ନୂଆଦିଲ୍ଳୀ: ମାର୍ଚ୍ଚ ୩୦: ଦୀର୍ଘ ୨୧ ବର୍ଷ ପରେ ଦେଶକୁ ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟେଲ୍ ଜିତିଥିବା ହରନାଜ କୋର୍ ସିନ୍ଧୁ ଏବେ ବହୁତ ଟ୍ରୋଲ୍ ହେଉଛନ୍ତି । ନିକଟରେ ଲାକମେ ଫ୍ୟାଶନ୍ ୱିକର ଷ୍ଟେଜରେ ହରନାଜ ଦେଖାଯାଇଥିଲେ । ଡିଜାଇନର୍ ଡ୍ରେସ୍ ସାଙ୍ଗକୁ ସେକ୍ସି ଅନ୍ଦାଜରେ ସେ ସମସ୍ତଙ୍କୁ ତାଜୁବ୍ କରିଥିଲେ ସତ । କିନ୍ତୁ ତାଙ୍କ ଲୁକ୍ ଅପେକ୍ଷା ତାଙ୍କ ସାଇଜକୁ ନେଇ ବିଶେଷ ଚର୍ଚ୍ଚା ହେବାକୁ ଲାଗିଛି । କୁହାଯାଉଛି ଯେ ସେ ଏବେ ମୋଟା ହେଇଯାଇଛନ୍ତି । ଗତ ୩ ମାସର ହରନାଜ ଏବେ ସମ୍ପୂର୍ଣ ଅଲଗା ଦେଖାଯାଉଛନ୍ତି । ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ଜିତିବା ପରେ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ସବୁ କିଛି ଓଲଟା ହୋଇଯାଇଛି। ୨୧ ବର୍ଷ ପରେ ଭାରତ ପାଇଁ ମିସ୍ ୟୁନିର୍ଭସ ମୁକୁଟ ଆଣିଥିଲେ ହରନାଜ। ଅନେକ ଯୁବତୀ ମଧ୍ୟ ହରନାଜଙ୍କ ଭଳି ଫିଗର ମେଣ୍ଟେନ୍ କରିବାକୁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ଏବେ ହରନାଜ ଆଉ ପୂର୍ବଭଳି ନାହାନ୍ତି ।
ରିପୋର୍ଟ ଅନୁଯାୟୀ, ମିସ୍ ୟୁନିର୍ଭସ ପ୍ରତିଯୋଗିତାରେ ଭାଗ ନେବାର ତିନି ଦିନ ପୂର୍ବରୁ ହରନାଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବଂ ସେଠାରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କୁ ସେଲିଆକ୍ ନାମକ ରୋଗ ଅଟେ । ଆଉ ଏହି ରୋଗ ପାଇଁ ତାଙ୍କ ଓଜନ ବଢିଯାଇଥିବା ନେଇ ନିକଟରେ ଏକ ସାକ୍ଷାତକାରରେ କହିଥିଲେ।
1 thought on “ବିଗିଡି ଗଲାଣି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ସେପ୍”