ପୃଥିବୀର ଜୀବଜଗତରେ ଏଭଳି ଅନେକ ଜୀବ ରହିଛନ୍ତି ଯେଉଁମାନେ ନିଜର ଆକାର ହେଉ କିମ୍ବା ଗୁଣ ଅନେକ କାରଣ ପାଇଁ ସ୍ୱତନ୍ତ୍ର ହୋଇଥାଆନ୍ତି । ବୈଜ୍ଞାନିକଙ୍କୁ ସେହିଭଳି ଏକ ବିରଳ ଜୀବାଣୁ ମିଳିଛି, ଯାହାର ଆକାର ଗୋଟିଏ ବାଦାମ ମଞ୍ଜି ସଦୃଶ ରହିଛି । ସାଧାରଣତଃ ଜୀବାଣୁ ଗୁଡିକ ଏତେ ସାନ ହୋଇଥାଆନ୍ତି ଯେ ଖାଲି ଆଖିରେ ଦେଖା ଯାଆନ୍ତି ନାହିଁ । ଏହି ଜୀବାଣୁକୁ ବୈଜ୍ଞାନିକମାନେ କ୍ୟାରେବେନ୍ ମ୍ୟାନଗ୍ରୋଭ୍ ଇକୋସିଷ୍ଟମରୁ ପାଇଛନ୍ତି । ସର୍ବଦା ଜୀବାଣୁର ମାପ ମାଇକ୍ରୋମିଟରରେ ମପା ଯାଇଥାଏ । ଆଜି ପର୍ଯ୍ୟନ୍ତ ମିଳିଥିବା ସବୁଠାରୁ ଛୋଟ ଜୀବାଣୁର ମାପ ୩୭୦ରୁ୮୯୦ ନାନୋ ମିଟର । ଏକ ରିପୋର୍ଟ ଅନୁସାରେ ଏଠାରେ ମିଳିଥିବା ଜୀବାଣୁ ଟି- ମ୍ୟାଗ୍ନିଫିକା ପ୍ରାୟ ୨ ସେଣ୍ଟିମିଟର ପର୍ଯ୍ୟନ୍ତ ବଢିପାରିବ । ଏହି ଜୀବାଣୁର ଆକାର ସାଧାରଣ ଜୀବାଣୁ ଠାରୁ ପ୍ରାୟ ୫ହଜାର ଗୁଣା ବଡ । ଆଜି ପର୍ଯ୍ୟନ୍ତ ମିଳିଥିବା ସମସ୍ତ ଜୀବାଣୁ ମଧ୍ୟରେ ଏହା ସବୁଠାରୁ ବଡ । ତେବେ ଏହି ଆବିଷ୍କାର ସମସ୍ତ ବୈଜ୍ଞାନିକଙ୍କୁ ଚକିତ କରିଛି । ଆଗକୁ ଜୀବଜଗତ ଉପରେ ଏହା ଅନେକ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ ।
1 thought on “ଖାଲି ଆଖିରେ ଦେଖିପାରିବେନି ଏହି ଜୀବକୁ !”