worlds longest cycle track

ବିଶ୍ୱର ଲମ୍ବା ସାଇକେଲ ଟ୍ରାକ୍

ପରିବେଶ ପ୍ରଦୂଷଣର ମୂଳ କାରଣ ଭାବେ ଗାଡି ମଟର ଧୂଆଁକୁ ଧରାଯାଇଥାଏ। ଯାହାକୁ ରୋକିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି। କେଉଁଠି ଅଡ୍ ଇଭନ୍ ଫର୍ମୁଲା ଲାଗୁ ହେଉଛି ତ କେଉଁଠି କାର ସେୟାରିଂର ପଦକ୍ଷେପ ନିଆଯାଉଛି। ସର୍ବଦା ଲୋକମାନଙ୍କୁ ସାଇକେଲ ଚଳାଇବାକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆମେରିକା ନେଇଛି ଏକ ବଡ ପଦକ୍ଷେପ। ପରିବେଶ ପ୍ରଦୂଷଣକୁ ଧ୍ୟାନରେ ରଖି ଆମେରିକାରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଲମ୍ବା ସାଇକେଲ ଟ୍ରାକ। ଏହାର ଲମ୍ବ ରହିଛି ୬୦୦୦ କିମି। ଟ୍ରାକ୍ଟି ଆମେରିକାର ୧୨ଟି ରାଜ୍ୟ ଦେଇ ଯିବ। ୨୦୧୯ରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପଟିରେ ଏବେ ଯାଏଁ ୩୨୦୦ କିମିର ଟ୍ରାକ ନିର୍ମାଣ ସରିଛି। ଟ୍ରାକଟି ଦେଶରେ ବନ୍ଦ ପଡିଥିବା ବିଭିନ୍ନ ରେଳ ଲାଇନ ଦେଇ ଯାଇଛି। ଏହି ଟ୍ରାକଟି ଉତ୍ତର – ପଶ୍ଚିମ ଆମେରିକା ସହ ଦକ୍ଷିଣ- ପୂର୍ବ ଆମେରିକାକୁ ସଂଯୋଗ କରିବ। ପ୍ରକଳ୍ପଟିକୁ ୨୦୨୨ ଭିତରେ ପୂରା କରିବାକୁ ଲକ୍ଷ ରଖାଯାଇଛି। ଆମେରିକା ଭଳି ପୂର୍ବରୁ ମଧ୍ୟ ଅନେକ ଦେଶରେ ବିଭିନ୍ନ ଧରଣର ସାଇକେଲ ଟ୍ରାକ୍ ରହିଛି। ୟୁରୋପର ମଧ୍ୟଭାଗରେ ରହିଛି ୟୁରୋବେଲୋ ଟ୍ରାକ। ଯାହାର ଲମ୍ବା ରହିଛି ୪୪୫୦ କିମି। ସେହିଭଳି ଚୀନରେ ରହିଛି ୭.୬ କିିମିର ଏଲିବେଟେଡ ସାଇକେଲ ଟ୍ରାକ୍। ସେପରି ବେଲଜିୟମରେ ଏକ ହ୍ରଦ ଉପରେ ରହିଛି ସାଇକେଲ ଟ୍ରାକ୍। ଯାହାର ଲମ୍ବ ହେଉଛି ୨୦୦ ମିଟର।

worlds longest cycle track

https://thetopmost.in/?p=1708

https://thetopmost.in/?p=340

https://thetopmost.in/?p=1901

https://thetopmost.in/?p=2095

SHARE BY