car will start with dingerprint

ଫିଙ୍ଗର ପ୍ରିଣ୍ଟରେ ଷ୍ଟାଟ ହେବ କାର

ଆଜିକାଲି ବିଜ୍ଞାନବଳରେ ମଣିଷ ବିଭିନ୍ନ ନୂତନ ଯନ୍ତ୍ରାଂଶର ଉଦ୍ଭାବନ କଲାଣି। ବଜାରକୁ ଆସୁଥିବା ନୂଆନୂଆ ଗାଡିରେ ବିଭିନ୍ନ ପ୍ରକାରର ସୁବିଧା ରହୁଛି। ପ୍ରାୟ ସମସ୍ତ କାରରେ ଅତ୍ୟାଧୁନିକ ସେବା ରହୁଛି। ହେଲେ ଫିଙ୍ଗର ପ୍ରିଣ୍ଟରେ କାର ଷ୍ଟାଟ ହେବା ସୁବିଧା କେବଳ ଦାମୀ କାରରେ ରହିଥାଏ। କମ୍ଦାମର କାରରେ ଏଭଳି ସୁବିଧା ମିଳିନଥାଏ। ହେଲେ ଏବେ ଆପଣ ଏହି ସୁବିଧାର ଲାଭ କମ୍ ଦାମ କାରରେ ମଧ୍ୟ ଉଠାଇପାରିବେ। ଭୋପାଲର ଜଣେ ଯୁବକ ନିର୍ମାଣ କରିଛନ୍ତି ଏକ ନିଆରା ଯନ୍ତ୍ର। ଯାହା ଦ୍ୱାରା ଯେଉଁ ବ୍ୟକ୍ତିଙ୍କର ଫିଙ୍ଗର ପ୍ରିଣ୍ଟସେହି ଡିଭାଇସ୍ରେ ସରଂକ୍ଷିତ ଥିବ ସେ ହିଁ ଏକା କାରକୁ ଷ୍ଟାଟ୍ କରିପାରିବେ। ଏହି ନିଆରା ଡିଭାଇସ୍ ନିର୍ମାଣ କରିଥିବା ଯୁବକ ଜଣକ ହେଲେ ପଲିଟେକନିକ୍ସ ଛାତ୍ର। ତାଙ୍କୁ ଏହି ଡିଭାଇସ୍ ନିର୍ମାଣ କରିବାକୁ ୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ମୋବାଇଲ ଫିଙ୍ଗର ପ୍ରିଣ୍ଟରେ ଚାଲୁଥିବାର ଦେଖି ତାଙ୍କ ମନରେ କାର ଫିଙ୍ଗର ପ୍ରିଣ୍ଟରେ ଚଲାଇବାର ଭାବନା ଆସିଥିଲା।

ଏହାପରେ ସେ ଏହି ଡିଭାଇସ ନିର୍ମାଣ କରିଥିଲେ। ଏହାର ଟ୍ରାଏଲ ସେ ନିଜ ପିତାଙ୍କ କାରରେ ହିଁ କରିଥିଲେ। ଯେଉଁଥିରେ ସେ ସଫଳ ହୋଇଥିଲେ। ଯୁବକ ଜଣଙ୍କ ରହୁଥିବା ସ୍ଥାନରେ ବହୁତ ଗାଡି ଚୋରି ହେଉଛି। ତେଣୁ ଏହି ଡିଭାଇସ୍ଟି ତାଙ୍କ ସ୍ଥାନୀୟ ବାସିନ୍ଦାଙ୍କୁ ନିଜ ଗାଡିକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ ବୋଲି ଯୁବକ ଆଶା ବ୍ୟକ୍ତ କରିଛନ୍ତି। ଆଗକୁ ଏଥିରେ ଜିପିଏସ୍ ଲଗାଇବା ପାଇଁ ଯୁବକ ଜଣଙ୍କ ଚେଷ୍ଟା ଜାରି ରଖିଛନ୍ତି। ଏହାସହ ଯଦି ଜଣେ ଚୋର କାରର୍ ତାରକୁ ସ୍ପାର୍କ କରି କାର ଷ୍ଟାଟ କରିବାକୁ ଚାହିଁବ ତେବେ ମାଲିକଙ୍କ ମୋବାଇଲ୍କୁ କିଭଳି ମେସେଜ ଆସିଯିବ ସେ ନେଇ କାମ କରୁଛନ୍ତି। ଯୁବକ ଜଣଙ୍କ ଆଗରୁ ଡ୍ରୋନ, ଅଟୋମେଟିକ ସାନିଟାଇଜ ମସିନ୍ , ଅଟୋମେଟିକ ଡଷ୍ଟବିନ୍ ଭଳି ଅନେକ ଜିନିଷ ନିର୍ମାଣ କରିସାରିଛନ୍ତି।

car will start with dingerprint @thetopmost-01

https://thetopmost.in/?p=712

https://thetopmost.in/?tag=3rd-phase-vote-count

https://thetopmost.in/?tag=ice-volcanoes-identified-on-pluto

https://thetopmost.in/?p=1969

SHARE BY