The Topmost

“The eyes believe themselves, the ears believe other people.”

rdtg

ପ୍ରାକୃତିକ ଏସି

ଖରାରୁ ରକ୍ଷା ପାଇବା ପାଇଁ ଘରେ ଫ୍ୟାନ୍‌, ଏସି, କୁଲରର ବ୍ୟବହାର ହୋଇଥାଏ । ହେଲେ ବାହାରକୁ ଯିବା ବେଳେ ଏହି ସୁବିଧା ମିଳିନଥାଏ । ଯାହାର ନିଜସ୍ୱ ଗାଡି ରହିଛି ସେମାନଙ୍କୁ ଗାଡିରେ ଏସି ମିଳିଥାଏ, ହେଲେ ଅଟୋରେ ଏହି ସୁବିଧା ମିଳିବା କଷ୍ଟ । ତେବେ ଦିଲ୍ଲୀର ସଡକରେ ଏଭଳି ଏକ ଅଟୋ ଗଡୁଛି, ଯାହା ସୋସିଆଲ ମିଡିଆରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ଏହି ଅଟୋରେ ରହିଛି ପ୍ରାକୃତିକ ଏସିର ସୁବିଧା । ମହେନ୍ଦ୍ର କୁମାର ନାମକ ଜଣେ ବ୍ୟକ୍ତି ଏହି ଅଟୋ ଚଳଉଛନ୍ତି । ମହେନ୍ଦ୍ର ନିଜ ଅଟୋ ଉପରେ ଏକ ବଗିଚା ତିଆରି କରିଛନ୍ତି, ଯେଉଁଥିରେ ପ୍ରାୟ ୨୦ଟି ଗଛ ଲାଗିଛି । ବର୍ତ୍ତମାନ ଖରା ବଢିବାରେ ଲାଗିଛି, ଯାହାର ଏକ ପ୍ରାକୃତିକ ସମାଧାନ ବାହାର କରିଛନ୍ତି ମହେନ୍ଦ୍ର । ତାଙ୍କର ଗତିଶୀଳ ବଗିଚା ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଅନେକ ଗ୍ରାହକ ତାଙ୍କ ଅଟୋରେ ବସିବା ସହିତ ସେଲଫି ମଧ୍ୟ ନେଉଛନ୍ତି । ସୋସିଆଲ ମିଡିଆରେ ମହେନ୍ଦ୍ର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛନ୍ତି ।

https://thetopmost.in/?p=1402

https://thetopmost.in/?p=1661

https://thetopmost.in/?p=716

https://thetopmost.in/?p=1699