The Topmost

“The eyes believe themselves, the ears believe other people.”

alien

୫ ହଜାର ଏଲିଅନ ଦୁନିଆ !

ବ୍ରହ୍ମାଣ୍ଡରେ କେତେ ଏଲିଅନ ଦୁନିଆ ଅଛି? ଏପରି ପ୍ରଶ୍ନର ଉତ୍ତର ପାଇଁ ବୈଜ୍ଞାନିକଙ୍କଠାରୁ ଆରମ୍ଭ କରି ସାଧାରଣ ମନୁଷ୍ୟ ମଧ୍ୟ ଜାଣିବାକୁ ଇଚ୍ଛୁକ । ହେଲେ ଏବେ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ଏହି ପ୍ରଶ୍ନର ଉତ୍ତର ଖୋଜି ପାଇଛି । ନାସାର ବୈଜ୍ଞାନିକମାନେ କହିଛନ୍ତି ଯେ ବ୍ରହ୍ମାଣ୍ଡରେ ଅତି କମ୍‌ରେ ପାଞ୍ଚ ହଜାର ଏଲିଅନ ଦୁନିଆ ରହିଛି । ଗତ ୪ ବର୍ଷ ଧରି ଏହାକୁ ନେଇ ଗବେଷଣା କରିବା ପରେ ଏହି ତଥ୍ୟ ମିଳିଛି । ଏହି ଅନୁସନ୍ଧାନରେ ନାସାକୁ ସହଯୋଗ କରିଛି ‘ଟ୍ରାନ୍ସିଟିଙ୍ଗ ଏକ୍ସୋପ୍ଲାନେଟ୍‌ ସର୍ଭେ ସାଟେଲାଇଟ’ (ଟିଇଏସ୍‌ଏସ୍‌) । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ବାସ୍ତବରେ ଏହି ଏଲିଅନ ଦୁନିଆ କିମ୍ବା ଗ୍ରହ ଯାହା ବି ରହିଛି, ତାହା ଏକ ଏକ୍ସୋପ୍ଲାନେଟ୍‌ । ଅର୍ଥାତ୍‌ ଆମ ସୌରମଣ୍ଡଳ ତଥା ଆକାଶଗଙ୍ଗାର ବାହାରର ଗ୍ରହ ।

alien
alien @thetopmost-01

ଟିଇଏସ୍‌ଏସ୍‌ ଯେତେବେଳେ ୫୦୦୦ ଏଲିଏନ ଦୁନିଆର ସନ୍ଧାନ କରିଥିଲା, ତାହାର ନାମ ଦେଇଥିଲା ‘ଟିଇଏସ୍‌ଏସ୍‌ ଅବଜେକଫସ୍‌ ଅଫ୍‌ ଇଣ୍ଟ୍ରେଷ୍ଟ୍‌’ (ଟିଓଆଇ) । ଅର୍ଥାତ୍‌ ଏହା ବାହ୍ୟ ଗ୍ରହ, ଯେଉଁଥିରେ ଯେକୌଣସି ପ୍ରକାରର ସଙ୍କେତ ମିଳୁଛି । ବର୍ତ୍ତମାନ ବୈଜ୍ଞାନିକ ଏହି ଟିଓଆଇରୁ ଗ୍ରହଗୁଡ଼ିକ ଚୟନ କରିବେ ଏବଂ ଏହାର ବିସ୍ତୃତ ଅଧ୍ୟୟନ କରିବେ । ମେସାଚୁସେଟ୍‌ସ ଇନଷ୍ଟିଚୁ୍ୟଟ୍‌ ଅଫ୍‌ ଟେକ୍ନଲୋଜି (ଏମଆଇଟି)ର ଏକ ବୟାନରେ କୁହାଯାଇଛି ଯେ ଗତ ବର୍ଷ ୨୭ ଜାନୁଆରୀ ପର୍ଯ୍ୟନ୍ତ ଟିଇଏସ୍‌ଏସ୍‌ ୨୪୦୦ଟି ଏପରି ଗ୍ରହ ଖୋଜିପାଇଛି । ଯେବେଠାରୁ ଟିଇଏସ୍‌ଏସ୍‌ ଲଞ୍ଚ୍‌ ହୋଇଥିଲା, ସେବେଠୁ ଏପ୍ରିଲ ୨୦୧୮ ପର୍ଯ୍ୟନ୍ତ ୧୭୬ଟି ଟିଓଆଇର ଗ୍ରହକୁ ମାନ୍ୟତା ଦିଆଯାଇଥିଲା । କାରଣ ଯେକୌଣସି ଏକ୍ସୋପ୍ଲାନେଟ୍‌କୁ ଖୋଜିବା ସହଜ କିନ୍ତୁ ତାହା ସମ୍ବନ୍ଧରେ ତଥ୍ୟ ହାସଲ କରି ସେହି ଗ୍ରହକୁ ମାନ୍ୟତା ଦେବା କଷ୍ଟକର କାର୍ଯ୍ୟ ।

http://thetopmost.in/?p=938

http://thetopmost.in/?p=935

http://thetopmost.in/?p=931

http://thetopmost.in/?p=878

alien
alien @thetopmost-01

ଟିଇଏସ୍‌ଏସ୍‌ ଏପରି ବି ଏକ ଅନୁସନ୍ଧାନ କରିଛି, ଯେଉଁଥିରେ ପାଞ୍ଚଟି ଗ୍ରହ ଏକ ନକ୍ଷତ୍ରର ଚାରିପଟେ ପରିକ୍ରମା କରୁଛନ୍ତି । ଏପରି ଗ୍ରହ ଯେଉଁଠାରେ ପାଣିର ବାଦଲ ଥିବାର ସମ୍ଭାବନା ରହିଛି । ଟିଇଏସ୍‌ଏସ୍‌ ପୂର୍ବରୁ ପ୍ରଥମ କେପଲର୍‌ ସ୍ପେସ୍‌ ଟେଲିସ୍କୋପ୍‌ ୨୭୦୦ରୁ ଅଧିକ ଏକ୍ସୋପ୍ଲାନେଟ୍‌ର ସନ୍ଧାନ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେହି ଗ୍ରହକୁ ମାନ୍ୟତା ଦିଆଯାଇନାହିଁ । ଏବେ ବି ଏହାର ତଦନ୍ତ ଜାରି ରହିଛି । ତେବେ ବୈଜ୍ଞାନିକମାନେ ଆଶା ରଖିଛନ୍ତି ଟିଇଏସ୍‌ଏସ୍‌ ମିଶନ ୨୦୨୫ ମସିହା ପର୍ଯ୍ୟନ୍ତ ସଠିକ୍‌ ଭାବେ କାମ କରିବ । ଏକ ମାସ ପାଇଁ ମହାକାଶରେ ଏକ ଗ୍ରହ କିମ୍ବା ଆଲୋକ ଦେଖିବା ପରେ ଟିଇଏସ୍‌ଏସ୍‌ ଏହା ସହିତ ଜଡ଼ିତ ତଥ୍ୟକୁ କଣ୍ଟ୍ରୋଲ୍‌ ରୁମ୍‌କୁ ପଠାଇଥାଏ । ଯେଉଁଥିରୁ ସେହି ଗ୍ରହର ଚାରିପାଖରେ ସୂର୍ଯ୍ୟ ପରି କିଛି ନକ୍ଷତ୍ର ଅଛି କି ନାହିଁ ତାହା ଜଣାପଡ଼ିଛି ।