ଭାରତରେ ପ୍ରତିଭାର ଅଭାବ ନାହିଁ। ଏପରି ଅନେକ କଳାକାର ଅଛନ୍ତି ଯାହାଙ୍କର ପ୍ରତିଭା ଅନନ୍ୟ। ତେବେ ସାଧାରଣତଃ ବଇଁଶିକୁ ସମସ୍ତେ ଓଠରେ ବଜାନ୍ତି। ହେଲେ ଛତିଶଗଡରେ ଅଛନ୍ତି ଜଣେ ନିଆରା କଳାକାର, ଯିଏ ବଇଁଶିକୁ ପାଟିରେ ନୁହେଁ ବରଂ ଖାଲି ବାୟୁରେ ହଲାଇ ବଜାଇ ପାରୁଛନ୍ତି। ଏହା ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ସତ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଛତିଶଗଡର ୪୨ ବର୍ଷୀୟ ମନିରାମ ବଇଁଶିକୁ ଖାଲି ବାୟୁରେ ହଲାଇ ମଧୁର ଧ୍ୱନି ବାହାର କରିବାରେ ସକ୍ଷମ ହୋଇପାରୁଛନ୍ତି। ସେ ବାଉଁଶରୁ ଅନେକ ସାମଗ୍ରୀ ପ୍ରସ୍ତୁତ କରନ୍ତି। ହେଲେ ତାଙ୍କର ବଇଁଶି ବଜାଇବାର ଏହି ନିଆରା ଢଙ୍ଗ ତାଙ୍କୁ ଲୋକଙ୍କ ନିକଟରେ ପରିଚିତ କରାଇପାରିଛି।
ସମସ୍ତେ ତାଙ୍କର ଏହି ସ୍ୱତନ୍ତ୍ର କଳାକୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ପିପୁଲ୍ସ ଆର୍କିଭ ଅଫ୍ ରୁରାଲ ଇଣ୍ଡିଆ ମନିରାମଙ୍କର ଏକ ଭିଡିଓକୁ ନିଜ ପେଜ୍ରେ ସେୟାର କରିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି। ମନିରାମଙ୍କ ମତରେ ବଇଁଶିରୁ ଏଭଳି ସ୍ୱର ସଙ୍ଗୀତ ପାଇଁ ବାହାର କରିବା ସହ ଜଙ୍ଗଲରେ ଥିବା ହିଂସ୍ର ପଶୁଙ୍କୁ ଘଉଡାଇବା ପାଇଁ ମଧ୍ୟ ବାହାର କରାଯାଏ। ସେମାନେ ସେଠିକାର ଆଦିବାସୀଙ୍କ ଉତ୍ସବରେ ଯୋଗଦେବାକୁ ଯିବା ସମୟରେ ଜଙ୍ଗଲ ଦେଇ ଯିବାକୁ ହୋଇଥାଏ। ସେହି ସମୟରେ ସେ ବଇଁଶିକୁ ଖାଲି ବାୟୁରେ ହଲାଇ ଏଭଳି ସଙ୍ଗୀତର ସୃଷ୍ଟି କରନ୍ତି ଯାହା ପଶୁମାନଙ୍କୁ ଘଉଡାଇବାରେ କାମରେ ଆସେ। ସେ ଗତ ୩୦ବର୍ଷ ହେଲାଣି ବାଉଁଶରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି।
More Stories
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା
ଆପଣଙ୍କ ତ୍ବଚା ବିନା କାରଣରେ ମଳିନ ଦେଖାଯାଉଛି କି