ସ୍ନୋ ଆଉଲ ଏକ ବିରଳ ପ୍ରଜାତିର ପେଚା। ଯାହା ଖୁବ୍ କମ ଦେଖିବାକୁ ମିଳିଥାଏ। ସୂଚନା ଅନୁସାରେ ୧୩୦ ବର୍ଷ ପରେ ଏହି ବିରଳ ପ୍ରଜାତିର ପେଚା ନିୟୁୟର୍କର ସେଣ୍ଟ୍ରାଲ ପାର୍କରେ ଦେଖିବାକୁ ମିଳିଛି। ପକ୍ଷୀ ବିଶେଷଜ୍ଞଙ୍କ ମତ ଅନୁସାରେ ଏହି ସ୍ନୋ ଆଉଲ ୧୮୯୦ ପୂର୍ବରୁ ପାର୍କରେ ଦେଖାଯାଇଥିଲା। ସାଧାରଣତଃ ଏହି ବିରଳ ପେଚା ଆର୍କଟିକ୍ ତୁନ୍ଦ୍ରା ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି। ଶୀତ ଋତୁରେ ଏମାନେ ଦକ୍ଷୀଣ ଦିଗକୁ ଯାତ୍ରା କରନ୍ତି। ତେଣୁ ଏମାନେ ଏଧିକ ସମୟ ଲୋକଙ୍କୁ ଆଇଲ୍ୟାଣ୍ଡ କିମ୍ବା ସମୁଦ୍ର ତଟରେ ଦେଖିବାକୁ ମିଳନ୍ତି। ହେଲେ ବହୁତ କମ ସଂଖ୍ୟାରେ ଦେଖିବାକୁ ମିଳନ୍ତି। ସେଣ୍ଟ୍ରାଲ ପାର୍କରେ ଲୋକ ମାନେ ଏହି ବିରଳ ପେଚାକୁ ପାଖରେ ପାଇ ଖୁବ୍ ଖୁସି ହୋଇଥିଲେ। ପେଚାଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି। ଯାହାଫଳରେ ପେଚାଟିର ଚର୍ଚ୍ଚା ସବୁଯାଗାରେ। ହେଲେ ପେଚାଟିର ଏଭଳି ଭାଇରାଲ ହେବାକୁ ନା ପସନ୍ଦ କରିଛନ୍ତି ସିଟି ଡିପାଟମେଣ୍ଟ ଅଫ ପାର୍କ ଆଣ୍ଡ ରିକ୍ରିଏସନ୍ର କର୍ତ୍ତୁପକ୍ଷ। ସ୍ନୋ ଓଲ୍କୁ ଗହଳି ପସନ୍ଦ ନୁହେଁ। ସେମାନେ ଗହଳିରେ ନିଜକୁ ଅସୁରକ୍ଷିତ ମଣନ୍ତି। ତେଣୁ ସର୍ବଦା ଏମାନଙ୍କୁ ଦୁରବିନ୍ ସାହାଯ୍ୟରେ ଦେଖିବାକୁ ହୋଇଥାଏ। ତେଣୁ ପେଚାଟିର ସୁରକ୍ଷା ପାଇଁ ତା ପାଖକୁ ଯିବା ଏବଂ ଫଟୋ ଉଠାଇବାକୁ ସେମାନେ ବାରଣ କରିଛନ୍ତି। ସମସ୍ତଙ୍କୁ ଏକ ଦୂରତା ରକ୍ଷା କରି ଏହି ବିରଳ ସୁନ୍ଦର ପକ୍ଷୀକୁ ଦେଖିବାକୁ କର୍ତ୍ତୁପକ୍ଷ ନିବେଦନ କରିଛନ୍ତି।

More Stories
କାହିଁକି ଓ କାହା ପାଇଁ ପାଳନ ହୁଏ ଭ୍ୟାଲେନଟାଇନ୍ସ ଡେ
ଜାଣନ୍ତି କି ଆପଣଙ୍କ ଘରୋଇ ଉପକରଣରେ ଅଛି ସୁନା
Meta Layoff season ଚାଲିଛି ଛଟେଇ ସିଜିନ୍, ମେଟାରୁ ବାହାରିବେ 3000 କର୍ମଚାରୀ