The Topmost

“The eyes believe themselves, the ears believe other people.”

kgf 2

ସାଉଥ୍‌ ସୁପରଷ୍ଟାର ୟଶ୍‌ଙ୍କ ‘କେଜିଏଫ୍‌-୨’ର ରେକର୍ଡ

ସାଉଥ୍‌ ସୁପରଷ୍ଟାର ୟଶ୍‌ଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌ ଚାପଫର ୨’ ସିନେ ପରଦାରେ ମୁକ୍ତିଲାଭ କରିବା ପୂର୍ବରୁ ହିଁ ରେକର୍ଡ କରିଛି । ୨୦୧୮ରେ ରିଲିଜ୍‌ ହୋଇଥିବା ଏହାର ପ୍ରଥମ ପାର୍ଟ ସାରା ଦେଶର ସିନେପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲା । ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଏହାର କ୍ରେଜ୍‌ ଏବେ ସଫା ଦେଖାଯାଉଛି । ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏତେମାତ୍ରାରେ ଉତ୍ସାହ ଭରିରହିଛି ଯେ ଟ୍ରେଲର ରିଲିଜ୍‌ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସୃଷ୍ଟି କରିଛି । ରିପୋର୍ଟ ଅନୁଯାୟୀ ୨୪ ଘଣ୍ଟାରେ ୧୦୯ରୁ ଅଧିକ ମିଲିଅନ ଭୁ୍ୟଜ୍‌ ପାର କରିଛି । ଆଜି ପର୍ଯ୍ୟନ୍ତ କୌଣସି ଇଣ୍ଡିଆନ ଟ୍ରେଲରକୁ ଏତେ ଭୁ୍ୟଜ୍‌ ମିଳିନାହିଁ । ଟ୍ରେଲରରେ ୟଶ୍‌ଙ୍କ ଦମଦାର ଡାଏଲଗ, ସଞ୍ଜୟ ଦତ୍ତଙ୍କ ଅଧୀରା ଲୁକ୍‌ ଏବଂ ରବୀନା ଟଣ୍ଡନଙ୍କ ରୋଲ୍‌ ଦର୍ଶକଙ୍କୁ ଆକର୍ଷିତ କରିବାରେସକ୍ଷମ ହୋଇଥିଲା । ଯାହା ଫଳରେ ଏହା କ୍ଷୀପ୍ରଗତିରେ ଇଣ୍ଟରନେଟ୍‌ରେ ଭାଇରାଲ ହେବାର ଲାଗିଲା ।

kgf 2
kgf 2 @thetopmost-01

http://thetopmost.in/?p=965

http://thetopmost.in/?p=958

http://thetopmost.in/?p=954

http://thetopmost.in/?p=946

ଏହାର ହିନ୍ଦୀ ଭର୍ସନକୁ ୫୧ ମିଲିଅନ, ତେଲୁଗୁକୁ ୨୦ ମିଲିଅନ, କନ୍ନଡରେ ୧୮ ମିଲିଅନ ଏବଂ ତାମିଲରେ ୧୨ ମିଲିୟନ ଭୁ୍ୟଜ୍‌ ହାସଲ କରିଛି, ଯାହା ସିନେମା ଜଗତରେ ଏକ ଇତିହାସ ରଚିବାରେ ସଫଳ ହୋଇଛି । ଏହି ଫିଲ୍ମ ୧୪ ଏପ୍ରିଲ ସମସ୍ତ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।