଘରେ ଖେଳାଯାଉଥିବା ଏହି ତାସପତାର ଯାତ୍ରା ବେଶ ନିଆରା ଓ ସ୍ୱତନ୍ତ୍ର ।

ନେପାଳ-ତାସ୍‌
କଥାରେ ଅଛି, ‘ତାସ୍‌ ଖେଳିଲେ ଘରର ହେବ ନାଶ’ । ଅର୍ଥାତ୍‌ ଯେଉଁ ଘରେ ତାସ୍‌ ଖେଳାଯାଏ, ସେହି ଘର ନଷ୍ଟ ହୋଇଯାଏ । ଏହି ପ୍ରବାଦଟିକୁ ଜୁଆ ଖେଳର ନିଶା ସହିତ ଯୋଡ଼ି କୁହାଯାଇଛି । ନେପାଳରେ ମଧ୍ୟ ସମାନ ଘଟଣା ଘଟିଛି, ଯେଉଁଠାରେ ତାସ୍‌ ଖେଳିବା ଯୋଗୁୁଁ ସମଗ୍ର ଅର୍ଥନୀତି ବର୍ତ୍ତମାନ ଭୁସୁଡ଼ିବାରେ ଲାଗିଛି । ନେପାଳ ବର୍ତ୍ତମାନ ଶ୍ରୀଲଙ୍କା ପରି ଅର୍ଥନୈତିକ ସଙ୍କଟର ଏକ ଗଭୀର କୂଅ ଭିତରକୁ ଯାଉଛି । ଯେତେବେଳେ ଏହି ବିପତ୍ତିର କାରଣ ଅନୁସନ୍ଧାନ କରାଯାଇଥିଲା, ତାସ୍‌ ଖେଳ ସାମ୍ନାକୁ ଆସିଥିଲା । ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ନେପାଳରେ ତାସ୍‌ ଖେଳିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ନେପାଳର ରୋଜଗାରର ଏକ ପ୍ରମୁଖ ଅଂଶ ଏହାର କ୍ୟାସିନୋରୁ ଆସିଥାଏ, ଯେଉଁଠାରେ ଦେଶ ତଥା ବିଦେଶର ଲୋକମାନେ ଜୁଆ ଖେଳିବାକୁ ଆସନ୍ତି ।
ପଡ଼ୋଶୀ ଦେଶ ନେପାଳରେ ବୈଦେଶିକ ମୁଦ୍ରା ଭଣ୍ଡାରର ଏକ ଐତିହାସିକ ରେକର୍ଡ ହ ୍ରାସ ପରିଲିଖିତ ହୋଇଛି । ପରିସ୍ଥିତି ଏପରି ହେଉଛି ଯେ ଏଠାରେ ସରକାର ମୋଟ ୧୦ଟି ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସେହି ୧୦ଟି ଆଇଟମ୍‌ ଯେଉଁଥିରେ ନେପାଳ ସରକାରର ସର୍ବାଧିକ ବୈଦେଶିକ ମୁଦ୍ରା ଖର୍ଚ୍ଚ ହେଉଥିଲା । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏଗୁଡ଼ିକ ମଧ୍ୟରେ ତାସ୍‌ ପତା ଅନ୍ତର୍ଭୁକ୍ତ । ଗତ ୫ ବର୍ଷ ମଧ୍ୟରେ ନେପାଳ ସରକାର ବିଦେଶରୁ ୧୦୦ କୋଟି ଟଙ୍କାର ତାସ୍‌ ଆମଦାନୀ କରିଛନ୍ତି । ନେପାଳରେ ତାସ୍‌ର ବହୁଳ ବ୍ୟବହାର ହୋଇଥାଏ । ସମଗ୍ର ନେପାଳରେ ଅନେକ ସ୍ଥାନରେ କ୍ୟାସିନୋ ରହିଛି । ଏହା ବ୍ୟତୀତ ଦୀପାବଳି ଏବଂ ଦଶହରା ପର୍ବଗୁଡ଼ିକରେ ଦେଶର ପ୍ରତି ଘରେ ଘରେ ତାସ୍‌ ଖେଳିବାର ପରମ୍ପରା ରହିଛି । ଏକ ଆକଳନ ଅନୁଯାୟୀ, ୨୦୨୧ର ଦୀପାବଳି ସମୟରେ ନେପାଳ ବିଦେଶରୁ ପ୍ରାୟ ୯ କୋଟି ଟଙ୍କା ମୂଲ୍ୟର ତାସ୍‌ ଆମଦାନୀ କରିଥିଲା । ଗତ ୨୧ମାସ ଭିତରେ ଯେତେବେଳେ ସମଗ୍ର ଦୁନିଆ କରୋନା ମହାମାରୀ ସହ ଲଢେଇ କରୁଥିଲା, ସେତେବେଳେ ଏହି ଦେଶ ପ୍ରାୟ ଅଢେଇ କୋଟିର ତାସ୍‌ ପ୍ୟାକେଟ୍‌ କିଣିଥିଲା । ଏଥିପାଇଁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରେ ପ୍ରାୟ ୯୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିପରି ଗତ ବର୍ଷର ଶେଷ ଆଡ଼କୁ ୫କୋଟିର ତାସ୍‌ର ଆମଦାନୀ କରାଯାଇଥିଲା । ତାସ୍‌ ଖେଳି ଖୁସି ପାଉଥିବା ନେପାଳବାସୀ ବର୍ତ୍ତମାନ ଆର୍ଥିକ ଅନଟନରେ ସମୟ ବିତାଉଛନ୍ତି । ଏହି ତାସ୍‌ ନେପାଳର ଅର୍ଥନୀତିକୁ ନଷ୍ଟ କରିଚାଲିଛି । ନେପାଳର ଜନସଂଖ୍ୟା ପ୍ରାୟ ୨ କୋଟି ୬୫ ଲକ୍ଷ । ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ ଲକ୍ଷ ଲୋକ ବିଦେଶୀ । ଏହାକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଯଦି ନେପାଳ ୨୧ ମାସରେ ୨ କୋଟି ୨୬ ଲକ୍ଷ ୮୭ ହଜାର ୭୦୦ ତାସ୍‌ ପ୍ୟାକେଟ୍‌ ଆମଦାନୀ କରୁଛି, ତାହେଲେ ଏହାକୁ ନେଇ ସରକାରଙ୍କ ଚିନ୍ତା ସ୍ୱାଭାବିକ ।

ପ୍ରାୟ ସବୁ ଦେଶରେ ତାସ୍‌ ପତା ଖେଳାଯାଏ । ଆମ ଭାରତରେ ମଧ୍ୟ ଗାଁ ଗହଳିରେ ଲୋକମାନେ ତାସ୍‌ ଖେଳୁଥିବା ଦେଖିବାକୁ ମିଳେ । ଖାସ୍‌ କରି ପର୍ବପର୍ବାଣୀରେ ଲୋକମାନେ ଖୁସି ମିଜାଜ୍‌ରେ ଏହାକୁ ଖେଳିଥାନ୍ତି । ତାସ୍‌ ଖେଳ ମଧ୍ୟ ବିଭିନ୍ନ ପ୍ରକାର । ନାଟିସ୍‌ଠାରୁ ଆରମ୍ଭ କରି ଛୋଟ ପିଲାଙ୍କର ତାସ୍‌ ଗଦା ଖେଳ ମଧ୍ୟ ଘରେ ଘରେ ପସନ୍ଦ କରାଯାଏ । କେହି କେହି ଆମୋଦପ୍ରମୋଦ ପାଇଁ ଖେଳୁଥିବା ବେଳେ କେତେକ ସ୍ଥାନରେ ବେଆଇନ ଭାବେ ଏହାକୁ ଖେଳାଯାଏ । ଏପରିକି ଏଥିରେ ଟଙ୍କା ଲଗାଇ କେତେକଙ୍କ ଘର ବରବାଦ ହୋଇଥିବା ଅନେକ ମାମଲା ଦେଖିବାକୁ ମିଳିଛି । ତାସ୍‌ କେବଳ ଖେଳ ଭାବେ ନୁହେଁ ବରଂ ଏହାକୁ ବ୍ୟବହାର କରି ପୂର୍ବରୁ ବର୍ଷର ଗଣନା କରାଯାଉଥିବା ସହ ଜ୍ୟୋତିଷବିଦ୍ୟାରେ ମଧ୍ୟ ଏହା କାର୍ଯ୍ୟରେ ଲାଗୁଥିଲା । ତେବେ ତାସ୍‌ରେ ରହିଛି ଗୁଢ ରହସ୍ୟ ଏବଂ ରୋଚକ ଇତିହାସ ।

ଇତିହାସ
ତାସ ଖେଳ ଆଜିକାଲିର ଖେଳ ନୁହେଁ, ଏହା ଦୀର୍ଘଦଶନ୍ଧି ଧରି ସାରା ବିଶ୍ୱରେ ଖେଳ ହୋଇଆସୁଛି । ବିଭିନ୍ନ ପର୍ବପର୍ବାଣୀ ହେଉ କିମ୍ବା ହସଖୁସିର ଆସର ଅନେକ ସ୍ଥାନରେ ଏହି ତାସ ଖେଳର କ୍ରେଜ ଦେଖିବାକୁ ମିଳିଥାଏ । ବିଭିନ୍ନ ଗାଁଗଣ୍ଡାରେ ଲୋକମାନେ ଖାଲି ସମୟ ପାଇଲେ ବସିଯାଆନ୍ତି ତାସ ଖେଳିବାକୁ । ତେବେ ଏହି ତାସର ମଧ୍ୟ ରହିଛି ଏକ ଦୀର୍ଘ ଇତିହାସ ।
ଚୀନ
ଗୋଟିଏ ପ୍ୟାକେଟ୍‌ ଭିତରେ ସଜାଯାଇଥିବା ଏହି ୫୨ଟି କାର୍ଡ କେବେ କେଉଁଠି କେତେବେଳେ ତିଆରି କରାଗଲା ଏହାର କୌଣସି ସଠିକ୍‌ ତଥ୍ୟ ନାହିଁ, ହେଲେ ଏହାର ଆନୁମାନିକ ତଥ୍ୟ ରହିଛି । ଅନୁମାନ କରାଯାଏ କି ଏହାର ଆରମ୍ଭ ଚୀନରେ ହୋଇଥିଲା । ତାଙ୍ଗ ରାଜବଂଶର ରାଜୁତି ସମୟରେ ଅର୍ଥାତ ଏହା ନବମ ଶତାବ୍ଦୀ ବେଳକୁ ଆରମ୍ଭ ହୋଇଥିଲା । ତେବେ ପ୍ରଥମେ ତାସକୁ ଏକ ଚିତ୍ର ଭଳି ଆରମ୍ଭ କରାଯାଇଥିଲା । ଏହି ସମୟରେ ରାଜକୁମାରୀଙ୍କର ସମ୍ପର୍କୀୟମାନେ ଏକ ଲିଫ୍‌ ଗେମ୍‌ ନାମକ ଖେଳ ଖେଳନ୍ତି । ତାଙ୍ଗ ଲେଖକ ସୁଇଙ୍କ ମତରେ ସେ ସମୟରେ ରାଜଭବନରେ ସମୟ କାଟିବା ପାଇଁ ସେମାନେ ଏହି ଖେଳ ଖେଳିଥାଆନ୍ତି । ସେହିଭଳି କେତେକ ତଥ୍ୟ ଅନୁସାରେ ତାସ ଖେଳ ମଧ୍ୟ ତାଙ୍ଗବଂଶ ସମୟରେ ଅସ୍ତିତ୍ୱକୁ ଆସିଥିଲା । ତେବେ ଖେଳକୁ ନେଇ ପ୍ରଣାଳୀ ଏବଂ ନିୟମ ଧୀରେଧୀରେ ବଦଳିଛି । ସେହିଭଳି ଦାବି ଅନୁସାରେ ଲିଫ୍‌ ଖେଳରେ ଗୋଟିଏ ବହି ଏବଂ ଗୋଟିକୁ ବ୍ୟବହାର କରାଯାଉଥିଲା । ଏହି ନିୟମ ୧୦୬୭ ବେଳକୁ ଲୋପ ପାଇଯାଇଥିଲା । ପ୍ରଥମେ ତାସରେ ସଂଖ୍ୟା କିମ୍ବା ସଙ୍କେତ ନଥିଲା । ଏଥିରେ ବିଭିନ୍ନ ଚିତ୍ରଲିପି ଦେଖିବାକୁ ମିଳିଥିଲା । ସେହିଭଳି ଅନେକ ପୂର୍ବରୁ ତାସକୁ ଜୁଆଖେଳ ସହ ସମ୍ପୃକ୍ତି ରହିଛି । ତେବେ ସେ ସମୟରେ ମନି କାର୍ଡର ବ୍ୟବହାର ମଧ୍ୟ ଚୀନରେ ରହିଥିଲା । ସେତେବେଳେ ଅର୍ଥ ନେଣଦେଣ ସମସ୍ୟା ରହିଥିବା ବେଳେ ଏହା ବିପଦ ପୂର୍ଣ୍ଣ ଥିଲା, ତେଣୁ ଏହି ମନିକାର୍ଡର ବ୍ୟବହାର ବଢିଥିଲା । ୧୩୬୮ରୁ ୧୬୪୪ ମଧ୍ୟରେ ଚୀନରେ ମାଡିଓ, ଟ୍ରିକ୍‌ ଟେକିଙ୍ଗ ଗେମ୍‌ ଖେଳାଯାଉଥିଲା । ଏକ ବିବୃତ୍ତି ଅନୁସାରେ ଏହି ସମୟରେ ୩୮ଟି ମନି କାର୍ଡର ବ୍ୟବହାର କରାଯାଉଥିଲା, ଯେଉଁଥିରେ ୯ଟି କଏନ୍‌, ୯ଟି ଷ୍ଟ୍ରିଙ୍ଗ କଏନ୍‌, ୯ଟି ମିରାଇଡ୍‌ ଓ ୧୧ଟି ମାରାଇଡ୍‌ର ୧୦ ଗୁଣ ଭାବେ ଖେଳାଯାଉଥିଲା । ଏହି କଏନ୍‌, ଷ୍ଟ୍ରିଙ୍ଗ ଏନ୍‌ ଓ ମିରାଇଡ୍‌ ପ୍ରାଚୀନ ଚୀନ ମୁଦ୍ରା ।

ଇଜିପଫ
୧୧ ଶହ ଶତାବ୍ଦୀ ବେଳକୁ ପୁରା ଏସିଆରେ ତାସ ଖେଳର ପ୍ରସାର ହୋଇସାରିଥିଲା । ଏହାପରେ ଧୀରେଧୀରେ ଖେଳଟି ଇଜିପଫିରେ ଦେଖିବାକୁ ମିଳିଥିଲା । ଦୁନିଆର ସବୁଠାରୁ ପୁରୁଣା ତାସ ପତ୍ତା ବର୍ଲିନ୍‌ରେ ଥିବା କେଇର୍‌ କଲେକସନ୍‌ ଏବଂ ବେଙ୍କି ମୁ୍ୟଜିୟମରେ ରହିଛି । ଏହା ୧୨ ଶହ ଏବଂ ୧୩ ଶହ ଶତାବ୍ଦୀର । ସେହିଭଳି ୧୯୩୯ରେ ଇସ୍ତାନବୁଲରେ ଏକ ମାମୁଲକ୍‌ ତାସପତ୍ତାର ପ୍ୟାକେଟ୍‌ ମିଳିଥିଲା । ତେବେ ଏହି ପ୍ୟାକ୍‌ଟି ସମ୍ପୂର୍ଣ୍ଣ ନଥିଲା । ଏହା ତିନୋଟି ଅଲଗା ଅଲଗା ପ୍ୟାକକୁ ନେଇ ତିଆରି କରାଯାଇଛି । ତେବେ ମୁଖ୍ୟ ପ୍ୟାକେଟ୍‌ରେ ହଜିଯାଇଥିବା ତାସପତାକୁ ଚଳାଇବା ପାଇଁ ଏଭଳି ମିଶ୍ରଣ କରାଯାଇଥିବାର ଅନୁମାନ କରାଯାଏ । ଏହାର ମୁଖ୍ୟ ପ୍ୟାକେଟରେ ୫୨ଟି କାର୍ଡ ଥିବାବେଳେ ଏହାକୁ ଚାରି ଭାଗ ଯଥା ପୋଲୋ ଷ୍ଟିକ୍‌, କଏନ୍‌, ସ୍ୱାର୍ଡ ଏବଂ କପସ୍‌ରେ ଭାଗ କରାଯାଇଥାଏ । ଏହାପରେ ଧୀରେଧୀରେ ପୁରା ଇଜିପଫରେ ତାସଖେଳ ପ୍ରଚାରପ୍ରସାର ହୋଇଥିଲା ।
ୟୁରୋପ
କେତେକ ପୁରୁଣା ନଥିପତ୍ର ଅନୁସାରେ ୧୩୬୭ରେ ବେରନ୍‌ ସହରରେ ତାସ ଖେଳ ଉପରେ ବ୍ୟାନ ଲାଗିଥିଲା । ତେବେ ଏହାର କିଛି ସଠିକ୍‌ ପ୍ରମାଣ ନାହିଁ । ସେହିଭଳି ୧୩୭୭ରେ ଲିଖିତ ଅନ୍ୟ ଏକ ଗ୍ରନ୍ଥରେ ତାସ ଖେଳର ସମ୍ପର୍କରେ ବର୍ଣ୍ଣନା ରହିଛି, ଯାହା ପ୍ରମାଣିତ କରେ କି ସେହି ସମୟରେ ସେଠାରେ ତାସ ଖେଳ ରହିଥିଲା । ୧୩୭୭ ପରେ ବିଭିନ୍ନ ତଥ୍ୟ ତାସ ଖେଳକୁ ପ୍ରମାଣିତ କରିଥାଏ । ସେହିଭଳି ଇଂଲଣ୍ଡରେ ୧୪୧୩ ସୁଦ୍ଧା ତାସଖେଳ ଆରମ୍ଭ ହୋଇଥିଲା । ତେବେ ୟୁରୋପରେ ଖେଳାଯାଉଥିବା ତାସ ପୂରାତନ ତାସ ମମଲୁକ୍‌ରୁ ହିଁ ଆନିତ । ପରେ ଏଥିରେ ପରିବର୍ତ୍ତନ ଦେଖାଯାଇଥିଲା । ୧୪୧୮ରୁ ୧୪୫୦ ମଧ୍ୟରେ ତାସପତାର ଡିଜାଇନ୍‌ରେ ଅନେକ ପରିବର୍ତ୍ତନ ଦେଖାଦେଇଥିଲା । ତାସ ଖେଳର ଯାତ୍ରା ଇଟାଲିରୁ ଜର୍ମାନୀକୁ ବ୍ୟପିଥିବାରୁ ଏଥିରେ କେତେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । କେତୋଟି ଡିଜାଇନ୍‌ରେ ପରିବର୍ତ୍ତନ ଘଟିଥିଲା ।
ଭାରତ
ଭାରତରେ ୧୬ଶହ ଶତାବ୍ଦିରେ ତାସଖେଳର ଆରମ୍ଭ ହୋଇଥିଲା । ମୋଗଲ ଶାସକମାନେ ଭାରତରେ ତାସ ଖେଳ ପ୍ରକ୍ରିୟା ଆରମ୍ଭ କରିଥିଲେ । ସେମାନେ ତାସଖେଳକୁ ଗଞ୍ଜିଫାଖେଳ ବୋଲି କହୁଥିଲେ । ଗଞ୍ଜିଫା ଶବ୍ଦଟି ପାର୍ସି ଭାଷାରୁ ଆନିତ । ବାବର ରାଜାଙ୍କ ଆତ୍ମଜୀବନିରେ ଏନେଇ ବର୍ଣ୍ଣନା ରହିଛି । ତେବେ ପ୍ରଥମରୁ ସେମାନେ ଏହି ଖେଳ ପାଇଁ ଦାମୀ ପତାର ବ୍ୟବହାର କରୁଥିଲେ, ପରେ ସାଧାରଣ ପତା ବଜାରରେ ମିଳିଥିଲା । ତେବେ ସାଧାରଣ ଓ କମଦାମିକିଆ ପତା ବଜାରରେ ମିଳିବା ପରେ ହିଁ ସାଧାରଣ ଲୋକ ତାସ ଖେଳିବା ଆରମ୍ଭ କରିଥିଲେ । ଭାରତରେ ପ୍ରଥମେ ତାସପତା ତାଳ ପତ୍ର କିମ୍ବା କାଠରୁ ପ୍ରସ୍ତୁତ ମିଳୁଥିଲା । ଭାରତର ତାସ ଖେଳର ଇତିହାସକୁ ନେଇ ବିଭିନ୍ନ ଲୋକକଥା ରହିଛି ।

ବଦଳିଥିଲା ଡିଜାଇନ୍‌
ସମୟ ବଢିବା କ୍ରମେ ତାସର ପ୍ରଚାର ପ୍ରସାର ସହିତ ଡିଜାଇନ୍‌ରେ ମଧ୍ୟ ପରିବର୍ତ୍ତନ ଆସିଥିଲା । ପ୍ରଥମେ ପ୍ରଥମେ ଏହାର ଦୁଇଟି ବେସିକ୍‌ ଡିଜାଇନ୍‌ ରହିଥିଲା, ଯାହା ୟୁରୋପରେ ପରିଚିତ ଥିଲା । ପ୍ରଥମଟି ହେଉଛି ପାରସିଆନ୍‌ ଯାହା ଫ୍ରାନ୍ସରେ ପରିଚିତ ଥିବାବେଳେ ରୋଉଏନିଆଲସ୍‌ ଯାହା ଇଂଲଣ୍ଡରେ ପରିଚିତ । ଏହି ଦୁଇଟି ଡିଜାଇନ୍‌ ପରେ ଆଧୁନିକ ତାସପତା ଉପରେ ବେଶ୍‌ ପ୍ରଭାବ ରହିଛି । ବର୍ତ୍ତମାନ ଖେଳାଯାଉଥିବା ଡିଜାଇନ୍‌ର ଉଦ୍ଭାବକ ଫ୍ରେଞ୍ଚ । ତାସପତାରେ ଥିବା ଘରର ଉପାୟ ପ୍ରଥମେ ଇଟାଲୋ ସ୍ପାନିସ୍‌ ଡେକ୍‌ରୁ ଆରମ୍ଭ ହୋଇଥିଲା, ଯେଉଁଥିରେ କପ୍‌, କଏନ୍ସ, କ୍ଲବ୍‌ ଓ ସ୍ୱାର୍ଡ ରହିଥିଲା । ତେବେ ଫ୍ରେଞ୍ଚ ଡିଜାଇନ୍‌ ବେଶ୍‌ ସରଳ ହୋଇଥିବା ବେଳେ ଏହାକୁ ପ୍ରିଣ୍ଟ କରିବା ମଧ୍ୟ ଶସ୍ତା ହୋଇଥାଏ କାରଣ ଏହାର ପ୍ରିଣ୍ଟ ବେଶ୍‌ ସରଳ । ସେହିଭଳି ତାସକାର୍ଡରେ ରହିିଥିବା ରାଜା, ରାଣୀ ଓ ଗୋଲାମଙ୍କ ପାଇଁ ମଧ୍ୟ ବିଶ୍ୱର କେତେକ ନାମୀଦାମୀ ଲୋକଙ୍କୁ ଚୟନ କରାଯାଇଥିଲା, ଯାହାର ଫଟୋ ବ୍ୟବହାର କରାଯାଇପାରିବ । ରାଜା ପାଇଁ ଆଲେକ୍ସଜେଣ୍ଡାର ଦି ଗ୍ରେଟ, ଡାଭିଡ୍‌ , ଚାର୍ଲସ୍‌, ଜୁଲିୟସ୍‌ କେସରଙ୍କୁ ଚୟନ କରାଯାଇଥିଲା । ସେହିଭଳି ବେଗମ ପତା ପାଇଁ ପଲ୍ଲାସ, ଜୁଦିଥ୍‌, ରାକେଲ୍‌ ଏବଂ ଆର୍‌ଗିନ୍‌ ଓ ଗୋଲି ପାଇଁ ଡେନ୍‌, ଲେ ହେରି, ହେକଫର ଓ ଜୁଦାସ୍‌ ମାକାବେୟସଙ୍କୁ ଚୟନ କରାଯାଇଥିଲା । ପୂର୍ବରୁ ସେମାନଙ୍କ ନାମ ତାସପତାରେ ପ୍ରିଣ୍ଟ କରାଯାଉଥିଲା । ହେଲେ ବର୍ତ୍ତମାନ ତାହା ଆଉ ନାହିଁ ।

ଦାମୀ ତାସ
ଦୁନିଆରେ ଏଭଳି ଅନେକ ତାସ ରହିଛି, ଯାହାର ମୂଲ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହି ତାସପତା ଗୁଡିକ ବିଭିନ୍ନ କାରଣରୁ ନିଆରା ହୋଇଥାଏ । କେଉଁଥିରେ ସୁନାର ଆବରଣ ଥିବାବେଳେ କେଉଁଥିରେ ବିଭିନ୍ନ ଚିତ୍ର ରହିଥାଏ, ଯାହା ଏହାକୁ ନିଆରା କରିଥାଏ । ସେହିଭଳି କିଛି ତାସପତା ବିଷୟରେ
ବ୍ଲì ବ୍ଲଡ୍‌ – ବ ବ୍ଲଡ୍‌ ତାସମୁଠା ଏକ ଲୋଭନୀୟ ପ୍ୟାକେଟ୍‌ । ଏହା ସମସ୍ତଙ୍କୁ ନିଜଆଡକୁ ଆକୃଷ୍ଠ କରିବାରେ ବେଶ୍‌ ସକ୍ଷମ । ଏହି ତାସପତା ଉପରେ ଦୁନିଆର ପରିଚିତ ଚିତ୍ରକର ଲିନେୟା ଗିଟସ୍‌ ଓ ପିଟର ଧୁନାହମଙ୍କ ଦ୍ୱାରା ହାତରେ ଚିତ୍ର ଅଙ୍କା ଯାଇଛି , ଯାହା ଏହାକୁ ଆକର୍ଷଣୀୟ କରିଥାଏ । ଏଥିରେ ଥିବା ସମସ୍ତ ଚିତ୍ର ହାତରେ ଅଙ୍କାଯାଇଥାଏ । ତେବେ ଏହା ମିଳିବା ବହୁତ କଷ୍ଟ ହୋଇଥାଏ, କାରଣ ଏହା ଏକ ଲିମିଟେଡ୍‌ କୁ୍ୟାଣ୍ଟିଟିରେ ନିର୍ମାଣ କରାଯାଇଥାଏ । ଏହି ନିଆରା କାର୍ଡକୁ ୟୁନାଇଟେଡ୍‌ ପ୍ଲେଇଂ କାର୍ଡ କମ୍ପାନୀ ପ୍ରିଣ୍ଟ କରିଥାଏ । ଏହି କାର୍ଡର ବଜାର ଦାମ ୧୦୦ ଡଲାର ।
ରେଡ ଫଣ୍ଟାଇନ୍‌
୨୦୧୩ ମସିହାରେ କ୍ରାଉଡଫଣ୍ଡିଂ ପ୍ରୋଜେକଫ ଅଧିନରେ ଏହି କାର୍ଡକୁ ଲଞ୍ଚ କରାଯାଇଥିଲା । ଏହି କାର୍ଡଟି ଛପା ହେବା ପରେ ଲୋକଙ୍କ ଭିତରେ ବେଶ୍‌ ଆଦୃତ ହୋଇପାରିଥିଲା । ପ୍ରୋଜେକଫ ଆରମ୍ଭ ହେବା ପରେ ମାତ୍ର ୧୮ଘଣ୍ଟାରେ ୧୦,୦୦୦ ଡଲାରରେ ପହଞ୍ଚିଥିଲା, ଏହାସହ ମାସେ ଭିତରେ କମ୍ପାନୀ ନିଜର ଫଣ୍ଡିଂକୁ ଦ୍ୱିଗୁଣା କରିପାରିଥିଲା । ଏହି କାର୍ଡଟି ନିଜର ସୌନ୍ଦର୍ଯ୍ୟ ଓ ମାନ ପାଇଁ ଲୋକଙ୍କପାଖରେ ବେଶି ପରିତିତ ହୋଇପାରିଥିଲା । ଏହା ବଜାରରେ ୨୦୦ ଡଲାରରେ ବିକ୍ରି ହୋଇଥାଏ ।
ଜେନିଥ୍‌
ଏହି ତାମମୁଠାରେ କ୍ଲାସିକ ପ୍ଲେଇଂ କାର୍ଡର ଡିଜାଇନ୍‌କୁ ଆଉଥରେ ଉପସ୍ଥାପନ କରାଯାଇଛି । ଏହାକୁ ଏକ ନାଟକୀୟ ଡଙ୍ଗରେ ଉପସ୍ଥାପନ କରାଯାଇଛି, ଯାହା ଲୋକଙ୍କୁ ବେଶ୍‌ ପସନ୍ଦ ଆସିଥିଲା । ଏହା ପୂରାତନ ଡିଜାଇନ୍‌କୁ ପୁଣି ସାମନାକୁ ଆଣିଥିଲା, ଯେପରି କଳା ଧଳା ଡେକ୍‌ ଡିଜାଇନ୍‌, ସେଣ୍ଟ୍ରାଲ ସର୍କୁଲାର ମେଡାଲିଓନ ମୋତିଫ୍‌ ଏବଂ ବଡରଲେସ୍‌ ଡିଜାଇନ ଆଦି । ପୌଲ୍‌ କାରପେଣ୍ଟର ଏହି ସମସ୍ତ ଡିଜାଇନ୍‌କୁ ପ୍ରସ୍ତୁତ କରିଥିଲେ । ଏହାର ବଜାର ମୂଲ୍ୟ ୧୫୦ ଡଲାର ।

ସ୍କାରଲେଟ୍‌ ଟାଲି – ହୋ
ଏହି ତାସ ମୁଠାକୁ ଜ୍ୟାକସନ୍‌ ରୋବିନସନ୍‌ ନାମକ ଜଣେ ରାଜା ନିର୍ମାଣ କରାଇଥିଲେ । ସେ ତାସ ମୁଠାର ନାଁ ନିଜ ଝିଅଙ୍କ ନା ସ୍କାର୍‌ଲେଟ୍‌ ଅନୁସାରେ ରଖିଥିଲେ । ଏଥିରେ ଥିବା ତାସପତାରେ ଗୋଲïଫଏଲ୍‌ ଦିଆଯାଇଥାଏ । ଏହା ସହ ଏହାକୁ ଖୁବ୍‌ ସୁନ୍ଦରଭାବେ ଡିଜାଇନ କରି ତିଆରି କରାଯାଇଛି, ଯାହା ବେଶ୍‌ ଆକର୍ଷଣୀୟ ହୋଇଥାଏ । ତେବେ ଏହା ମଧ୍ୟ ଖୁବ କମ ମିଳିଥାଏ, ଯାହାକୁ ସମସ୍ତେ ପାଇବା କଷ୍ଟକର । ଏହାର ବଜାର ମୁଲ୍ୟ ୧୮୦-୧୮୪ ଡଲାର ରହିଥାଏ ।
ଭେନେକ୍ସିଆନା ଗୋଲï
ଯେଉଁମାନଙ୍କର ବିଭିନ୍ନ ତାସପତା ସଂଗ୍ରହ କରି ରଖିବାର ସଉକ ରହିଥାଏ, ସେମାନେ ସର୍ବଦା ଚାହାନ୍ତି ତାଙ୍କ କଲେକସନରେ ଭେନେକ୍ସିଆନା ଗୋଲï ଡେକ୍‌ ସାମିଲ ହେଉ ବୋଲି । ଏହି ତାସମୁଠାର କ୍ରେଜ ଢେର ଅଧିକା । ଏଥିରେ ଥିବା ୫୨ଟି କାର୍ଡରେ ଗୋଲï ଫଏଲ୍‌ ରହିଥାଏ । ଏଥିରେ ଥିବା ସମସ୍ତ ପତାରେ ମେଟାଲିକ ଗୋଲï ଇଙ୍କ୍‌ରେ ଛପାଯିବା ସହିତ ଏକ ବେଶ୍‌ ଆକର୍ଷଣୀୟ ପ୍ୟାକ୍‌ରେ ଆସିଥାଏ ।

ତାସର ଅନ୍ୟ ବ୍ୟବହାର
କେବଳ ଯେ ତାସକୁ ଖେଳିବା ପାଇଁ ବ୍ୟବହାର କରାଯାଏ ତାହା ନୁହେଁ । ଏହାର ଅନ୍ୟ ବ୍ୟବହାର ମଧ୍ୟ ରହିଛି । ଯେପରି ନିଜର ଅବସର ସମୟ ବ୍ୟତିତ କରିବା ପାଇଁ ତାସ ଖେଳାଯାଇଥାଏ, ସେହିଭଳି ଦୈନନ୍ଦିନ ଜୀବନରେ ଅନ୍ୟ କେତେକ କାର୍ଯ୍ୟ ରହିଛି ଯେଉଁଥିରେ ଆମେ ତାସକୁ ବ୍ୟବହାର କରିପାରିବା ।
ଯାଦୁ
ଭାରତ ସହିତ ସମଗ୍ର ବିଶ୍ୱରେ ତାସ ଦ୍ୱାରା ଦେଖାଯାଉଥିବା ଯାଦୁ ସମସ୍ତଙ୍କୁ ବେଶ୍‌ ଆକର୍ଷିତ କରିଥାଏ । ଛୋଟ ଠାରୁ ବଡ ସମସ୍ତେ ତାସର ଯାଦୁ ଦେଖିବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି । ଯାଦୁକର ମାନେ ବିଭିନ୍ନ ପ୍ରକାରର ଟ୍ରିକ୍‌ ବ୍ୟବହାର କରି ତାସପତାରେ ଖେଳ ଦେଖାଇ ଅର୍ଥ ରୋଜଗାର କରନ୍ତି । ତେଣୁ ତାସକୁ ବ୍ୟବହାର କରି ସେମାନେ ନିଜର ଘର ମଧ୍ୟ ଚଳାଇଥାଆନ୍ତି ।
ଚିତ୍ରକଳା
ତାସପତା ବ୍ୟବହାର କରି ବିଭିନ୍ନ ଚିତ୍ରକଳାର ମଧ୍ୟ ପ୍ରଦର୍ଶନ କରାଯାଇଥାଏ । ଗୋଟିଏ ବଡ ସିଟ୍‌ରେ ତାସମୁଠାରେ ଥିବା ସମସ୍ତ ପତାକୁ ବ୍ୟବହାର କରି ଚିତ୍ର ଅଙ୍କାଯାଏ, ଏବଂ ତାହାକୁ ଗ୍ଲାସଫ୍ରେମ ଦ୍ୱାରା ଆବଦ୍ଧ କରାଯାଇ ୱାଲପେଣcିଂ ଭଳି ତିଆରି କରାଯାଇଥାଏ । ଏହା ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଥାଏ ।
ବୁକ୍‌ମାର୍କ
ତାସ ପତାର ଆଉ ଏକ ବ୍ୟବହାର ହେଲା ବୁକମାର୍କ । ଏହାକୁ ବ୍ୟବହାର କରି ଆପଣ ପଢୁଥିବା ବହିରେ ତୁରନ୍ତ ବୁକମାର୍କ ଦେଇପାରିବେ, ଯାହା ବେଶ୍‌ ସହଜ ହୋଇଥାଏ । ଏହା କେଉଁଠି ବି କେଉଁ ସମୟରେ ଆପଣ ବ୍ୟବହାର କରିପାରିବେ ।
ହାଉସ୍‌ ଅଫ କାର୍ଡ
କାର୍ଡକୁ ବ୍ୟବହାର କରି ସବୁଠାରୁ ଭଲ ଟାଇମପାସ କରିହୁଏ । କେବଳ ତାସ ଖେଳି ନୁହେଁ ଏହାକୁ ବ୍ୟବହାର କରି ଅନ୍ୟ ବିଭିନ୍ନ ଜିନିଷ କରିହେବ । ଏହାକୁ ବ୍ୟବହାର କରି ଗୋଟିଏ ଉପରେ ଗୋଟିଏକୁ ଖଞ୍ଜି ଘର ଭଳି କରିହେବ । ଏହା ଟାଇମ୍‌ ପାସ କରିବାର ଏକ ସୁନ୍ଦର ବିକଳ୍ପ ହୋଇଥାଏ । ଯାହାକୁ ପରିବାର ସହିତ ଖେଳି ମଜା ନେଇହୁଏ ।

ତାସ୍‌ ପତାର ରହସ୍ୟ
-ଯେତେବେଳେ କ୍ୟାଲେଣ୍ଡର ସୁବିଧା ଉପଲବ୍ଧ ନଥିଲା, ସେତେବେଳେ ଲୋକମାନେ ୫୨ ପତ୍ତା ଜରିଆରେ ୫୨ ସପ୍ତାହର ଗଣନା କରୁଥିଲେ । ଏହି ଗଣନାକୁ ପୁରା କରିବା ପାଇଁ ତାସ୍‌ର ଜୋକର୍‌କୁ ମଧ୍ୟ ବ୍ୟବହାର କରାଯାଉଥିଲା ।
-ଗୋଟିଏ ବର୍ଷ ମଧ୍ୟରେ ୫୨ ସପ୍ତାହ, ୪ ଋତୁ ରହିଥାଏ । ପ୍ରତ୍ୟେକ ଋତୁ ୩ ମାସ ଅନ୍ତରାଳେ ଦେଖିବାକୁ ମିଳିଥାଏ । ଏହିପରି ହିଁ ତାସ୍‌ର ପତାକୁ ତିଆରି କରାଯାଇଛି । ୪ ଋତୁ ଠିକିରି, କଳାପାନ, ଚିଡ଼ିଆ ଏବଂ ଲାଲପାନକୁ ଦର୍ଶାଉଛି ।
-ପ୍ରତିଟି ଘରେ ୧୩ଟି ପତ୍ତା ରହିଛି, ହିନ୍ଦଧର୍ମ ଅନୁଯାୟୀ ୧୩ତମ ଦିନକୁ ତ୍ରୟୋଦଶୀ ହୋଇଥାଏ ଏବଂ ଏହି ଦିନ ଭଗବାନ ଶିବଙ୍କୁ ସମର୍ପିତ କରାଯାଏ । ତେଣୁ ଏହି ଦିନରେ ମହାଶିବରାତ୍ରି ପାଳନ କରାଯାଏ । ଭାରତୀୟ ମାନ୍ୟତା ଅନୁସାରେ ଏକ ଭାଗରେ ଧର୍ମ, ଦ୍ୱିତୀୟଟିରେ ଅର୍ଥ, ତୃତୀୟରେ କାମ ଏବଂ ଚତୁର୍ଥରେ ମୋକ୍ଷ ହୋଇଥାଏ ।
-ଜୀବନର ଚାରୋଟି ରଙ୍ଗ ଯଥା- ପ୍ରଥମ ବାଦଶାହ, ଦ୍ୱିତୀୟ ବେଗମ୍‌, ତୃତୀୟ ଟିକା ଏବଂ ଚତୁର୍ଥ ଗୋଲାମକୁ ଦର୍ଶାଏ । ଯଦି ଗୋଲାମକୁ ୧୧, ବେଗମକୁ ୧୨, ବାଦଶାହକୁ ୧୩ ଏବଂ ଜୋକର୍‌କୁ ୧ ବିବେଚନା କରାଯାଏ, ତେବେ ଅଙ୍କିତ ଚିହ୍ନର ଯୋଗ ୩୬୫ ସହ ସମାନ ହୁଏ ।

ଜୋକର୍‌ର ପ୍ରୟୋଗ
ଯଦି ୫୨ ତାସର ପତ୍ତାକୁ ଗଣନା କରାଯାଏ, ବର୍ଷକର ୫୨ ସପ୍ତାହକୁ ପାଇବା ପାଇଁ ୩୬୪କୁ ୭ରେ ଭାଗ କରିବାକୁ ପଡ଼ିଥାଏ । ଏପରି କଲେ ୧.୨୫ର ମୂଲ୍ୟ ବଳକା ପଡ଼େ । ଏହି ବଳକାକୁ ପୂରଣ କରିବା ପାଇଁ ଜୋକରର ପ୍ରୟୋଗ କରାଯାଏ, ଯାହାକୁ ଯୋଡ଼ିଲେ ୩୬୫.୨୫ ମିଳିଥାଏ । ଯାହା ବାସ୍ତବରେ କ୍ୟାଲେଣ୍ଡରରେ ଗୋଟିଏ ବର୍ଷର ଦିନଗୁଡ଼ିକର ସଂଖ୍ୟା ହୋଇଥାଏ ।

ପ୍ରତିଟି ପତାର ସଙ୍କେତ
ଟିକା- ଇଚ୍ଛା
ଦୁଇ- ଏକତା
ତିନି- ବିଶ୍ୱାସ
ଚାରି- ସନ୍ତୁଷ୍ଟି
ପାଞ୍ଚ- ପରିବର୍ତ୍ତନ
ଛଅ- ସମନ୍ୱୟ
ସାତ- ବିଜୟ
ଆଠ- ଶକ୍ତି
ନଅ- ନୂଆ ଶୁଭାରମ୍ଭ
ଦଶ- ସଫଳତା

ନିଶ ନଥିବା ବାଦଶାହ
ସବୁ ଚାରୋଟି ଘରେ ବାଦଶାହ ରହିଛନ୍ତି । ସେଥିମଧ୍ୟରୁ ଲାଲପାନ ବାଦଶାହଙ୍କୁ କିଙ୍ଗ୍‌ ଅଫ୍‌ ହାର୍ଟ କୁହାଯାଏ । ହୁଏତ ଆପଣମାନେ କେବେ ବି ଧ୍ୟାନ ଦେଇନଥିବେ ଯେ ସମସ୍ତ ବାଦଶାହର ନିଶ ଥିବା ବେଳେ କେବଳ ଲାଲପାନ ବାଦଶାହଙ୍କର ନିଶ ନାହିଁ । ଏହା ପଛରେ ରହିଛି ଏକ କାହାଣୀ । ତେବେ କୁହାଯାଏ ଯେ କିଙ୍ଗ୍‌ ଅଫ୍‌ ହାର୍ଟ ଫରାସୀ ରାଜା ଶାରଲେମେନ୍‌ଙ୍କ (ରୋମ ସାମ୍ରାଜ୍ୟର ପ୍ରଥମ ରାଜା) ପ୍ରତିଛବି, ଯିଏ ଦେଖିବାକୁ ବହୁତ ସୁନ୍ଦର ଏବଂ ପ୍ରସିଦ୍ଧ ଥିଲେ । ସେ ସମସ୍ତଙ୍କଠୁ ଭିନ୍ନ ଦେଖାଯିବା ପାଇଁ ନିଜ ନିଶକୁ କାଟି ଦେଇଥିଲେ । ତେଣୁ ଲାଲପାନ ବାଦଶାହା ତଥା କିଙ୍ଗ ଅଫ୍‌ ହାର୍ଟର ପତା ଅନ୍ୟ ପତାଠାରୁ ଭିନ୍ନ । ସେହିପରି ଅନ୍ୟ ତିନୋଟି ବାଦଶାହ ପତା ମହାନ ରାଜାଙ୍କୁ ପ୍ରତିନିଧିତ୍ୱ କରେ । କଳାପାନ ବାଦଶାହ ଇସ୍ରାଏଲର କିଙ୍ଗ୍‌ ଡେଭିଡ୍‌, ଚିଡ଼ିଆ ବାଦଶାହ ମେସୋଡୋନିଆର ରାଜା ସିଙ୍କନ୍ଦର ମହାନ ଏବଂ ଠିକିରର ବାଦଶାହ ରୋମ ରାଜା ସିଜର୍‌ ଅଗଷ୍ଟମ୍‌ଙ୍କର ଛବି ରହିଛି ।

@thetopmost-01
@thetopmost-01
Þ
ÞÞ@thetopmost-01

https://thetopmost.in/?p=1684

https://thetopmost.in/?p=1640

https://thetopmost.in/?p=1497

https://thetopmost.in/?p=1786